ଆଦରର Prabhat dbconcepts, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।


ଆଉ କିଛି ଦରକାରୀ ଲିଙ୍କ

ଧନ୍ୟବାଦ! – ~~~~

--ସୁଭ (ଆଳାପ) ୧୯:୪୭, ୨୮ ଅଗଷ୍ଟ ୨୦୨୦ (IST)Reply

ଆପଣଙ୍କ ତିଆରି ନୂଆ ପ୍ରସଙ୍ଗ ଓ ଉଇକିପିଡ଼ିଆର ଲିଖନ ଶୈଳୀ

ସମ୍ପାଦନା

ଆଦରର @Prabhat dbconcepts:, ଆପଣ ନିକଟରେ ସୂଚନା ପ୍ରଯୁକ୍ତିବିଦ୍ୟା ନାମରେ ନୂଆ ପ୍ରସଙ୍ଗଟିଏ ତିଆରି କରିଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ ଓ ଉଇକିପିଡ଼ିଆରେ ପ୍ରଥମ ପ୍ରସଙ୍ଗ ପାଇଁ ଶୁଭେଚ୍ଛା । ଏ ପ୍ରସଙ୍ଗରେ ଜାଣତରେ କିମ୍ବା ଅଜାଣତରେ କିଛି ଭୁଲ ରହିଯାଇଛି ଓ ମୁଁ ଆପଣଙ୍କୁ ସେ ବାବଦରେ ଜଣାଇବା ପାଇଁ ଏଠି ଲେଖୁଛି । ପ୍ରସଙ୍ଗଟି ସମ୍ଭବତ ଗୁଗୁଲ ଟ୍ରାନ୍ସଲେଟ ଭଳି ମେସିନ ଟ୍ରାନ୍ସଲେଟ ବ୍ୟବହାର କରି ଲେଖାଯାଇଛି ଫଳରେ ସେଥିରେ ଅନେକ ବାକ୍ୟଗଠନ, ବ୍ୟାକରଣଗତ ଓ ବନାନଗତ ଭୁଲ ରହିଛି । ଅନୁରୋଧ ଆପଣ ପୂରା ଲେଖାକୁ ପଢ଼ି ଏସବୁ ଭୁଲକୁ ସୁଧାରିବେ । ଉଇକିପିଡ଼ିଆରେ ନିୟମିତ ଲେଖୁଥିବା ଲୋକଙ୍କ ସଂଖ୍ୟା ଖୁବ କମ । ଏଣୁ ଏଭଳି ବଡ଼ ଲେଖାଗୁଡ଼ିକର ଭୁଲ ସଜାଡ଼ିବା ପାଇଁ ହୁଏତ ଅନେକ ସମୟ ଲାଗିପାରେ । ଲେଖା ହେବା ମାତ୍ରେ ସେସବୁ ସମସ୍ତେ ପଢ଼ିପାରନ୍ତି । ଫଳରେ ଭୁଲଭଟକା ଥିବା ଲେଖା ଅନେକ ଦିନ ଧରି ପାଠକମାନେ ପଢ଼ିବେ । ପ୍ରସଙ୍ଗଟିରେ କୌଣସି ଆଧାର ଦିଆଯାଇନଥିବାରୁ ଲେଖାର ବିଶ୍ୱସନୀୟତା ଉପରେ ମଧ୍ୟ ପାଠକଙ୍କର ସନ୍ଦେହ ହେବ । ଆଶା ଆପଣ ଆଗକୁ ଲେଖାର ଶବ୍ଦ ସଂଖ୍ୟା ବଦଳରେ ବ୍ୟାକରଣ, ବାକ୍ୟଗଠନ ଓ ବନାନ ମେସିନ ଟ୍ରାନ୍ସଲେସନ ପରେ ପଢ଼ି ବଦଳାଇ ଠିକ କରି ତା' ପରେ ପ୍ରକାଶ କରିବେ । ଉଇକିପିଡ଼ିଆ:ନିୟମାବଳୀରେ ଉଇକିପିଡ଼ିଆରେ ଲେଖା ବାବଦରେ ଅଧିକ ସୂଚନା ରହିଛି । --ସୁଭ (ଆଳାପ) ୧୯:୫୧, ୨୮ ଅଗଷ୍ଟ ୨୦୨୦ (IST)Reply