Satya Narayan Baral
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।
ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।
ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?
|
|
ଆପଣ କିପରି ସାହାଯ୍ୟ କରିପାରିବେ:
|
|
ଅଧିକ ଜାଣିବା କଥା...
|
- @Ssgapu22 ନମସ୍କାର ଭାଇ ମୋତେ ଗୋଟିଏ ଛୋଟିଆ ହେଲ୍ପ କରନ୍ତୁ - ନିଜର ଏକ ନୂଆ ଆର୍ଟିକିଲ ପେଜ ତିଆରି କରିବା ବେଳେ "+add article description" ଓପ୍ସନ କୁ କିପରି ଲଗାଇବି plz Satya Narayan Baral (ମୋ ଆଲୋଚନା) ୨୧:୨୫, ୧୯ ଡିସେମ୍ବର ୨୦୨୨ (IST)
- ସତ୍ୟ ଭାଇ, ମୁଁ ଆପଣଙ୍କର କଥା ବୁଝିପାରିଲି ନାହିଁ । ଆପଣ କାଲି ଫାଙ୍କା ହେଲେ ମୋତେ ଫୋନ୍ କରିପାରିବେ ।
ଜୟ୍ ଜଗନ୍ନାଥ
ସମ୍ପାଦନାଜୟ୍ ଜଗନ୍ନାଥ Satya Narayan Baral (ମୋ ଆଲୋଚନା) ୦୯:୩୮, ୧୪ ନଭେମ୍ବର ୨୦୨୨ (IST)
- ଭାଇ ତୁମ ନଂ ଦିଅନ୍ତୁ Satya Narayan Baral (ମୋ ଆଲୋଚନା) ୨୨:୩୪, ୧୪ ଜାନୁଆରୀ ୨୦୨୪ (IST)
ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି ପ୍ରସଙ୍ଗରେ ଆପଣଙ୍କ ନିକଟର ସମ୍ପାଦନା
ସମ୍ପାଦନାଆଦରର @Satya Narayan Baral, ଆପଣ ଉଇକିପିଡ଼ିଆରେ ନୂଆ ହୋଇଥିବାରୁ ଉପରେ @Ssgapu22 ଦେଇଥିବା ଲିଙ୍କସବୁ ଖୋଲି ପଢ଼ିବା ପାଇଁ ଅନୁରୋଧ । ସେଥିରେ ବିଭିନ୍ନ ପ୍ରସଙ୍ଗ ଲେଖିବା ଶୈଳୀ, କଣ ଲେଖାଯାଇପାରିବ ଆଉ ଲେଖାଯିବ ନାହିଁ, କେମିତି ଲେଖାଯିବ ଏସବୁ ରହିଛି । ଦୟାକରି ସମୟ ଦେଇ ଧୀରେ ଧୀରେ ପଢ଼ିବେ ଫଳରେ ଆପଣଙ୍କ ଆଗାମୀ ପ୍ରସଙ୍ଗ ଉନ୍ନତ ହେବ । ଆପଣ ଆରମ୍ଭ କରିଥିବା ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି ପ୍ରସଙ୍ଗରେ ଅନେକ ଭୁଲଭଟକା ଥିଲା । ଉଇକିପିଡ଼ିଆ ଏକ ଏନସାଇକ୍ଲୋପିଡ଼ିଆ ହୋଇଥିବାରୁ ସବୁ ତୃତୀୟ ପୁରୁଷରେ ଲେଖାଯାଏ ("ଆପଣ ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ସାକ୍ଷୀଗୋପାଳ ପଡ଼ିବ" ବଦଳରେ "ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ସାକ୍ଷୀଗୋପାଳ ପଡ଼େ" ହେବ) । ସେହିଭଳି "ଆମ ଗାଁ କେନ୍ଦୁସାହି ପାଖରେ" ଭଳି ନିଜ ବାବଦରେ କୌଣସି ସୂଚନା ରହିବ ନାହିଁ । ସାଧାରଣତଃ ଏଭଳି ଲେଖା ସମ୍ପୂର୍ଣ୍ଣ ଭାବେ ଲିଭାଇଦିଆଯାଏ । @Ssgapu22 ଉପରେ ଦେଇଥିବା ଲିଙ୍କ ଭିତରୁ ଏ ପୃଷ୍ଠାଟି ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କାରଣ ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି ପ୍ରସଙ୍ଗରେ ଆପଣ ଗୋଟେ ମଧ୍ୟ ଆଧାର (ରେଫରେନ୍ସ) ଦେଇନାହାନ୍ତି । ସେ ପୃଷ୍ଠାରେ ଆଧାର କେମିତି ଦେବେ ରହିଛି । ବିନା ଆଧାରରେ ଉଇକିପିଡ଼ିଆରେ ରହିପାରିବ ନାହିଁ । ପୃଷ୍ଠାଟି ଲିଭାହେବା ଆଗରୁ ଦୟାକରି ଆଧାର ଖୋଜି ଦେବେ । ସାଧାରଣତଃ ପ୍ରତିଷ୍ଠିତ ଖବରକାଗଜ, ବହି, ପତ୍ରପତ୍ରିକା ତଥା କେତେକ ଅତି ଜଣାଶୁଣା ଇଣ୍ଟରନେଟ ଖବର ଆଧାର ଭାବେ ଦେଇହେବ । ବ୍ୟକ୍ତିଗତ ବ୍ଲଗ ବା ଅଳ୍ପ ଜଣା ୱେବସାଇଟ ଦେଇହେବନି । ଦୟାକରି ଏ ପୃଷ୍ଠା ଏବଂ ଲିଖନ ଶୈଳୀ ଭଲ ଭାବେ ସମୟ ଦେଇ ପଢ଼ିବେ ଓ ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି ପ୍ରସଙ୍ଗରେ ଆଧାର ଦେବେ । ଆଉ ଗୋଟେ କଥା । ସେ ପ୍ରସଙ୍ଗରେ ଅନାବଶ୍ୟକ ଫଟୋ ମୁଁ କାଢ଼ିଦେଇଛି । ଉଦାହରଣ ସ୍ୱରୂପ ବିଭିନ୍ନ ବର୍ଷର ମେଳଣର ଫଟୋ ବଦଳରେ ଗୋଟେ ବା ଅତି ଅଧିକ ହେଲେ ଦୁଇଟି ଫଟୋ ଯଥେଷ୍ଟ । ମନ୍ଦିରର ସମ୍ମୁଖ ଭାଗରେ ଏକାଧିକ ଫଟୋ ଅନାବଶ୍ୟକ । ମୁଁ ଯାହା ଲେଖା ଶୈଳୀ ବଦଳାଇଛି ତାକୁ ଧ୍ୟାନ ସହକାରେ ଆପଣ ଉଇକିପିଡ଼ିଆରେ କିଭଳି ଲେଖାଯାଏ ଓ କିଭଳି ଲେଖାଯିବା ଅନୁଚିତ ଜାଣିପାରିବେ । ତେବେ ଏବେ ପାଇଁ ଦୟାକରି ଅତି କମରେ ୩ଟି ଆଧାର ଦେବା ପାଇଁ ଚେଷ୍ଟାକରନ୍ତୁ । -- Psubhashish (ମୋ ଆଲୋଚନା) ୦୯:୩୩, ୧୧ ମଇ ୨୦୨୪ (IST)
- @Satya Narayan Baral: ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି ପ୍ରସଙ୍ଗରେ ଆପଣ ଯୋଡ଼ିଥିବା ଦୁଇଟି ଆଧାର ଆଧାରଯୋଗ୍ୟ ନୁହେଁ । ଏଣୁ ନିକଟର ୬ଟି ସମ୍ପାଦନା ପଛକୁ ଫେରାଇଦେଲି । ବ୍ୟକ୍ତିଗତ ବ୍ଲଗ, LinkedIn/Facebook/Instagram/Twitter (X) ଆଦି ସୋସିଆଲ ମିଡ଼ିଆ ପୋଷ୍ଟ ମଧ୍ୟ ଅନୁପଯୁକ୍ତ । ଖବରକାଗଜ, ପତ୍ରପତ୍ରିକା, ବହି ଓ ଜଣାଶୁଣା ଅନଲାଇନ ଖବର ଯୋଡ଼ାଯାଇପାରିବ । ଛପା ପ୍ରକାଶନ କ୍ଷେତ୍ରରେ ଲିଙ୍କ ନିହାତି ଆବଶ୍ୟକ ନୁହେଁ । ଥିଲେ ଭଲ । ନ ହେଲେ ଚଳିବ । ଆଉ ଉପରେ ପଡ଼ିଥିବା "Unreferenced" ଛାଞ୍ଚଟି ନ କାଢ଼ିବାକୁ ଅନୁରୋଧ । ତାହା ପରିଚାଳକ ଓ ପୁରୁଖା ଉଉକିଆଳିମାନେ ସବୁ ଠିକ ଅଛି କି ନା ପରଖି କାଢ଼ିବେ । Psubhashish (ମୋ ଆଲୋଚନା) ୨୨:୨୬, ୨୦ ମଇ ୨୦୨୪ (IST)
ନିମାଇଁ ଚରଣ ହରିଚନ୍ଦନଙ୍କ ପ୍ରସଙ୍ଗକୁ ଆପଣ ବିନା ଆଲୋଚନାରେ "ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ"କୁ ଘୁଞ୍ଚାଇଥିଲେ । ଉଇକିପିଡ଼ିଆରେ ବିନା ଆଲୋଚନାରେ ଏଭଳି ପ୍ରସଙ୍ଗ ଘୁଞ୍ଚାଇବା ବିରୋଧରେ ନିୟମ ଅଛି ଓ ଆଗକୁ ଏଭଳି ନ କରିବାକୁ ଅନୁରୋଧ । କୌଣସି ବ୍ୟକ୍ତିବିଶେଷଙ୍କ ଉପାଧୀ ଅତି ଜଣାଶୁଣା ହୋଇଥିଲେ ପ୍ରସଙ୍ଗର ବିଭିନ୍ନ ସ୍ଥାନରେ ତାହା ରଖାଯାଏ । ହେଲେ ପ୍ରସଙ୍ଗର ନାମଟି ନିହାତି ଆବଶ୍ୟକ ନ ପଡ଼ିଲେ ବ୍ୟକ୍ତିଙ୍କ ନାମରେ ହିଁ ରହେ । ଯଦି ଉକ୍ତ ବ୍ୟକ୍ତିଙ୍କ ନାମ ସର୍ବସାଧାରଣରେ ନିହାତି ଅଜଣା ଏବଂ ଲୋକେ କେବଳ ଉପାଧୀରୁ ହିଁ ତାଙ୍କୁ ଚିହ୍ନନ୍ତି କେବଳ ସେଭଳି କ୍ଷେତ୍ରରେ ଉପାଧୀ ପ୍ରସଙ୍ଗର ନାମ ହେବ । --Psubhashish (ମୋ ଆଲୋଚନା)
ଇଣ୍ଡିକ ମିଡ଼ିଆ ଉଇକି ଡେଭେଲପର୍ସ ୟୁଜର ଗୃପ - ଟେକନିକାଲ କନ୍ସଲ୍ଟେସନ ୨୦୨୪
ସମ୍ପାଦନାଆଦରର ଓଡିଆ ଉଇକିଆଳି,
ଇଣ୍ଡିକ୍ ମିଡିଆ ୱିକି ଡେଭଲପର୍ସ ୟୁଜର୍ ଗ୍ରୁପ୍, ଉଇକିମିଡିଆ ପ୍ରୋଜେକ୍ଟରେ ସହଯୋଗ କରୁଥିବାବେଳେ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ସମ୍ପ୍ରଦାୟର ସଦସ୍ୟଙ୍କ ଆବଶ୍ୟକତା ବୁଝିବା ପାଇଁ ଏକ ସମ୍ପ୍ରଦାୟର ବୈଷୟିକ ପରାମର୍ଶ ପ୍ରକ୍ରିୟାକୁ ପରିଚାଳନା କରୁଛି । ଏହାର ଲକ୍ଷ୍ୟ ହେଉଛି ଭାରତୀୟ ଭାଷାର ଉଇକି ସମ୍ପ୍ରଦାୟଗୁଡିକରେ ଥିବା ଅସୁବିଧା / ଚ୍ୟାଲେଞ୍ଜଗୁଡ଼ିକୁ ଭଲ ଭାବରେ ଜାଣିବା , ସାଧାରଣ ସମସ୍ୟାଗୁଡିକ ବୁଝିବା ଏବଂ ଭବିଷ୍ୟତର ଟେକନିକାଲ ବିକାଶ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ।
ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଏକ ସର୍ବେକ୍ଷଣ ଯେଉଁଠାରେ ଆପଣଙ୍କର ସାଧାରଣ ସମସ୍ୟା, ଧାରଣା ଇତ୍ୟାଦି ରିପୋର୍ଟ କରିବେ । ଦୟାକରି ଏହି ଲିଙ୍କରେ ସର୍ଭେ ପୁରଣ କରନ୍ତୁ (ନିଜ ପସନ୍ଦର ଭାଷାରେ) https://docs.google.com/forms/d/e/1FAIpQLSfvVFtXWzSEL4YlUlxwIQm2s42Tcu1A9a_4uXWi2Q5jUpFZzw/viewform?usp=sf_link
ସର୍ଭେ ପୁରା କରିବାର ଶେଷ ତାରିଖ ହେଉଛି ୨୧ ସେପ୍ଟେମ୍ବର୨୦୨୪ ।
ଏହି କାମ ବିଷୟରେ ଅଧିକ ପଢିବାକୁ , ଏହି ପୃଷ୍ଠା ଦେଖନ୍ତୁ : https://w.wiki/AV78
ଉପରୋକ୍ତ ଲିଙ୍କରେ {ଆପଣଙ୍କ ଭାଷା} ରେ ପଢିବା ପାଇଁ ସର୍ଭେ ଉପଲବ୍ଧ ଅଛି ।
ଯଦି ଆପଣ ଏକାଧିକ ପ୍ରସଙ୍ଗ କିମ୍ବା ଧାରଣା ରିପୋର୍ଟ କରିବାକୁ ଚାହାଁନ୍ତି ତେବେ ଆପଣ ଏକାଧିକ ଥର ସର୍ଭେ ପୂରଣ କରିପାରିବେ ।
ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ!
ଶୁଭେଚ୍ଛା ସହ, MediaWiki message delivery (ମୋ ଆଲୋଚନା) ୧୯:୦୬, ୯ ସେପ୍ଟେମ୍ବର ୨୦୨୪ (IST) ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସଙ୍କ ତରଫରୁ