ବୈଦୁତିକ ଜନିତ୍ର ବା ଜେନେରେଟର ଏକ ଯନ୍ତ୍ର ଯାହା ଯାନ୍ତ୍ରିକ ଶକ୍ତିକୁ ବୈଦୁତିକ ଶକ୍ତିରେ ପରିବର୍ତ୍ତନ କରିଥାଏ । ଏହାଦ୍ୱାରା ବିଦ୍ୟୁତ ଚାର୍ଜ, ବୈଦୁତିକ ପରିପଥରେ ପ୍ରବାହିତ ହୋଇଥାଏ । ମୁଖ୍ୟତଃ ବାଷ୍ପଦ୍ୱାରା ଚାଳିତ ଟରବାଇନ, ଉଚ୍ଚ ପତନରୁ ପଡୁଥିବା ଜଳଦ୍ୱାରା ଚଳିତ ଟରବାଇନ ଓ ଏମିତି ଆହୁରି ଅନେକ, ଏହି ଯାନ୍ତ୍ରିକ ଶକ୍ତିର ଉତ୍ସ ଅଟନ୍ତି ।

ଏକ ଅତ୍ୟାଧୁନିକ ବାଷ୍ପ ଚାଳିତ ଟରବାଇନ
ବେଲଜିଅମର 'ୱେଷ୍ଟ ଫ୍ଲାଣ୍ଡର'ଠାରେ ଥିବା ଏକ ପୁରୁଣା ଗାଞ୍ଜ ଜେନେରେଟର (Ganz Generator)
ଏକ ଜଳବିଦ୍ୟୁତ କେନ୍ଦ୍ରରେ ଥିବା ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର ଏକ ଅଲଟର୍ନେଟର, ଯାହାକି ହଙ୍ଗେରୀର ବୁଦାପେଷ୍ଟଠାରେ ତିଆରି ହୋଇଥିଲା

ବୈଦୁତିକ ମୋଟର, ବୈଦୁତିକ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ଓଲଟା ରୂପାନ୍ତରଣ କରିଥାଏ । ଏହି ମୋଟର ଓ ଜନିତ୍ର ଭିତରେ ଗଠନ ଦୃଷ୍ଟିରୁ ଅନେକ ସାମଞ୍ଜସ୍ୟ ରହିଥାଏ ।

ଇତିହାସସମ୍ପାଦନ କରନ୍ତୁ

ବୈଦୁତିକତା ଓ ଚୁମ୍ବକୀୟତା ଭିତରେ ସମ୍ପର୍କ ଆବିଷ୍କାର ହେବାର ବହୁ ପୂର୍ବରୁ ସ୍ଥିର-ବିଦ୍ୟୁତ ଜନିତ୍ରର (ସ୍ଥିର-ବିଦ୍ୟୁତ ଜନିତ୍ର ବା ଇଲେ‌କ୍‌ଟ୍ରୋ‌ଷ୍ଟାଟିକ ଜେନେରେଟର ଏକ ଯନ୍ତ୍ର ଯାହାକି ସ୍ଥିର ବିଦ୍ୟୁତ ସୃଷ୍ଟି କରିଥାଏ । [୧]) ବ୍ୟବହାର କରାଯାଉଥିଲା ।

ଟାକୋ-ଜନିତ୍ର/ଟାକୋ-ଜେନେରେଟରସମ୍ପାଦନ କରନ୍ତୁ

ସାଧାରଣତଃ ଟାକୋଜେନେରେଟର ବ୍ୟବହାର ଟାକୋମିଟରକୁ ଶକ୍ତି ଯୋଗେଇବା ପାଇଁ କରାଯାଇଥାଏ, ଯାହାଦ୍ୱାରା ବୈଦୁତିକ ମୋଟର ଓ ଇଞ୍ଜିନ ଗୁଡିକର ବେଗ ମପା ଯାଇଥାଏ । ଏହି ଜେନେରେଟର ଆନୁମାନିକ ଭାବେ ଶା‌ଫ୍‌ଟ ବେଗ ସହ ସମାନୁପାତିକ ବିଦ୍ୟୁତ ବିଭବାନ୍ତର ସୃଷ୍ଟି କଋଥାଏ ।

ଆଧାରସମ୍ପାଦନ କରନ୍ତୁ

ବାହାର କଡ଼ିସମ୍ପାଦନ କରନ୍ତୁ