ବୃକ୍କ କର୍କଟ
ବୃକ୍କ କର୍କଟ ଏକ କର୍କଟ ରୋଗ ଯାହା ବୃକ୍କରେ ଆରମ୍ଭ ହୁଏ | [୪] ଏହାର ଲକ୍ଷଣମାନଙ୍କ ମଧ୍ୟରେ ମୂତ୍ରରେ ରକ୍ତ, ପେଟରେ ଗୋଟାଳି କିମ୍ବା ପିଠି ଯନ୍ତ୍ରଣା ହୋଇପାରେ ।[୧] [୨] [୩] ଜ୍ୱର, ଓଜନ ହ୍ରାସ ଏବଂ ଥକାପଣ ମଧ୍ୟ ହୋଇପାରେ | [୧] [୨] [୩] ରୋଗ ଜଟିଳ ହେଲେ ଫୁସଫୁସ କିମ୍ବା ମସ୍ତିଷ୍କକୁ କର୍କଟ ବିସ୍ତାର ହୋଇପାରେ।[୮]
Kidney cancer | |
---|---|
Renal cancer | |
ବିଭାଗ | Oncology, nephrology |
ଲକ୍ଷଣ | Blood in the urine, lump in the abdomen, back pain[୧][୨][୩] |
ଆକ୍ରାନ୍ତ ସମୟ | After the age of 45[୪] |
ବିପଦ କାରକ | Smoking, certain pain medications, previous bladder cancer, being overweight, high blood pressure, certain chemicals, family history[୧][୫] |
ରୋଗ ନିର୍ଣ୍ଣୟ ପଦ୍ଧତି | Tissue biopsy[୧][୨][୩] |
ଚିକିତ୍ସା | Surgery, radiation therapy, chemotherapy, immunotherapy, targeted therapy[୧][୨][୬] |
ପୁନଃପୌନିକ | 403,300 (2018)[୭] |
ମୃତ୍ୟୁ ସାନ୍ଦ୍ରତା | 175,000[୭] |
Patient UK | Kidney cancer |
ବୃକ୍କ କର୍କଟ ରୋଗର ମୁଖ୍ୟ ପ୍ରକାର ହେଉଛି ବୃକକ୍ କୋଷ କର୍କଟ (ଆରସିସି), ଟ୍ରାଞ୍ଜିସନାଲ କୋଷ କର୍କଟ (ଟିସିସି) ଏବଂ ୱିମ୍ସ୍ ଟ୍ୟୁମର୍ | ସମୁଦାୟ କିଡନୀ କର୍କଟ ରୋଗର ପ୍ରାୟ ୮୦% କେବଳ ଆରସିସି ସୃଷ୍ଟି କରେ ଏବଂ ଅବଶିଷ୍ଟାଂଶ ଟିସିସି ରୋଗ କରେ | [୯] ଆରସିସି ଏବଂ ଟିସିସି ପାଇଁ ସଙ୍କଟ ଜନକ କାରଣ ମଧ୍ୟରେ ଧୂମପାନ, କିଛି ଯନ୍ତ୍ରଣା ନିବାରକ ଔଷଧ, ପୂର୍ବତନ ମୂତ୍ରାଶୟ କର୍କଟ, ଅଧିକ ଓଜନ, ଉଚ୍ଚ ରକ୍ତଚାପ, କିଛି ରାସାୟନିକ ପଦାର୍ଥ ଏବଂ ପାରିବାରିକ ଇତିହାସ ସ୍ଥାନ ନେଇଥାଏ ।[୧] [୨] ୱିମ୍ସ୍ ଅର୍ବୁଦ ପାଇଁ ବିପଦ କାରଣଗୁଡିକ ମଧ୍ୟରେ ପାରିବାରିକ ଇତିହାସ ଏବଂ ଡବ୍ଲ୍ୟୁଏଜିଆର (WAGR ) ସିଣ୍ଡ୍ରୋମ ପରି କେତେକ ଜେନେଟିକ୍ ବ୍ୟାଧି ଉତ୍ତରଦାୟୀ ଥାଏ | [୩] ଲକ୍ଷଣ, ପରିସ୍ରା ପରୀକ୍ଷା, ଏବଂ ଡାକ୍ତରୀ ଇମେଜିଙ୍ଗ ଉପରେ ଆଧାର କରି ରୋଗ ସନେହ କରାଯାଏ ।[୧] [୨] [୩] ଏହା ତନ୍ତୁ ବାୟୋପସି କରି ନିଶ୍ଚିତ କରାଯାଏ | [୧] [୨] [୩]
ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଟାର୍ଗେଟେଡ୍ ଥେରାପି ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ | [୧] [୨] [୩] ନୂତନ ଭାବରେ ବୃକ୍କ କର୍କଟ ପ୍ରାୟ ୪0୩,୩00 ଲୋକଙ୍କୁ ପ୍ରଭାବିତ କରିଥିଲା ଏବଂ ୨୦୧୮ରେ ସାରା ବିଶ୍ୱରେ ୧୭୫,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୭] ସାଧାରଣତଃ ୪୫ ବର୍ଷ ବୟସ ପରେ ଏହି ରୋଗ ଆରମ୍ଭ ହୁଏ।[୪] ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି।[୪] ସମୁଦାୟ ପାଞ୍ଚ ବର୍ଷର ବଞ୍ଚିବା ହାର ଯୁକ୍ତରାଷ୍ଟ୍ରରେ ୭୫%, କାନାଡାରେ ୭୧%, ଚାଇନାରେ ୭୦% ଏବଂ ୟୁରୋପରେ ୬୦% ରହିଛି।[୪] [୧୦] ବୃକ୍କରେ ସୀମିତ ଥିବା କର୍କଟ ରୋଗ ପାଇଁ ପାଞ୍ଚ ବର୍ଷର ବଞ୍ଚିବାର ହାର ୯୩%, ଯଦି ଏହା ଆଖପାଖର ଲସିକା ଗ୍ରନ୍ଥିରେ ବ୍ୟାପିଥାଏ ତେବେ ଏହା ୭୦% ଅଟେ ଏବଂ ଯଦି ଏହା ବ୍ୟାପକ ହୋଇଥାଏ ତେବେ ୧୨% ହୁଏ | [୪]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Renal Cell Cancer Treatment". National Cancer Institute. 2019. Retrieved 8 June 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NCI2019TCC
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NCI2019Wl
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Cancer of the Kidney and Renal Pelvis - Cancer Stat Facts". SEER. Retrieved 30 May 2019.
- ↑ "Transitional Cell Cancer (Kidney/Ureter) Treatment". National Cancer Institute. 2019. Retrieved 8 June 2019.
- ↑ "Wilms Tumor and Other Childhood Kidney Tumors Treatment". National Cancer Institute. 2019. Retrieved 8 June 2019.
- ↑ ୭.୦ ୭.୧ ୭.୨ "Cancer today". IARC. Retrieved 30 May 2019.
- ↑ Sommers, Marilyn S.; Fannin, Ehriel (2014). Diseases and Disorders: A Nursing Therapeutics Manual. F.A. Davis. p. 657. ISBN 9780803644878.
- ↑ Mulders PF, Brouwers AH, Hulsbergen-van der Kaa CA, van Lin EN, Osanto S, de Mulder PH (February 2008). "[Guideline 'Renal cell carcinoma']". Ned Tijdschr Geneeskd (in ଡଚ୍). 152 (7): 376–80. PMID 18380384.
- ↑ Zeng, Hongmei; Chen, Wanqing; Zheng, Rongshou; Zhang, Siwei; Ji, John S; Zou, Xiaonong; Xia, Changfa; Sun, Kexin; Yang, Zhixun (2018). "Changing cancer survival in China during 2003–15: a pooled analysis of 17 population-based cancer registries". The Lancet Global Health (in ଇଂରାଜୀ). 6 (5): e555–e567. doi:10.1016/S2214-109X(18)30127-X. PMID 29653628.