ଜେଣ୍ଟାମାଇସିନ

ଏହା ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାରର ଜୀବାଣୁ ସଂକ୍ରମଣରେ ବ୍ୟବ‌ହାର କରାଯାଏ

ଜେଣ୍ଟାମିସିନ, ବିକ୍ରୟ ନାମ ଜେଣ୍ଟାମାଇସିନ ବା ଗାରାମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାରର ଜୀବାଣୁ ସଂକ୍ରମଣରେ ବ୍ୟବ‌ହାର କରାଯାଏ ।[୧] ଏହି ରୋଗମାନଙ୍କର ନାମ ଯଥାକ୍ରମେ:- ହାଡ଼ ସଂକ୍ରମଣ, ପେଲଭିସ ପ୍ରଦାହ ରୋଗ, ମେନିଞ୍ଜାଇଟିସ, ନିମୋନିଆମୂତ୍ରନଳୀ ସଂକ୍ରମଣସେପସିସ ଇତ୍ୟାଦି । ଗୋନୋରିଆକ୍ଲାମିଡିଆ ସଂକ୍ରମଣରେ ଏହା କାର୍ଯ୍ୟକ୍ଷମ ନୁହେଁ । ଏହା ଇଞ୍ଜେକସନ ଆକାରରେ ଶୀରାରେ ବା ମାଂସପେଶୀରେ ଦିଆଯାଏ ଓ ଚର୍ମରେ ସ୍ଥାନୀୟ ଭାବରେ ଲଗେଇ ଦିଆଯାଏ ।[୧] ପୋଡ଼ାଘାଆ ଓ ଚକ୍ଷୁ ବାହାର ସଂକ୍ରମଣ ନିମନ୍ତେ ସ୍ଥନୀୟ ଭାବରେ ଏହ ଲଗାଯାଏ ।[୨] ବିକଶିତ ଦେଶମାନଙ୍କରେ ଏହା ୨ ଦିନ ନିମନ୍ତେ ଦିଆଯାଏ ଓ ଜୀବାଣୁ କଲଚର ରିପୋର୍ଟ ଆସିଲେ ନିର୍ଦ୍ଧଷ୍ଟ ଆଣ୍ଟିବାୟୋଟିକ ଦିଆଯାଏ । [୩]ଏହାର ରକ୍ତ ପରୀକ୍ଷା ଫଳ ଅନୁସାରେ ମାତ୍ରା ନିରୁପିତ ହୁଏ ।[୧]

ଜେଣ୍ଟାମାଇସିନ
Clinical data
AHFS/Drugs.commonograph
MedlinePlusa682275
Pregnancy
category
  • D
Routes of
administration
IV, eye drop, IM, topical
ATC code
Legal status
Legal status
  • UK: POM (Prescription only)
Pharmacokinetic data
Bioavailabilitylimited oral bioavailability
Protein binding0-10%
Identifiers
  • (3R,4R,5R)-2-{[(1S,2S,3R,4S,6R)-4,6-
    diamino-3-{[(2R,3R,6S)-
    3-amino-6-[(1R)-
    1-(methylamino)ethyl]oxan-2-yl]oxy}-
    2-hydroxycyclohexyl]oxy}-5-methyl-
    4-(methylamino)oxane-3,5-diol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.014.332 Edit this at Wikidata
Chemical and physical data
FormulaC21H43N5O7
Molar mass477.596 g/mol
3D model (JSmol)
  • O[C@]3(C)[C@H](NC)[C@@H](O)[C@@H](O[C@H]2[C@H](N)C[C@H](N)[C@@H](O[C@H]1O[C@H](C(NC)C)CC[C@H]1N)[C@@H]2O)OC3
  • InChI=1S/C21H43N5O7/c1-9(25-3)13-6-5-10(22)19(31-13)32-16-11(23)7-12(24)17(14(16)27)33-20-15(28)18(26-4)21(2,29)8-30-20/h9-20,25-29H,5-8,22-24H2,1-4H3/t9?,10-,11+,12-,13+,14+,15-,16-,17+,18-,19-,20-,21+/m1/s1 checkY
  • Key:CEAZRRDELHUEMR-URQXQFDESA-N checkY
 ☒NcheckY (what is this?)  (verify)

'ଅନ୍ତକର୍ଣ୍ଣବୃକ୍‌କ' ଏହି ଦୁଇ ଅଙ୍ଗ ପ୍ରତି ଜେଣ୍ଟାମାଇସିନ ବିଷାକ୍ତ ପ୍ରତିକ୍ରିୟା ଦେଖାଏ ଓ ସମସ୍ୟା ସୃଷ୍ଟି କରେ । [୧] ଶ୍ରବଣ ସମସ୍ୟା ଓ ଶରୀରର ସନ୍ତୁଳନ(balance) ସମସ୍ୟା ଦେଖାଯାଏ । ଏହି ସମସ୍ୟା ଗୁଡ଼ିକ ସ୍ଥାୟୀ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁ ପ୍ରତି ବିପଦ ରହେ ।[୧] ସ୍ତନ୍ୟପାନ ସମୟରେ ଏହା ବିପଦମୁକ୍ତ ଥିବା ଜଣାଯାଏ । [୪] ଜେଣ୍ଟାମାଇସିନ ଏକ ପ୍ରକାର ଆମିନୋଗ୍ଲାଇକୋସାଇଡ ଔଷଧ । ଜୀବାଣୁର ପ୍ରୋଟିନ ତିଆରି କ୍ଷମତାକୁ ଜେଣ୍ଟାମାଇସିନ ରୋକିଦିଏ ଓ ଏହା ଯୋଗୁ ଜୀବାଣୁ ମରିଯାଏ ।[୧]

ସନ ୧୯୬୩ରେ ଜେଣ୍ଟାମାଇସିନ ଆବିଷ୍କୃତ ହୋଇଥିଲା । [୫]ମାଇକ୍ରୋମୋନୋସ୍ପୋରା ପରପୁରିଆ ନାମକ ଜୀବାଣୁରୁ ଏହା ପ୍ରସ୍ତୁତ କରାଯାଏ ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬]ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୭] ଏହାର ଦୈନିକ ହୋଲସେଲ ଖର୍ଚ୍ଚ 0.0୫ରୁ 0.୫୮ ଆମେରିକୀୟ ଡଲାର ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Gentamicin Sulfate". The American Society of Health-System Pharmacists. Retrieved Aug 15, 2015.
  2. Bartlett, Jimmy (2013). Clinical Ocular Pharmacology (s ed.). Elsevier. p. 214. ISBN 9781483193915.
  3. Moulds, Robert and Jeyasingham, Melanie (October 2010). "Gentamicin: a great way to start". Australian Prescriber (33): 134–135.{{cite journal}}: CS1 maint: multiple names: authors list (link)
  4. "Gentamicin use while Breastfeeding". Retrieved 15 August 2015.
  5. Pucci, edited by Thomas Dougherty, Michael J.; Weinstein, Marvin J. (2011). Handbook of antibiotic discovery and development (2012 ed.). New York: Springer. p. 238. ISBN 9781461413998. {{cite book}}: |first1= has generic name (help)CS1 maint: multiple names: authors list (link)
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. Burchum, Jacqueline (2014). Lehne's Pharmacology for Nursing Care. Elsevier Health Sciences. p. 1051. ISBN 9780323340267.
  8. "Gentamicin Sulfate". International Drug Price Indicator Guide. Retrieved 15 August 2015.[permanent dead link]