ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Pboboc, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୦:୧୮, ୮ ଅଗଷ୍ଟ ୨୦୨୧ (IST)Reply

ଚେତାବନୀ ସମ୍ପାଦନା

ଆଦରର @Pboboc:, ଗତକାଲି ଆଉ ଆଜି ଭିତରେ ଆପଣ ଏକ ପ୍ରସଙ୍ଗରୁ ପରିଚାଳକମାନେ ପକାଇଥିବା ଏକ ପରିଚାଳନା ଛାଞ୍ଚ ୩ଥର କାଢ଼ିଛନ୍ତି । ଆପଣ ଜଣେ ନୂଆ ଉଇକିଆଳି ହୋଇଥିବାରୁ ହୁଏତ ଉଇକିପିଡ଼ିଆର ନିୟମାବଳୀ ଆପଣଙ୍କୁ ଅଛପା ଥାଇପାରେ । ତେଣୁ ଜଣେ ପରିଚାଳକ ଭାବେ ମୋର ଅନୁରୋଧ ଦୟାକରି ପୂରା ନ ହେଲେ ବି ଏହି ଲିଙ୍କରୁ କି ଭଳି ଉଇକିପିଡ଼ିଆରେ ଲେଖାଯାଏ ତା' ପରଖିନିଅନ୍ତୁ । ଆପଣ ଯଦି ଜୋହାନ୍ ସେବାଷ୍ଟିଆନ୍ ବାଚ୍ ପ୍ରସଙ୍ଗଟିର ମାନ ଉନ୍ନତ କରନ୍ତି ତାହେଲେ ହୁଏତ ଲିଭାଯିବ ନାହିଁ । କିନ୍ତୁ ସେଥିରେ ଲିଭାଇବା ଛାଞ୍ଚଟି ଜଣେ ପୁରୁଖା ଉଇକିଆଳି ବା ପରିଚାଳକ କେବଳ କାଢ଼ିବେ । ବାରମ୍ବାର ସେ ଛାଞ୍ଚଟି କାଢ଼ିବାକୁ ଅପଚେଷ୍ଟା କଲେ ଆପଣଙ୍କ ଆକାଉଣ୍ଟ ଅସ୍ଥାୟୀ କାଳ ପାଇଁ ଅଟକାଯାଇପାରେ । ଆପଣ ଯଦି ମୋର ଏ ମେସେଜଟି ପଢ଼ୁଛନ୍ତି ଦୟାକରି ତଳେ ଜଣାଇବେ । --ସୁଭ (ଆଳାପ) ୨୧:୨୧, ୧୮ ଅଗଷ୍ଟ ୨୦୨୧ (IST)Reply

ମୁ ବୁଝିଲି। କିନ୍ତୁ ମୁଁ ବିଲୋପ ଅନୁରୋଧ ବୁ .ିପାରୁ ନାହିଁ | ମୋର ଏହି ଲେଖାଟି ଭୁବନେଶ୍ୱରର ଜଣେ ଓଡିଆ-ସ୍ପିକର ଦ୍ୱାରା ଅନୁବାଦ କରାଯାଇଥିଲା। ଏହା ଏକ ମେସିନ୍ ଅନୁବାଦ ନୁହେଁ | ତେଣୁ ମୁଁ ଆଉ କ’ଣ କରିବି ଜାଣେ ନାହିଁ |

ଆପଣଙ୍କର ପରାମର୍ଶ ଏବଂ ସାହାଯ୍ୟ ପାଇଁ ଧନ୍ୟବାଦ |Pboboc (ମୋ ଆଲୋଚନା) ୨୧:୩୦, ୧୮ ଅଗଷ୍ଟ ୨୦୨୧ (IST)Reply

@Pboboc: ପରିଚାଳକମାନେ ସେ ଛାଞ୍ଚ ପକାଇବାର ମୁଖ୍ୟ କାରଣ ହେଲା ଲେଖାର ମାନ । ତେବେ ପୂର୍ଣ୍ଣଚ୍ଛେଦ "।" ବଦଳରେ ପାଇପ "|" ବ୍ୟବହାର ପାଇଁ କାଳେ ମେସିନ ଅନୁବାଦ ହୋଇଥିବ ସେ ସନ୍ଦେହ ହେଲା । ଆପଣ ଲେଖାରେ ଅଧିକ ତଥ୍ୟ ଯୋଡ଼ିବା ଓ ଲେଖାର ମାନ ଉନ୍ନତ କରିବାରେ ଯଦି ଧ୍ୟାନ ଦେବେ ପୁରୁଖା ଉଇକିଆଳି ଜଣେ ଆପେଆପେ ସେ ଛାଞ୍ଚ କାଢ଼ିଦେବେ । ଛାଞ୍ଚ ପଡ଼ିବାର ସପ୍ତାହେ ପର୍ଯ୍ୟନ୍ତ କେହି ଲିଭାଇବେ ନାହିଁ । ଏ କ୍ଷେତ୍ରରେ ଲେଖାଟି ନିୟମିତ ସମ୍ପାଦିତ ହେଉଥିବାରୁ ଲିଭାହେବା ସମ୍ଭାବନା କମ । ତେବେ ଲେଖାରେ ୧୦ଟି ବାକ୍ୟ ରହି ଯଦି ଭଲ ଭାବେ ଲେଖାଯାଇଥିବ ତାହେଲେ ବି ଚଳିବ । ଲେଖାର ମାନ କେମିତି ରହିବ ତାହା ଜଣାଇବା ପାଇଁ ମୁଁ କିଛି ତଥ୍ୟ ଯୋଡ଼ିଲି । ଆପଣ ହୁଏତ ନିଜ ଆଡ଼ୁ ଚେଷ୍ଟାକଲେ ଆହୁରି ଉନ୍ନତ ହେବ । --ସୁଭ (ଆଳାପ) ୨୧:୫୭, ୧୮ ଅଗଷ୍ଟ ୨୦୨୧ (IST)Reply