ବୁବୋନିକ୍ ପ୍ଲେଗ୍

ବୁବୋନିକ୍ ପ୍ଲେଗ୍ ରୋଗ ଏକ ପ୍ରକାର ଜୀବାଣୁ ସଂକ୍ରମଣ ଯାହା ୟେର୍‌ସିନିଆ ପେସ୍ଟିସ୍ ଜୀବାଣୁ ଯୋଗୁ ହେଉଥିବା ତିନ

ବୁବୋନିକ୍ ପ୍ଲେଗ୍ ରୋଗ ଏକ ପ୍ରକାର ଜୀବାଣୁ ସଂକ୍ରମଣ ଯାହା ୟେର୍‌ସିନିଆ ପେସ୍ଟିସ୍ ଜୀବାଣୁ ଯୋଗୁ ହେଉଥିବା ତିନି ପ୍ରକାର ସଂକ୍ରମଣ ମଧ୍ୟରୁ ଗୋଟିଏ ।[୧] ଏହି ଜୀବାଣୁ ସଂସ୍ପର୍ଶରେ ଆସିବାର ୩ରୁ ୭ ଦିନ ପରେ ଫ୍ଲୁ ରୋଗ ଲକ୍ଷଣ ଭଳି ଲକ୍ଷଣ ପ୍ରକାଶ ପାଏ । ଏଥିରେ ଜ୍ୱର, ମୁଣ୍ଡବଥାବାନ୍ତି ହୁଏ ।[୧] ଚର୍ମର ଯେଉଁ ସ୍ଥାନରେ ଜୀବାଣୁ ପ୍ରବେଶ କରିଥାଆନ୍ତି ସେହି ସ୍ଥାନର ପାଖାପାଖି ସ୍ଥାନରେ ଥିବା ଲସିକା ଗ୍ରନ୍ଥି ଫୁଲିଯାଇ ଯନ୍ତ୍ରଣା ହୁଏ । [୨] ବେଳେବେଳେ ଏହି ଫୁଲିଥିବା ଲସିକା ଗ୍ରନ୍ଥି ଫାଟି ମେଲା ହୋଇଯାଏ । [୧]

ବୁବୋନିକ୍ ପ୍ଲେଗ୍
ବୁବୋନିକ୍ ପ୍ଲେଗ୍ ସଂକ୍ରମିତ ରୋଗୀର ଉପର ଜଙ୍ଘରେ ଗୋଟିଏ ବୁବୋ ଅଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A20.0
ଆଇସିଡ଼ି-୯-ସିଏମ୍020.0
ରୋଗ ଡାଟାବେସ14226
ମେଡ଼ିସିନ-ପ୍ଲସ000596

ସଂକ୍ରମଣ ପଥ ଅନୁସାରେ ତିନି ପ୍ରକାର ପ୍ଲେଗ୍ ହୁଏ ଯଥା:- ବୁବୋନିକ୍ ପ୍ଲେଗ୍, ସେପ୍ଟିସେମିକ ପ୍ଲେଗ୍ନିମୋନିକ ପ୍ଲେଗ୍ । ବୁବୋନିକ୍ ପ୍ଲେଗ୍ ମୁଖ୍ୟତଃ ସଂକ୍ରମିତ ଫ୍ଲି(ରକ୍ତଶୋଷି କୀଟ)ଦ୍ୱାରା ବିସ୍ତର ଲାଭ କରେ ଓ ଏହା ଛୋଟ ପ୍ରାଣୀ ମଧ୍ୟମରେ ସାଧିତ ହୁଏ ।[୧] ପ୍ଲେଗ୍‌ ରୋଗଦ୍ୱାରା ମୃତ ପ୍ରାଣୀଙ୍କ ଦେହରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ମଧ୍ୟ ରୋଗ ହୁଏ । [୩] ଫ୍ଲି କାମୁଡ଼ା ସ୍ଥାନରେ ଦେହ ମଧ୍ୟକୁ ଜୀବାଣୁ ପ୍ରବେଶ କରି ଲସିକାରେ ପ୍ରବାହିତ ହୋଇ ଲସିକା ଗ୍ରନ୍ଥିରେ ପ୍ରବେଶ କରେ ଓ ଏହାଦ୍ୱାରା ଗ୍ରନ୍ଥି ଫୁଲିଯାଏ ଓ ବୁବୋନିକ୍ ପ୍ଲେଗ୍ ହୁଏ । ରକ୍ତ, ଖଙ୍କାରଲସିକା ଗ୍ରନ୍ଥିରୁ ତରଳ ପଦାର୍ଥ ନେଇ ପରୀକ୍ଷା କରାଯାଏ ଓ ଜୀବାଣୁ ଦେଖିଲେ ରୋଗ ନିର୍ଣ୍ଣୟ କରାଯାଏ । [୧]

ସାର୍ବଜନୀନ ସ୍ୱାସ୍ଥ୍ୟ ଉପାୟରେ ପ୍ଲେଗ୍ ପ୍ରବଣ ଇଲାକାରେ ମୃତ ପ୍ରାଣୀଙ୍କୁ ସାଧାରଣ ଲୋକ ନ ଧରିଲେ ଏହି ରୋଗ ପ୍ରତିରୋଧ ହୋଇପାରିବ । ପ୍ଲେଗ୍ ନିମନ୍ତେ ଟିକା ଉପାଦେୟ ନ ଥିବା ଜଣାଯାଏ ।[୧] ସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ ବା ଡକ୍ସିସାଇକ୍ଲିନ ଭଳି କେତେକ ଆଣ୍ଟବାୟୋଟିକ୍ ଅତି ଫଳପ୍ରଦ ହୁଅନ୍ତି ।[୪][୫] ଚିକିତ୍ସିତ ନ ହେଲେ ୩୦ %ରୁ ୯୦ % ଲୋକ ମୃତ୍ୟୁ ବରଣ କରନ୍ତି ।[୧][୪] ମୃତ୍ୟୁ ହେଲେ ସାଧାରଣତଃ ୧୦ ଦିନ ଭିତରେ ହୁଏ ।[୬] ଚିକିତ୍ସା ସତ୍ତ୍ୱେ ୧୦% ଲୋକଙ୍କର ମୃତ୍ୟୁ ସଙ୍କଟ ରହେ ।[୪] ସନ ୨୦୧୩ରେ ୭୫୦ ରୋଗୀ ମଧ୍ୟରୁ ୧୨୬ ଜଣଙ୍କର ମୃତ୍ୟୁ ହୋଇଥିଲେ ।[୧] ଏହି ରୋଗ ଦକ୍ଷିଣ ଆଫ୍ରକାରେ ଅତି ସାଧାରଣ । [୧]

ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ରୋଗ କଳା ମୃତ୍ୟୁ ନାମରେ ପରିଚିତ ଥିଲା ଯାହା ଏସିଆ, ୟୁରୋପ ଓ ଆଫ୍ରିକାରେ ୫୦ ନିୟୁତ ଲୋକଙ୍କ ମୃତ୍ୟୁର କାରଣ ଥିଲା ।[୧][୭] କର୍ମଜୀବି ଲୋକଙ୍କ ମୃତ୍ୟୁ ଫଳରେ ସେତେବେଳେ ଶ୍ରମିକ ଅଭାବ ଯୋଗୁ ସେମାନଙ୍କର ମଜୂରି ବ‌ହୁତ ବଢ଼ିଯାଇଥିଲା । ଐତିହାସିକମାନଙ୍କ ମତରେ ଏହା ୟୁରୋପରେ ଏକ ଅର୍ଥନୈତିକ ବିକାଶରେ ଏକ ମୋଡ଼ ଆଣିଥିଲା ।[୭] ବୁବୋନିକ୍ ପ୍ଲେଗ୍ ଶବ୍ଦଟି ଏକ ଗ୍ରୀସ ଭାଷାର ଶବ୍ଦ (βουβών) ଯାହାର ଅର୍ଥ ଉରୁମୂଳ (Groin) ।[୮]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ World Health Organization (November 2014). "Plague Fact sheet N°267". Retrieved 10 May 2015.
  2. "Plague Symptoms". Jun 13, 2012. Retrieved Aug 21,15. {{cite web}}: Check date values in: |accessdate= (help)
  3. "Plague Ecology and Transmission". Jun 13, 2012. Retrieved Aug 21,15. {{cite web}}: Check date values in: |accessdate= (help)
  4. ୪.୦ ୪.୧ ୪.୨ "Plague". Lancet. 369 (9568): 1196–207. 2007. doi:10.1016/S0140-6736(07)60566-2. PMID 17416264. {{cite journal}}: Cite uses deprecated parameter |authors= (help)
  5. "Plague Resources for Clinicians". Jun 13, 2012. Retrieved Aug 21,15. {{cite web}}: Check date values in: |accessdate= (help)
  6. Keyes, Daniel C. (2005). Medical response to terrorism : preparedness and clinical practice. Philadelphia [u.a.]: Lippincott Williams & Wilkins. p. 74. ISBN 9780781749862.
  7. ୭.୦ ୭.୧ "Plague History". Jun 13, 2012. Retrieved Aug 21,15. {{cite web}}: Check date values in: |accessdate= (help)
  8. LeRoux, Neil (2007). Martin Luther As Comforter: Writings on Death Volume 133 of Studies in the History of Christian Traditions. BRILL. p. 247. ISBN 9789004158801.