The coderXE
ଆଦରର The coderXE, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
ଆପଣଙ୍କ ନିକଟର ସମ୍ପାଦନା ବାବଦରେ
ସମ୍ପାଦନାଆଦରର @The coderXE:, ଆପଣ ନିକଟରେ ଅନେକ ପ୍ରସଙ୍ଗରେ ବ୍ୟକ୍ତିତ୍ୱମାନଙ୍କ ଜାତି କରଣ ବୋଲି ଯୋଡ଼ିଛନ୍ତି ଆଉ ତାହା ବିନା ଆଧାରରେ । ଏଭଳି ସମ୍ପାଦନା vandalism ବର୍ଗର ଓ ସମ୍ପୂର୍ଣ୍ଣ ଭାବେ ଲିଭାଇଦିଆଯାଇପାରେ । ଆପଣ ସବୁଠି "ପରିବାରରେ" ବଦଳରେ "ପରିବାର ରେ" ଆଉ ସେହିଭଳି ବାକି ଶବ୍ଦ ଲେଖିଛନ୍ତି । ର-ଙ୍କ-ଙ୍କର-ମାନଙ୍କ-ମାନଙ୍କର-ରେ-ରୁ-ଠାରୁ-ମାନଙ୍କରୁ-ମାନଙ୍କଠାରୁ-ସବୁ-ଗୁଡ଼ିକ ଆଦି ଶବ୍ଦ ସହ ଲାଗିରହେ; ଛାଡ଼ିକି ରହେନା । ଆପଣଙ୍କ ବଦଳରେ ଥିବା ଭୁଲ ଆଉ କାହାକୁ ଅନେକ ସମୟ ଦେଇ ସଜାଡ଼ିବାକୁ ପଡ଼ିବ । ଦୟାକରି ଏଭଳି ଅଦରକାରୀ ବଦଳରୁ ବିରତ ରହିବେ । ଏସବୁ ବାଦ ଏ କଥା ମଧ୍ୟ କହିବାକୁ ବାଧ୍ୟ ହେଉଛି ଯେ ଆପଣଙ୍କ ବଦଳରେ ମଧ୍ୟ କରଣ ଜାତିର ବଡ଼ିମା ଯୋଡ଼ିବା ଛଡ଼ା ଅନ୍ୟ ଦରକାରୀ ବଦଳ କିଛି ନାହିଁ । ଉଇକିପିଡ଼ିଆର ନିୟମାବଳୀ ସମୟ ଦେଇ ପଢ଼ି ବୁଝି ତା'ପରେ ସମ୍ପାଦନା କରିବାକୁ ଅନୁରୋଧ । ଆଉ ଦୟାକରି ଅଳ୍ପ ସମୟରେ ଏକାଧିକ ପ୍ରସଙ୍ଗରେ କେବଳ କରଣ ଜାତିରେ ଜନ୍ମ ହେବା ଭଳି ବିଷୟ ବିନା ଆଧାରରେ ଯୋଡ଼ିବାରୁ ବିରତ ରହିବେ । ଏ ମେସେଜଟି ଏକ ଚେତାବନୀ ଓ ବାରମ୍ବାର ଉଇକିପିଡ଼ିଆର ନିୟମ ଭାଙ୍ଗିରେ ଆପଣଙ୍କ ଆକାଉଣ୍ଟ ଅଳ୍ପ ବା ଅଧିକ ସମୟ ପାଇଁ ଅଟକାଯାଇପାରେ ।
ରମାଦେବୀ ଚୌଧୁରୀ ପ୍ରସଙ୍ଗରେ ଆପଣଙ୍କ ସମ୍ପାଦନା
ସମ୍ପାଦନା@The coderXE, ଆପଣ ନିକଟରେ ରମାଦେବୀ ଚୌଧୁରୀ ପ୍ରସଙ୍ଗରେ ରମାଦେବୀଙ୍କ ଜାତି କରଣ ବୋଲି ଲେଖିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ସମ୍ପୂର୍ଣ୍ଣ ଭାବେ କାଢ଼ିଦେଇଛନ୍ତି । ଏଭଳି ବଦଳ ଅଦରକାରୀ ଓ vandalism । ଦୟାକରି ଉଇକିପିଡ଼ିଆର ପ୍ରସଙ୍ଗ ସୁଧାରିବା ଓ ସଜାଡ଼ିବାରେ ସାହାଯ୍ୟ କରନ୍ତୁ ଓ ଦରକାରୀ ତଥ୍ୟ ଲିଭାନ୍ତୁ ନାହିଁ । ଏ ଚେତାବନୀଟି ଆପଣ ନୂଆ କରି ସମ୍ପାଦନା କରୁଥିବାରୁ । ଆଗକୁ ଏଭଳି କଲେ ଆପଣଙ୍କ ଆକାଉଣ୍ଟ ଅଟକାଯାଇପାରେ । Psubhashish (ମୋ ଆଲୋଚନା) ୧୮:୦୭, ୧୯ ଅଗଷ୍ଟ ୨୦୨୪ (IST)
ଇଣ୍ଡିକ ମିଡ଼ିଆ ଉଇକି ଡେଭେଲପର୍ସ ୟୁଜର ଗୃପ - ଟେକନିକାଲ କନ୍ସଲ୍ଟେସନ ୨୦୨୪
ସମ୍ପାଦନାଆଦରର ଓଡିଆ ଉଇକିଆଳି,
ଇଣ୍ଡିକ୍ ମିଡିଆ ୱିକି ଡେଭଲପର୍ସ ୟୁଜର୍ ଗ୍ରୁପ୍, ଉଇକିମିଡିଆ ପ୍ରୋଜେକ୍ଟରେ ସହଯୋଗ କରୁଥିବାବେଳେ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ସମ୍ପ୍ରଦାୟର ସଦସ୍ୟଙ୍କ ଆବଶ୍ୟକତା ବୁଝିବା ପାଇଁ ଏକ ସମ୍ପ୍ରଦାୟର ବୈଷୟିକ ପରାମର୍ଶ ପ୍ରକ୍ରିୟାକୁ ପରିଚାଳନା କରୁଛି । ଏହାର ଲକ୍ଷ୍ୟ ହେଉଛି ଭାରତୀୟ ଭାଷାର ଉଇକି ସମ୍ପ୍ରଦାୟଗୁଡିକରେ ଥିବା ଅସୁବିଧା / ଚ୍ୟାଲେଞ୍ଜଗୁଡ଼ିକୁ ଭଲ ଭାବରେ ଜାଣିବା , ସାଧାରଣ ସମସ୍ୟାଗୁଡିକ ବୁଝିବା ଏବଂ ଭବିଷ୍ୟତର ଟେକନିକାଲ ବିକାଶ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ।
ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଏକ ସର୍ବେକ୍ଷଣ ଯେଉଁଠାରେ ଆପଣଙ୍କର ସାଧାରଣ ସମସ୍ୟା, ଧାରଣା ଇତ୍ୟାଦି ରିପୋର୍ଟ କରିବେ । ଦୟାକରି ଏହି ଲିଙ୍କରେ ସର୍ଭେ ପୁରଣ କରନ୍ତୁ (ନିଜ ପସନ୍ଦର ଭାଷାରେ) https://docs.google.com/forms/d/e/1FAIpQLSfvVFtXWzSEL4YlUlxwIQm2s42Tcu1A9a_4uXWi2Q5jUpFZzw/viewform?usp=sf_link
ସର୍ଭେ ପୁରା କରିବାର ଶେଷ ତାରିଖ ହେଉଛି ୨୧ ସେପ୍ଟେମ୍ବର୨୦୨୪ ।
ଏହି କାମ ବିଷୟରେ ଅଧିକ ପଢିବାକୁ , ଏହି ପୃଷ୍ଠା ଦେଖନ୍ତୁ : https://w.wiki/AV78
ଉପରୋକ୍ତ ଲିଙ୍କରେ {ଆପଣଙ୍କ ଭାଷା} ରେ ପଢିବା ପାଇଁ ସର୍ଭେ ଉପଲବ୍ଧ ଅଛି ।
ଯଦି ଆପଣ ଏକାଧିକ ପ୍ରସଙ୍ଗ କିମ୍ବା ଧାରଣା ରିପୋର୍ଟ କରିବାକୁ ଚାହାଁନ୍ତି ତେବେ ଆପଣ ଏକାଧିକ ଥର ସର୍ଭେ ପୂରଣ କରିପାରିବେ ।
ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ!
ଶୁଭେଚ୍ଛା ସହ, MediaWiki message delivery (ମୋ ଆଲୋଚନା) ୧୯:୦୬, ୯ ସେପ୍ଟେମ୍ବର ୨୦୨୪ (IST) ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସଙ୍କ ତରଫରୁ