ବୋମକାଇ
ଓଡ଼ିଶାର ଏକ ତନ୍ତବୁଣା ଲୁଗା ।
ବୋମକାଇ ପାଟ/ଶାଢ଼ୀ (ଇଂରାଜୀ: Bomkai pata, Bomkai Sari ବା Sonepuri Sari; ସୋନପୁରୀ ପାଟ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ତନ୍ତବୁଣା ଲୁଗା । ଏହା ଗଞ୍ଜାମ ଜିଲ୍ଲାର ବୋମକାଇ ଗାଁରୁ ଆରମ୍ଭ ହୋଇ[୧] ପରେ ସୁବର୍ଣ୍ଣପୁର ଜିଲ୍ଲାର ଭୁଲିଆ ସଂପ୍ରଦାୟଦ୍ୱାରା ସାଧାରଣତଃ ବୁଣା ଯାଇଥାଏ ।[୨] ବୋମକାଇ ଭାରତର ଭୌଗଳିକ ସଂକେତଗୁଡ଼ିକ ଭିତରୁ ଗୋଟିଏ ।[୩]
ଇତିହାସ
ସମ୍ପାଦନାବୋମକାଇ ଶାଢ଼ୀ ପ୍ରଥମେ ଗଞ୍ଜାମ ଜିଲ୍ଲାର ବୋମକାଇ ଗାଁରେ ଆରମ୍ଭ ହୋଇଥିଲେ[୧] ପାଟଣାର ରାଜା ରମାଇ ଦେବଙ୍କ ରାଜୁତି କାଳରେ ଏହା ସୋନପୁରରେ ବିକାଶ ଲାଭ କରିଥିଲା ।[୨]
ଅଣଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ
ସମ୍ପାଦନାଐଶ୍ୱର୍ଯ୍ୟା ରାୟ ଏକ "ରାଧାକୁଞ୍ଜ" ବୋମକାଇ ପିନ୍ଧି ଅଭିଷେକ ବଚ୍ଚନଙ୍କ ସଙ୍ଗେ ବିବାହ କରିଥିଲେ ।[୪] ସୋନପୁରର ଚତୁର୍ଭୁଜ ମେହେର ଏହି ଶାଢ଼ୀର ଡିଜାଇନ କରିଥିଲେ ।[୫]
-
ବୋମକାଇ ଶାଢ଼ୀ ଡିଜାଇନ
ଆଧାର
ସମ୍ପାଦନା- ↑ ୧.୦ ୧.୧ Aditi Ranjan; M. P. Ranjan (2009). Handmade in India: A Geographic Encyclopedia of Indian Handicrafts. Abbeville Press. ISBN 978-0-7892-1047-0.
- ↑ ୨.୦ ୨.୧ "Sarees of Orissa". Archived from the original on 15 March 2016. Retrieved 27 January 2016.
- ↑ "STATE WISE REGISTRATION DETAILS OF G.I APPLICATIONS" (PDF). Ipindia.nic.in. Retrieved 28 January 2016.
- ↑ "Ash-Abhi Wedding". Archived from the original on 2010-12-22. Retrieved 2016-01-28.
- ↑ "Orissa sari to drape Bachchan bahu - Mom-in-law Jaya zeroed in on trousseau in February". www.telegraphindia.com. The Telegraph. Retrieved 28 January 2016.