ବିଦ୍ୟୁତ୍ ଶକ୍ତି

(ବୈଦୁତିକ ଶକ୍ତିରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବିଦ୍ୟୁତ୍ ଶକ୍ତି ଏହି ପରି ଓଭରହେଡ୍ ଲାଇନ୍ଦ୍ୱାରା ଏବଂ ଅଣ୍ଡରଗ୍ରାଉଣ୍ଡ ହାଇ-ଭୋଲଟେଜ୍ କେବୁଲ ମାଧ୍ୟମରେ ମଧ୍ୟ ପ୍ରେରଣ କରାଯାଏ ।

ପ୍ରତି ୟୁନିଟ ସମୟରେ ଏକ ପରିପଥ ଦେଇ ବୈଦୁତିକ ଊର୍ଜାର ସ୍ଥାନନ୍ତରଣ 'ହାର'କୁ ବିଦ୍ୟୁତ୍ ଶକ୍ତି କୁହାଯାଏ । SI ମାନକରେ ଶକ୍ତିର ଏକକ ହେଉଛି ୱାଟ (watt), ଏକ ଜୁଲ୍ (joule) ପ୍ରତି ସେକେଣ୍ଡ

ବିଦ୍ୟୁତ ଶକ୍ତି ମୁଖ୍ୟତଃ ବୈଦୁତିକ ଜନିତ୍ର (ଜେନେରେଟର)ଦ୍ୱାରା ଉତ୍ପାଦନ କରାଯାଏ, ଏହା ସହ ବୈଦୁତିକ ବ୍ୟାଟେରୀ ପରି ଉତ୍ସର ବହୁଳ ପ୍ରଚାଳନ ମଧ୍ୟ ହୋଇଥାଏ । ଏହା ସାଧାରଣତଃ ଆବାସିକ ଏବଂ ବ୍ୟବହାସାୟିକ ଅନୁଷ୍ଠାନଗୁଡ଼ିକୁ ବୈଦୁତିକ ଶକ୍ତି ଶିଳ୍ପଦ୍ୱାରା ବିଦ୍ୟୁତ୍ ଗ୍ରୀଡ଼ ମାଧ୍ୟମରେ ଯୋଗାଇ ଦିଆଯାଏ । ବହୁ ଦୂରରେ ଥିବା ବୈଦୁତିକ ଭାର (ଲୋଡ୍) ଗୁଡ଼ିକ ପାଇଁ ଟ୍ରାନ୍ସମିସନ୍ ଲାଇନ୍ଦ୍ୱାରା ବିଦ୍ୟୁତ୍ ଶକ୍ତି ପ୍ରେରଣ କରାଯାଇଥାଏ ।[୧]

ସଂଜ୍ଞା ସମ୍ପାଦନା

ଯାନ୍ତ୍ରିକ ଶକ୍ତି ପରି ବୈଦୁତିକ ଶକ୍ତି ବି ହେଉଛି କାର୍ଯ୍ୟ କରିବାର ହାର, ଏହାକୁ ୱାଟ ଏକକରେ ମାପ କରାଯାଏ ଏବଂ ଲାଟିନ ଅକ୍ଷର P ଅକ୍ଷରଦ୍ୱାରା ସୁଚାଯାଏ । ସାଧାରଣ ଭାଷାରେ ୱାଟେଜ୍ ଶବ୍ଦର ଅର୍ଥ ହେଉଛି "କେତେ ୱାଟ ବିଦ୍ୟୁତି ଶକ୍ତି ଖର୍ଚ ହୁଏ" । ଯଦି Q କୁଲମ୍ବ ଚାର୍ଜ ବିଶିଷ୍ଟ ବିଦ୍ୟୁତ୍ ସ୍ରୋତ I ପ୍ରତି t ସେକେଣ୍ଡରେ ବିଦ୍ୟୁତ ବିଭବ ପାର୍ଥକ୍ୟ (ଭୋଲ୍ଟେଜ୍) V ଦେଇ ପ୍ରବାହିତ ହୁଏ, ତେବେ ଉତ୍ପନ୍ନ ହେଉଥିବା ବିଦ୍ୟୁତ ଶକ୍ତି (ୱାଟରେ) ହେବ:

 

ଯେଉଁଠାରେ,

Q ହେଉଛି ବୈଦୁତିକ ଚାର୍ଜ, କୁଲମ୍ବରେ
t ହେଉଛି ସମୟ, ସେକେଣ୍ଡରେ
I ହେଉଛି ବିଦ୍ୟୁତ୍ ସ୍ରୋତ, ଅମ୍ପିଅରରେ
V ହେଉଛି ବିଦ୍ୟୁତ ବିଭାବାନ୍ତର ବା ଭୋଲଟେଜ, ଭୋଲ୍ଟରେ


ଆଧାର ସମ୍ପାଦନା

  1. Smith, Clare (2001). Environmental physics. London, United Kingdom: Routledge. ISBN 0-415-20191-8.

ବାହାର ଲିଙ୍କ ସମ୍ପାଦନା