ବ୍ରହ୍ମାନନ୍ଦ ପଣ୍ଡା

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ବ୍ରହ୍ମାନନ୍ଦ ପଣ୍ଡା (୩ ଅପ୍ରେଲ ୧୯୪୯ – ୩୦ ଜାନୁଆରୀ ୨୦୧୦)[୧] ଜଣେ ଭାରତୀୟ ରାଜନେତା । ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ବ୍ରହ୍ମାନନ୍ଦ ପଣ୍ଡା
ସାଂସଦ: ୧୪ଶ ଲୋକ ସଭା
ନିର୍ବାଚନ ମଣ୍ଡଳୀଜଗତସିଂହପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1949-04-03)୩ ଅପ୍ରେଲ ୧୯୪୯
ଜଗତସିଂହପୁର, ଓଡ଼ିଶା
ମୃତ୍ୟୁ୩୦ ଜାନୁଆରୀ ୨୦୧୦(2010-01-30) (ବୟସ ୬୦)
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେଡି
ଜୀବନ ସାଥୀନମିତା ପଣ୍ଡା
ସନ୍ତାନ୨ ପୁଅ
ଘରକଟକ, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୧]

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବ୍ରହ୍ମାନନ୍ଦ ୧୯୪୯ ମସିହାର ଅପ୍ରେଲ ମାସ ୩ ତାରିଖରେ ଜଗତସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ପତ୍ନୀଙ୍କ ନାମ ନମିତା ପଣ୍ଡା ।

ରାଜନୈତିକ ଜୀବନ ସମ୍ପାଦନା

ବ୍ରହ୍ମାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲରିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ, ଯେଉଁଠରେ ସେ ଜଣେ ସାଂସଦ ଭାବରେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ ସମ୍ପାଦନା

ବ୍ରହ୍ମାନନ୍ଦ ୨୦୧୦ ମସିହାର ଜାନୁଆରୀ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Former MP Brahmananda Panda passes away". The Hindu. Chennai, India. 31 January 2010.
  2. ୨.୦ ୨.୧ "Former BJD MP Brahmananda Panda died, Orissa Current News". orissadiary.com. 2010. Archived from the original on 18 March 2012. Retrieved 17 May 2012. Brahmananda Panda, a former Biju Janata Dal (BJD) Lok Sabha member

ବାହାର ଆଧାର ସମ୍ପାଦନା