Nishānt Omm
ଆଦରର Nishānt Omm, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
ଆପଣଙ୍କ ନିକଟର ସମ୍ପାଦନା
ସମ୍ପାଦନାଆଦରର @Nishānt Omm:, ଆପଣ ନିକଟରେ ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି ପ୍ରସଙ୍ଗରେ କରିଥିବା ସମ୍ପାଦନା ଅନାବଶ୍ୟକ ମନେକରି ମୁଁ ପଛକୁ ଫେରାଇଦେଲି । ଓଡ଼ିଆରେ ଇଂରାଜୀ ଶବ୍ଦକୁ ଲେଖିବା ପାଇଁ ଧରାବନ୍ଧା ନିୟମ ନାହିଁ । ପ୍ରଚଳିତ ଧାରା ଅଛି । willକୁ ଆଗରୁ "ଉଇଲ" ଲେଖାଯିବା ବେଳେ ଅନେକ ଜାଗାରେ "ୱିଲ୍" ମଧ୍ୟ ପ୍ରଚଳିତ । ଉଭୟ ତର୍କ ଦିଗରୁ ଠିକ । "application"କୁ "ଆପ୍ଲିକେସନ" ଲେଖା ମଧ୍ୟ ପ୍ରଚଳିତ ପୁଣି "ଆପ୍ଲିକେଶନ୍" ଲେଖିବା ବି ପ୍ରଚଳିତ । ତେଣୁ ନିହାତି ଆବଶ୍ୟକ ନ ଥିଲେ British-American-South African-Australian ଭଳି ଏସବୁ ବିଭିନ୍ନତା ରଖାଯାଇପାରେ । ତେଣୁ ମୋର ସେ ପଛକୁ ଫେରା । --ସୁଭ (ଆଳାପ) ୧୮:୨୦, ୭ ମଇ ୨୦୨୧ (IST)
- @Nishānt Omm: ନିକଟରେ ଅନେକ ପ୍ରସଙ୍ଗରେ ବିନା ଆଲୋଚନାରେ ଆପଣ କରିଥିବା ବଦଳଗୁଡ଼ିକୁ ପଛକୁ ଫେରାଇବାକୁ ବାଧ୍ୟ ହେଲି କାରଣ ବୈଦେଶିକ ଶବ୍ଦ କ୍ଷେତ୍ରରେ ଓଡ଼ିଆରେ ପ୍ରଚଳିତ ବନାନକୁ ସବୁବେଳେ ମୂଳ ଭାଷାର ଉଚ୍ଚାରଣ ଉପରେ ଅଗ୍ରାଧୀକାର ଦିଆଯାଏ । ଉଦାହରଣ ସ୍ୱରୂପ ଜର୍ମାନୀକୁ ଜର୍ମାନ ଭାଷାରେ "Deutschland" କୁହାଯାଉଥିଲେ ହେଁ ଓଡ଼ିଆରେ "ଜର୍ମାନୀ" ପ୍ରଚଳିତ । ତେଣୁ ପ୍ରସଙ୍ଗରେ କେବଳ ଆରମ୍ଭରେ ବନ୍ଧନୀ ଭିତରେ "Deutschland" ଲେଖି ବାକି ସବୁଠି ଜର୍ମାନୀ ଲେଖାଯିବ । ସେହିଭଳି "ଇଟିଲି", "ଇଂଲଣ୍ଡ", "ଅଷ୍ଟ୍ରେଲିଆ", "କାନାଡ଼ା" ଆଦି ବନାନ ବହୁପ୍ରଚଳିତ ହୋଇଥିବାରୁ ସେଗୁଡ଼ିକ ବଦଳାଇବାରେ କୌଣସି ଆବଶ୍ୟକତା ନାହିଁ । --ସୁଭ (ଆଳାପ) ୧୪:୨୦, ୨୪ ଜୁଲାଇ ୨୦୨୧ (IST)
ଚେତାବନୀ
ସମ୍ପାଦନା@Nishānt Omm:, ବାରମ୍ବାର ଅନୁରୋଧ ସତ୍ତ୍ୱେ ଆପଣ ଅଧିକରୁ ଅଧିକ ପ୍ରସଙ୍ଗରେ ଶବ୍ଦର ବନାନ ବିନା ଆଲୋଚନାରେ ବଦଳାଇବା ଉଇକିପିଡ଼ିଆ ନିୟମର ବିରୋଧାଭାସ (ବହୁପ୍ରଚଳିତ ଶବ୍ଦକୁ ଅଗ୍ରାଧୀକାର) ଏବଂ ଅନ୍ୟ ଉଇକିଆଳିଙ୍କ ପ୍ରତି ଅନାଦର ମଧ୍ୟ । ଏଣୁ ଏହି ଅନୁରୋଧକୁ ଶେଷ ଚେତାବନୀ ମନେକରିବେ । ଏହା ପରେ ମଧ୍ୟ ଆପଣ ବିନା ଆଲୋଚନାରେ ପ୍ରସଙ୍ଗର ବନାନ ବା ଉଚ୍ଚାରଣ ଆଦିରୁ ଓଡ଼ିଆ ଉଚ୍ଚାରଣ କାଢ଼ି ଅନ୍ୟ ଉଚ୍ଚାରଣ ପୂରାଇଲେ ଆପଣଙ୍କ ଆକାଉଣ୍ଟ ସୀମିତ/ଅସୀମିତ କାଳ ପାଇଁ ଅଟକାଯିବ । ଆଶା ଆପଣ ଏ ବାବଦରେ ସଚେତନ ହୋଇ ବଦଳ କରିବା ଆଗରୁ ଆଲୋଚନା କରିବେ । --ସୁଭ (ଆଳାପ) ୧୧:୪୨, ୧୩ ଅଗଷ୍ଟ ୨୦୨୧ (IST)
ଅଟକ
ସମ୍ପାଦନା@Nishānt Omm:, ଆପଣଙ୍କୁ ଚେତାବନୀ ଦେବା ସତ୍ତ୍ୱେ ଆପଣ ପୁଣି ଥରେ ପୂର୍ବଭଳି ବଦଳ କରି ଉଇକିପିଡ଼ିଆର ମୂଳ ନୀତିର ବିରୁଦ୍ଧାଚରଣ କରିଛନ୍ତି, ତେଣୁ ଆପଣଙ୍କୁ ୩ଦିନ (୭୨ଘଣ୍ଟା) ନିମନ୍ତେ କୌଣସି ପ୍ରସଙ୍ଗ ପୃଷ୍ଠାରେ ବଦଳ କରିବାରୁ ଅଟକାଯାଉଛି ।
- ଓଡ଼ିଆ ଉଇକିପିଡ଼ିଆ ବାବଦରେ ଆପଣଙ୍କର କିଛି ପ୍ରଶ୍ନ ଥିଲେ ଆପଣଙ୍କ ଏହି ଆଲୋଚନା ପୃଷ୍ଠାରେ, ମୋ ଆଲୋଚନା ପୃଷ୍ଠାରେ, ଇମେଲ ମାଧ୍ୟମରେ, ଚାଟସଭାରେ କିମ୍ବା ଫେସବୁକ କୋଠରେ ପଚାରନ୍ତୁ ।
- ଯଦି ଆପଣ ମୋ ବିରୁଦ୍ଧରେ ଅଭିଯୋଗ କରିବାକୁ କିମ୍ବା ଏହି ଅଟକର ପୁନର୍ବିଚାର ଚାହୁଁଛନ୍ତି, ତେବେ ଅନ୍ୟ ପରିଚାଳକଙ୍କୁ ଅନୁରୋଧ କରିପାରିବେ । ଧନ୍ୟବାଦ ସହ --MKar (ମୋ ଆଲୋଚନା) ୧୦:୨୦, ୧୪ ଅଗଷ୍ଟ ୨୦୨୧ (IST)
- @Nishānt Omm: ଦୁଃଖର ବିଷୟ ଆପଣଙ୍କୁ ଅନେକ ଥର ଚେତାବନୀ ଦେବା ପରେ ଓ ଜଣେ ପରିଚାଳକ ୭୨ଘଣ୍ଟା ପାଇଁ ବଦଳାଇବା ପରେ ମଧ୍ୟ ଆପଣ ପୁଣିଥରେ ସମାନ ବିରୁଦ୍ଧାଚରଣ କରିଛନ୍ତି । ଆପଣଙ୍କୁ ସପ୍ତାହେ ପାଇଁ ଅଟକାଗଲା । ଏହା ପରେ ଯଦି ସମାନ ଧରଣର ଅସଦାଚରଣ ଜାରୀ ରହେ ତାହେଲେ ଏକ ବର୍ଷ ଧରି ଅଟକାଯିବ । --ସୁଭ (ଆଳାପ) ୧୯:୪୭, ୧୭ ଅଗଷ୍ଟ ୨୦୨୧ (IST)
- ଯଦି ଆପଣ ମୋ ବିରୁଦ୍ଧରେ ଅଭିଯୋଗ କରିବାକୁ କିମ୍ବା ଏହି ଅଟକର ପୁନର୍ବିଚାର ଚାହୁଁଛନ୍ତି, ତେବେ ଅନ୍ୟ ପରିଚାଳକଙ୍କୁ ଅନୁରୋଧ କରିପାରିବେ । ଧନ୍ୟବାଦ ସହ --MKar (ମୋ ଆଲୋଚନା) ୧୦:୨୦, ୧୪ ଅଗଷ୍ଟ ୨୦୨୧ (IST)