ବୋଧରାମ ଦୁବେ

ଓଡ଼ିଆ ରାଜନୀତିଜ୍ଞ

ବୋଧରାମ ଦୁବେ (ମୃତ୍ୟୁ: ୨୭ ଅଗଷ୍ଟ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଓ ୪ଟି ବିଭାଗରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସମ୍ବଲପୁର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ବୋଧରାମ ଦୁବେ
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୩୭ – ୧୩ ଡିସେମ୍ବର ୧୯୪୭
ନିର୍ବାଚନ ମଣ୍ଡଳୀସମ୍ବଲପୁର ସଦର
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୭ ଅଗଷ୍ଟ ୧୯୬୪(୧୯୬୪-୦୮-୨୭)
ନାଗରିକତାଭାରତୀୟ
ଜାତୀୟତାବ୍ରିଟିଶ ଭାରତ
ଭାରତୀୟ ଅଧିରାଜ୍ୟ
ଭାରତୀୟ
ରାଜନୀତିକ ଦଳକଂଗ୍ରେସ
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ ସମ୍ପାଦନା

ବୋଧରାମ ଦୁବେ କଂଗ୍ରେସର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଦୁଇଥର କାର୍ଯ୍ୟ କରିଥିଲେ । ୧୯୩୭ ମସିହାରୁ ୧୯୩୯ ଯାଏଁ ସେ ବାଣିଜ୍ୟ, ସ୍ୱାସ୍ଥ୍ୟ, ଆଇନ ଓ ଆଞ୍ଚଳିକ ସ୍ୱ-ସରକାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୩୭ ୧୯୪୬ ସଭ୍ୟ, ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା ସମ୍ବଲପୁର ସଦର କଂଗ୍ରେସ
୧୯୪୬ ୧୩ ଡିସେମ୍ବର ୧୯୪୭ ସଭ୍ୟ, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା

ମନ୍ତ୍ରୀପଦ ସମ୍ପାଦନା

ଆରମ୍ଭ ଶେଷ ପଦବୀ ବିଧାନ ସଭା
୧୯ ଜୁଲାଇ ୧୯୩୭ ୬ ନଭେମ୍ବର ୧୯୩୯ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା
ଆଇନ ମନ୍ତ୍ରୀ
ବିଣିଜ୍ୟ ମନ୍ତ୍ରୀ
ଆଞ୍ଚଳିକ ସ୍ୱ-ସରକାର ମନ୍ତ୍ରୀ

ମୃତ୍ୟୁ ସମ୍ପାଦନା

୧୯୬୪ ମସିହାର ଅଗଷ୍ଟ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Bodh Ram Dube". odishaassembly.nic.in. Odisha Assembly. Retrieved 21 January 2024.
  2. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୬. ISBN 978-81-89436-54-4. Retrieved 21 January 2024.{{cite book}}: CS1 maint: unrecognized language (link)