ବୋଲଗଡ
ବୋଲଗଡ [୨] iଭାରତୀୟ ରାଜ୍ୟ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଏକ ତହସିଲ ଅଞ୍ଚଳ । ଏହା ମଧ୍ୟ ଦେଇ ଜାତୀୟ ରାଜପଥ 224 ଯାଇଛି ।
Bolagarh ବୋଲଗଡ | |
---|---|
Country Town | |
Country | ![]() |
State | Odisha |
District | Khordha |
Tahasil | Bolagarh |
Elevation | 20 m (70 ft) |
ଜନସଂଖ୍ୟା (2009) | |
• ମୋଟ | ୪୯,୪୦୩[୧] |
Languages | |
ସମୟ ମଣ୍ଡଳ | UTC+5:30 (IST) |
ଗାଡ଼ି ପଞ୍ଜିକରଣ | OD |
Lok Sabha constituency | Bhubaneswar |
Vidhan Sabha constituency | Bolagarh-Begunia |
ୱେବସାଇଟ | odisha |
ଏହାକୁ ଏକ ଗ୍ରାମୀଣ ସହର ବୋଲି କୁହାଯାଉଥିଲେ ମଧ୍ୟ ଏଠାରେ ସଂସ୍କୃତିର ବହୁଳ ଉନ୍ନତି ହେଇଛି । ଏକଦା ପାଇକ ବିଦ୍ରୋହ ସମୟରେ ଏହା ଏକ ମୁଖ୍ୟ ସ୍ଥଳ ଭାବରେ ଥିଲା।
ଭୌଗୋଳିକ ସ୍ଥିତି ସମ୍ପାଦନ କରନ୍ତୁ
ଏହି ଗ୍ରାମ ଖୋର୍ଦ୍ଧା ଜିଲ୍ଲାର ଏକ ତହସିଲ ଇଲାକା । ଏହାର latitude 20.1728756 and longitude 85.2756 ।[୩] ଏହା ଭୁବନେଶ୍ୱର ଠାରୁ 59.9 କିଲୋମିଟର ଦୁରବର୍ତୀ ।
ଜଳବାଯୁ ସମ୍ପାଦନ କରନ୍ତୁ
ଏଠାରେଗ୍ରୀଷ୍ମ କାଳରେ 42 ଡିଗ୍ରୀ ଯାଏ ଗରମ ହୁଏ ।
ଦର୍ଶନୀୟ ସ୍ଥାନ ସମୂହ ସମ୍ପାଦନ କରନ୍ତୁ
- ଘନଶ୍ୟାମ ପିଣ୍ଡିକା ମିଉଜିଆମ [୪]
- ଜଗନ୍ନାଥ ମନ୍ଦିର
- ଦୋଳଯାତ୍ରା ପ୍ରାନ୍ତର
- ମାଁ ବାଟ ମଙ୍ଗଳା ମନ୍ଦିର
- ମାଁ ଭୂଇ -ଆଣି ମନ୍ଦିର
- ଗବାଦୀ ମହାବୀର ମନ୍ଦିର
ଯାନୀ ଯାତ୍ରା ସମ୍ପାଦନ କରନ୍ତୁ
ଏଠାରେ ଦୂର୍ଗା ପୂଜା , ଡୋଲ ଯାତ୍ରା , ଧନୁ ଯାତ୍ରା , ଚନ୍ଦନା ଯାତ୍ରା , ଗଜଲକ୍ଷ୍ମୀ ପୂଜା ଆଦି ପ୍ରତିବର୍ଷ ହୁଏ । ବୋଲଗଡ ମହୋତଶବ ମଧ୍ୟ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଇଥାଏ । [୫]
ଶିକ୍ଷା ସମ୍ପାଦନ କରନ୍ତୁ
ଏଠାରେ ହାଇ ସ୍କୁଲ ବାଳିକା ହାଇ ସ୍କୁଲ ସମେତ ଏକ କଲେଜ ମଧ୍ୟ ରହିଛି । ତାହା ଛଡା ବେସରକାରୀ ଓ ଇଂରେଜ ମାଧ୍ୟମ ସ୍କୁଲ ସବୁ ମଧ୍ୟ ରହିଛି ।
ଯାତାୟାତ ସମ୍ପାଦନ କରନ୍ତୁ
ବୋଲଗଡକୁ ପହଞ୍ଚିବା ପାଇଁ ସଡକ ପଥରେ ଭୁବନେଶ୍ୱର ଠାରୁ ଯାଇ 2 ଘଣ୍ଟାରେ ପହଞ୍ଚି ହୁଏ । ନିକଟସ୍ଥ ରେଳଷ୍ଟେସନ ନୟାଗଡ ଜିଲ୍ଲାର ରାଜସୁନଖଳା 8 କିଲୋମିଟର ଦୂରରେ ଅବସ୍ଥିତ । ଏହି ଗ୍ରାମର ନିକଟସ୍ଥବିମାନ ବନ୍ଦର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଓ ଏହା 58 କିଲୋମିଟର ଦୂରରେ ଅବସ୍ଥିତ ।