ବୁଧୁ ଭଗତ
ବୁଧୁ ଭଗତ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଗରିଲା ଯୁଦ୍ଧର ନେତୃତ୍ୱ ନେଇଥିଲେ । ସେ ଛୋଟନାଗପୁରରେ ୧୮୩୧-୩୨ ମସିହାରେ କୋଲ୍ ବିଦ୍ରୋହ ଏବଂ ଲାର୍କା ବିଦ୍ରୋହର ନେତା ଥିଲେ ।[୧][୨][୩]
ବୁଧୁ ଭଗତ | |
---|---|
ଜନ୍ମ | |
ମୃତ୍ୟୁ | ୧୩ ଫେବୃଆରୀ ୧୮୩୨ ସିଲାଗାଇ | (ବୟସ ୩୯)
ପ୍ରସିଦ୍ଧି | କୋଲ୍ ବିଦ୍ରୋହ ଲାର୍କା ବିଦ୍ରୋହ |
ଜୀବନୀ
ସମ୍ପାଦନା୧୯୭୨ ମସିହାର ଫେବୃଆରୀ ୧୭ ତାରିଖରେ ସେ ବ୍ରିଟିଶ ଭାରତର ରାଞ୍ଚି ଜିଲ୍ଲାର ଚାହ୍ନୋ ବ୍ଲକର ସିଲାଗାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ଓରାଓନ୍ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୪]
ବିଦ୍ରୋହ
ସମ୍ପାଦନାରାଞ୍ଚି, ହଜାରିବାଗ, ପାଲାମୁ ଏବଂ ମନଭୂମ ଆଦିକୁ କୋଲ୍ ବିଦ୍ରୋହ ବ୍ୟାପିଥିଲା ।[୫] ୧୮୩୧ ମସିହାରେ, ସେ ବ୍ରିଟିଶଙ୍କ ବିରୁଦ୍ଧରେ ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ ।[୬]
୧୮୩୨ ମସିହାରେ, ସେ ବ୍ରିଟିଶ ଏବଂ ଜମିଦାରଙ୍କ ଅତ୍ୟାଚାର ଶାସନ ବିରୁଦ୍ଧରେ ଛୋଟନାଗପୁରର ଆଦିବାସୀମାନଙ୍କ ସହିତ ବିଦ୍ରୋହର ନେତୃତ୍ୱ ନେଇଥିଲେ । ଏହି ବିଦ୍ରୋହ ଲାର୍କା ବିଦ୍ରୋହ ଭାବରେ ଜଣାଶୁଣା, ଯେଉଁଥିରେ ଓରାଓନ୍, ମୁଣ୍ଡା, ଭୁମିଜ, ହୋ ଇତ୍ୟାଦି ଆଦିବାସୀମାନେ ଯୋଗ ଦେଇଥିଲେ ।[୭] ତାଙ୍କୁ ଧରିବା ପାଇଁ ବ୍ରିଟିଶମାନେ ପୁରସ୍କାର ଘୋଷଣା କରିଥିଲେ । ବ୍ରିଟିଶ ସୈନ୍ୟମାନେ ୧୩ ଫେବୃଆରୀ ୧୮୩୨ରେ ସିଲାଗାଇ ଗ୍ରାମରେ ପହଞ୍ଚି ତାଙ୍କ ଅନୁଗାମୀମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କ ପୁଅ ହଳଧର ଭଗତ ଏବଂ ଗିରିଧର ଭାଗତ ସହିଦ ହୋଇଥିଲେ । ବୁଧୁ ଭଗତଙ୍କୁ ଇଂରେଜ ସୈନ୍ୟମାନେ କାବୁ କରି ହତ୍ୟା କରିଥିଲେ ।[୮]
ଆଧାର
ସମ୍ପାଦନା- ↑ "Governor pays tribute to Veer Budhu Bhagat". dailypioneer. 23 August 2016. Retrieved 28 November 2019.
- ↑ "Veer Budhu Bhagat: The Leader of Kol and Larka Rebellion: Forgotten Freedom Fighter - Dharmayudh". dharmayudh.com (in ଆମେରିକୀୟ ଇଂରାଜୀ). Retrieved 2022-09-29.
- ↑ Sinha, Anuj Kumar (2021-01-01). Unsung Heroes Of Jharkhand Movement (in ଇଂରାଜୀ). Prabhat Prakashan. ISBN 978-93-5266-000-1.
- ↑ "वीर बुधु भगत ने 1832 में शुरू किया था लरका विद्रोह". bhaskar. 18 February 2017. Retrieved 28 November 2019.
- ↑ Institute, Bihar Tribal Welfare Research (1997). Bulletin of the Bihar Tribal Welfare Research Institute (in ହିନ୍ଦୀ). Bihar Tribal Welfare Research Institute, Government of Bihar, Welfare Department.
- ↑ "कोल विद्रोह के नायक शहीद वीर बुधु भगत की आज मनेगी जयंती". Hindustan (in hindi). Retrieved 2022-09-29.
{{cite web}}
: CS1 maint: unrecognized language (link) - ↑ "Ranchi : CM ने "लरका विद्रोह" के महानायक वीर बुधू भगत की जयंती पर अर्पित की श्रद्धा सुमन". InsiderLive.in: Get Latest News, India News, Breaking News ... (in ଆମେରିକୀୟ ଇଂରାଜୀ). 2022-02-17. Retrieved 2022-09-29.
- ↑ "वीरों में वीर थे शहीद बुधु भगत". prabhatkhabar. Retrieved 28 November 2019.