ଉଇକିପିଡ଼ିଆ:ଆଲୋଚନା ସଭା ଉପରେ ବିଷୟ

Soumendrak (ଆଲୋଚନାଅବଦାନ)

ମୁଁ ପାଖାପାଖି ଦୁଇ ବର୍ଷ ତଳେ ୧୮ ଅଗଷ୍ଟ ୨୦୨୨ରୁ ଓଡ଼ିଆ ଉଇକିପିଡ଼ିଆର ପରିଛା (admin) ହୋଇଥିଲି ।

ପରିଛା ଭାବରେ ମୁଁ ନିମ୍ନୋକ୍ତ ଅବଦାନ କରିଥିଲି:

  • ୧୦୦+ ପୃଷ୍ଠାର ପାଟ୍ରୋଲିଂ (ଯାଞ୍ଚ)
  • ୫+ ଖାତାକୁ ବ୍ଲକ
  • ଟ୍ରାନ୍ସଉଇକି ଇମ୍ପୋର୍ଟର ପଦ ସହାୟତାରେ
    • ପୃଷ୍ଠାଗୁଡ଼ିକର ଇନ୍ଫୋବାକ୍ସରେ ସଠିକ ମାନଚିତ୍ର ପ୍ରଦର୍ଶନ
    • ଜରୁରୀ ପୃଷ୍ଠା, ଛବି , ମଡ୍ୟୁଲ, ଛାଞ୍ଚ ଆମଦାନୀ କିମ୍ବା ତିଆରି
    • ପୃଷ୍ଠାର ସଠିକ ଶ୍ରେଣୀ ଶୃଙ୍ଖଳା ଏବଂ ଶ୍ରେଣୀହୀନ ଶ୍ରେଣୀରେ ଶ୍ରେଣୀ ଦେବା
    • ୧୯୩୬ ରୁ ୧୯୭୫ ମସିହା ପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ପାଖାପାଖି ସମସ୍ତ ଓଡ଼ିଆ ଚଳଚ୍ଚିତ୍ର ପୃଷ୍ଠାରେ ସେ ଚଳଚ୍ଚିତ୍ର ପୋଷ୍ଟର ଯୋଗ
  • ଏହାଛଡ଼ା ଅନେକ ଭଣ୍ଡାମୀ ରୋକିବା ଏବଂ ଅନ୍ୟାନ୍ୟ ପରିଛା ଜାତୀୟ କାମ


ନିଜର ବ୍ୟକ୍ତିଗତ କାରଣ ହେତୁ ମୁଁ ଗତକିଛି ମାସ ଧରି ଉଇକିପିଡ଼ିଆରେ ସକ୍ରିୟ ଭାବେ ସାଧାରଣ ଲେଖକ ଭାବରେ କିମ୍ବା ପରିଛା ଭାବରେ ବେଶି କିଛି ଅବଦାନ ଦେଇପାରିନାହିଁ । ଆଗକୁ ମୁଁ ସମୟ ଦେଇପାରିବି କି ନାହିଁ ମଧ୍ୟ ଏବେଠୁ କହିପାରୁନାହିଁ ।

ତେଣୁ ମୁଁ ପରିଛା ପଦରୁ ସ୍ବେଚ୍ଛାରେ ଇସ୍ତଫା ପ୍ରଦାନ କରିବାକୁ ଚାହୁଁଛି ।


ମତେ ପରିଛା ଭାବରେ ଚୟନ କରିଥିବାରୁ ଅନେକ ଅନେକ ଧନ୍ୟବାଦ 🙏🏼।

Hellohappy (ଆଲୋଚନାଅବଦାନ)

ନା ନା ନା ସେମିତି କୁହନା ବନ୍ଧୁ । ତମେ ଜଣେ ଜ୍ଞାନୀ କାମିକା ପରିଚ୍ଛା । ଉଇକିପିଡ଼ିଆ ଭାଷା ସେବା କରିବା ପାଇଁ ଏକ ଉତ୍କୃଷ୍ଟ ମାଧ୍ୟମ । ତୁମକୁ ଅନୁରୋଧ କାମ ଛାଡ଼ନି । ନିଜ ସମୟ ସୁବିଧା ଅନୁସାରେ କରୁଥାଅ ।

Psubhashish (ଆଲୋଚନାଅବଦାନ)

@Soumendrak ତମର ପରିଛା ଭାବେ ସମସ୍ତ ଅବଦାନ ପାଇଁ ଧନ୍ୟବାଦ । ମୋର ଠିକରେ ମନେ ପଡ଼ୁନି ହେଲେ ନିକଟରେ ଉଇକିମାନିଆରେ ଏକ କମୁନିଟିରୁ ଭଲ ଜିନିଷଟେ ଶିଖିଲି । ସେମାନେ ପରିଛାମାନଙ୍କ ପାଇଁ ସୁବିଧାଟେ ରଖିଛନ୍ତି । ପରିଛାମାନେ ଇଚ୍ଛାମତେ ପରିଛା ପଦରୁ ବାହାରିପାରିବେ । ହେଲେ ଚାହିଁଲେ ଫେରିପାରିବେ । ଏହା ଫଳରେ କମୁନିଟିରେ କେବଳ ସକ୍ରିୟ ଥିବା ଉଇକିଆଳି ପରିଛା ରହିବେ । ମୋତେ ସେ ମଡେଲଟି ଭଲଲାଗିଲା । ତମେ ଯେହେତୁ କମୁନିଟି ସମର୍ଥନରୁ ପରିଛା ହେଇଥିଲା ଭବିଷ୍ୟତରେ କେବେ ପରିଛା ହେବାକୁ ଚାହିଁଲେ ତମ ପାଇଁ ପ୍ରକ୍ରିୟାଟି କୋହଳ ହେଇପାରିଲେ ଭଲ ।


ଦ୍ୱିତୀୟଟି ଏକ ପ୍ରକାର ପ୍ରୀତି ଭାଇଙ୍କ ମତର ଉତ୍ତରରେ । ଉଇକିଆଳିମାନେ ସ୍ୱେଚ୍ଛାସେବୀ ହୋଇଥିବାରୁ ତାଙ୍କ ପାଇଁ ସାମୟିକ ଭାବେ ଏକ ଦାୟିତ୍ୱରୁ ଓହରିବା ବେଳେବେଳେ ଆବଶ୍ୟକ । ସୌମେନ୍ଦ୍ର ହୁଏତ ପୁଣି ସମୟ ହେଲେ ସକ୍ରିୟ ହେବ ଆଉ ପରିଛା ଭାବେ ଫେରିବ । ସେ ଦିଗରେ କିଛି ଅସୁବିଧା ନ ରହିବା କଥା । ଆଉ ପରିଛା ଦାୟିତ୍ୱ ସୁଚାରି ରୂପେ ତୁଲାଇଥିବାରୁ ଆଉଥରେ ପରିଛା ହେବାକୁ ଚାହିଁଲେ କାହାଠାରୁ କୌଣସି ବିରୋଧ ନ ହେବା କଥା ।

"ପରିଛା ପଦରୁ ଇସ୍ତଫା"ଙ୍କୁ ଉତ୍ତର