କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ଆଦରର ସୁବାସ ଚନ୍ଦ୍ର ରାଉତ,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଅବଦାନ ଜାରି ରଖିବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ଯଦି ଆପଣ କିଛି ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୧୭:୪୬, ୨୪ ଜୁଲାଇ ୨୦୧୨ (UTC)

ଚାଟସଭାରେ ପଚାରିଥିବା ପ୍ରଶ୍ନର ଉତ୍ତର ସମ୍ପାଦନା

ଚାଟସଭାରେ ଆପଣ ପଚାରି ଥିବା ପ୍ରଶ୍ନର ଉତ୍ତର ନିମନ୍ତେ ବର୍ତ୍ତମାନ ଚାଟସଭା ପୃଷ୍ଠାରେ ଦେଖିପାରିବେ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୧୮, ୧୯ ଅଗଷ୍ଟ ୨୦୧୨ (UTC)

ସାରକଥା ବିଷୟରେ ସମ୍ପାଦନା

ବନ୍ଧୁ ଜୁହାରେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ, ଆପଣଙ୍କ ଅବଦାନ ଦେଖି ଖୁସି ହେଲି । ଆପଣ ଯେତେବେଳେ ସମ୍ପାଦନ କରୁଛନ୍ତି, ସହଯୋଗ:Edit_summary#Always_provide_an_edit_summary ସାରକଥା ଲେଖିବାକୁ ଭୁଲନ୍ତୁନି; ସ୍କ୍ରୀନସଟ:http://upload.wikimedia.org/wikipedia/commons/c/c7/Summary_image.png । ତଦ୍ଵାରା ଅନ୍ୟମାନେ ଜାଣି ପାରିବେ ଆପଣ କଣ ବଦଳୁଛନ୍ତି ଆଉ ଠିକ ଅଛି କି ନାହିଁ । କିଛି ଅସୁବିଧା ହେଲେ ଜଣାଇବେ । -- ଅଂଶୁମାନ ତାର ଯୋଡ଼ିବେ? ୧୮:୦୦, ୬ ସେପ୍ଟେମ୍ବର ୨୦୧୨ (UTC)

Hello Sir. It was good meeting you. Wonderful to hear about how you started editing Odia Wikipedia. Keep up the good work. I hope you have remembered the promise you made to me about growing the Odia Wikipedia Vishnu (talk)

ପ୍ରସଙ୍ଗର ମାନ ବାବଦରେ ସମ୍ପାଦନା

ସୁବାସ ସାର ନମସ୍କାର ନେବେ!

ଆଶା ଭଲରେ ଥିବେ । ଢେଙ୍କାନାଳରେ ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପରେ ଜଣେ ଛାତ୍ରଙ୍କ ଦେଇ ଏହି ଏଚ.ଆଇ.ଭି. ପ୍ରସଙ୍ଗଟି ଲେଖାଯାଇଥିଲା । ଏଥିରେ ବନାନ ଅଶୁଦ୍ଧି ଓ ତ‌ଥ୍ୟଗତ ଶୁଦ୍ଧତା ପାଇଁ ଆପଣଙ୍କ ସ‌ହ‌ଯୋଗ ଲୋଡ଼ା । ଦୟାକରି ପ୍ରସଙ୍ଗଟିକୁ ସୁଧାରିବାରେ ସାହାଯ୍ୟ କରିବେ । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୬:୨୮, ୨୬ ଅଗଷ୍ଟ ୨୦୧୩ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର ସୁବାସ ଚନ୍ଦ୍ର ରାଉତ,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

--ଶିତିକଣ୍ଠ (ଆଲୋଚନା) ୧୮:୨୭, ୨୫ ଜାନୁଆରୀ ୨୦୧୪ (UTC)

କିଛି ଦରକାରୀ ଲିଙ୍କ ସମ୍ପାଦନା

ସାର, ଆଜି ଯେଉଁ ଦୁଇଟି ବିଷୟରେ ଆପଣ ପଚାରୁଥିଲେ ତା'ର ଲିଙ୍କ ତଳେ ଦେଲି ।--ସୁଭାସିସ ପାଣିଗାହି ଆଳାପ ୦୬:୪୯, ୧୭ ଅକ୍ଟୋବର ୨୦୧୪ (UTC)

You have been a medical translators within Wikipedia. We have recently relaunched our efforts and invite you to join the new process. Let me know if you have questions. Best Doc James (talk · contribs · email) 12:34, 13 August 2023 (UTC)