ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Basantamallick, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୧:୩୯, ୩୧ ଜୁଲାଇ ୨୦୧୮ (IST)Reply

ଆଳୁଦମ ଓ ଶ୍ରୀମାନ୍ ଅଜରା ପ୍ରସଙ୍ଗ ବାବଦରେ ସମ୍ପାଦନା

ପ୍ରିୟ Basantamallick ଓଡ଼ିଆ ଉଇକିପିଡ଼ିଆରେ ଲେଖୁଥିବାରୁ ଆପଣଙ୍କୁ ସାଧୁବାଦ । 'ଆଳୁଦମ' ଓ 'ଆଳୁ ଦମ' ଗୋଟିଏ ବ୍ୟଞ୍ଜନ ବାବଦରେ କେବଳ ବନାନ ଅଲଗା ଅଲଗା ଥିବା ଦୁଇଟି ପ୍ରସଙ୍ଗ ତେଣୁ ପୂର୍ବରୁ ଥିବା ଆଳୁ ଦମ ପ୍ରସଙ୍ଗକୁ ଆପଣ ଏବେ ତିଆରି କରିଥିବା ଆଳୁଦମ ପ୍ରସଙ୍ଗଟି ଲେଉଟାଇ ଦେଇଛି ।

ଉଇକିପିଡ଼ିଆ ଏକ ଖୋଲା ଜ୍ଞାନକୋଷ, ଏହା ବିଜ୍ଞାପନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ । ଉଇକିପିଡ଼ିଆର ନିୟମ ଅନୁସାରେ ଜୀବନ୍ତ ବ୍ୟକ୍ତିଙ୍କ ବାବଦରେ ଲେଖାଯାଉଥିବା ପ୍ରସଙ୍ଗ ଗୁଡ଼ିକ ନିରପେକ୍ଷ ଓ ପ୍ରମାଣଯୋଗ୍ୟ ହେବାସହ ମୂଳ ଗବେଷଣାର ଅନ୍ତର୍ଭୁକ୍ତ ହୋଇନଥିବା ଆବଶ୍ୟକ, ସେଇଥିପାଇଁ ଆପଣ ଶ୍ରୀମାନ୍ ଅଜରାଙ୍କ ବାବଦରେ ତିଆରି କରିଥିବା ପ୍ରସଙ୍ଗଟିରେ ଅଧିକ ତଥ୍ୟ ଓ ଆଧାର ଯୋଡ଼ିବାକୁ ଅନୁରୋଧ । ଆସନ୍ତା ୭ଦିନ ମଧ୍ୟରେ ପ୍ରମାଣଯୋଗ୍ୟ ଆଧାର ଯୋଡ଼ି ଏହାକୁ ଭରସାଯୋଗ୍ୟ କରିବାକୁ ଚେଷ୍ଟା କରନ୍ତୁ, ନଚେତ ୭ ଦିନ ପରେ ଯେକୌଣସି ସମୟରେ ଏହାକୁ ଲିଭାଇ ଦିଆଯିବ । ଜୀବନ୍ତ ବ୍ୟକ୍ତିଙ୍କ ବାବଦରେ ଥିବା ନିୟମଟି ଆପଣ ଇଂରାଜୀ ଉଇକିପିଡ଼ିଆରେ ପଢ଼ିପାରିବେ । କିଛି ସନ୍ଦେହ ହେଲେ ଚାଟସଭାରେ, ମୋ ଆଲୋଚନା ପୃଷ୍ଠାରେ କିମ୍ବା ଫେସବୁକ କୋଠରେ ପଚାରନ୍ତୁ । ଭବିଷ୍ୟତରେ ଦୀର୍ଘଦିନ ପର୍ଯ୍ୟନ୍ତ ଓଡ଼ିଆ ଉଇକିରେ ଆପଣଙ୍କ ଅବଦାନ ଜାରି ରହୁ ଏହା ଆଶା କରି ରହୁଛି, ଧନ୍ୟବାଦ ।

--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୪୯, ୧ ଅଗଷ୍ଟ ୨୦୧୮ (IST)Reply