Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

ଓଡ଼ିଆ ଉଇକିପିଡ଼ିଆରେ ଏଯାଏ ଲଗ ଇନ ନ କରି ନୂଆ ପ୍ରସଙ୍ଗ ତିଆରି କରିବାର ସୁବିଧା ସମସ୍ତଙ୍କ ପାଇଁ ଥିଲା । ହେଲେ ୨୦୨୩ ନଭେମ୍ବର ୨୦ରୁ ଆରମ୍ଭ କରି ଆଜିଯାଏ "ଲକ୍ଷ୍ମୀନାରାୟଣ ମହାରଣା" ପ୍ରସଙ୍ଗଟି କେବଳ ସମ୍ଭବତଃ ଜଣଙ୍କ ଦ୍ୱାରା ୩୨ରୁ ଅଧିକ ଥର ତିଆରି କରାଯାଇସାରିଲାଣି । ଏଭଳି ଅପବ୍ୟବହାର ଓଡ଼ିଆ ଉଇକିପିଡ଼ିଆ ଇତିହାସରେ ପ୍ରଥମ । ଏଭଳି ପ୍ରସଙ୍ଗ ତିଆରି ହେଲେ ଜଣେ ଅଣ-ପରିଚାଳକ ପ୍ରଥମେ ସେଥିରେ "ଲିଭାନ୍ତୁ" ଛାନ୍ଚ ପକାନ୍ତି । ଜଣେ ପରିଚାଳକ ତାକୁ ଦେଖି ପ୍ରସଙ୍ଗଟି ଲିଭାନ୍ତି । ସମାନ ନାମରେ ଆଉଥରେ ପ୍ରସଙ୍ଗ ତିଆରି ରୋକିବାକୁ ପୃଷ୍ଠାଟି କିଳନ୍ତି । ଆଉ ପୃ୍ଷ୍ଠାର ଅପବ୍ଯବହାରକାରୀଙ୍କୁ ଅଟକାନ୍ତି । ଆମ ଛୋଟ ସମୁଦାୟ ନୂଆ ପ୍ରସଙ୍ଗ ଲେଖିବା ଓ ଆଗରୁ ଥିବା ପ୍ରସଙ୍ଗ ଉନ୍ନତ କରିବାକୁ ବେଳ ପାଉନି । ଆମେ ନୂଆ ବ୍ୟବହାରକାରୀଙ୍କୁ ଉତ୍ସାହିତ କରି ଆଣିବାକୁ ବେଳ ପାଉନୁ । ଏସବୁ ଭିତରେ ଏ ନୂଆ ଅସୁବିଧା ବୋଝ ଉପରେ ନଳିତା ବିଡ଼ା ଭଳି । ଏଣୁ କେବଳ ଲଗ ଇନ କରିଥିବା ବ୍ୟବହାରକାରୀଙ୍କୁ ନୂଆ ପ୍ରସଙ୍ଗ ତିଆରି ଅନୁମତି ଦେବା ସପକ୍ଷରେ ମୁଁ ପ୍ରସ୍ତାବ ବାଢ଼ୁଛି । ସମସ୍ତଙ୍କ ମତ ଭିତ୍ତିରେ ଆଗାମୀ ୭-୧୦ ଦିନ ଭିତରେ ଏ ବଦଳ କରାଯିବ ।


ନିଜ ମତରେ {{ସମର୍ଥନ}} କରିପାରିବେ ବା ଅଲଗା ମତ ଥିଲେ ଦେବେ ।

Soumendrak (ଆଲୋଚନାଅବଦାନ)

ବିନା ଲଗ-ଇନ ରେ ଉଇକିପିଡ଼ିଆ କାହିଁକି ପୃଷ୍ଠା ତିଆରି କରିବାକୁ ଅନୁମତି ଦେଉଛି, ସେ ତରଫରୁ ଯୁକ୍ତି ମଧ୍ୟ ରଖିବା ଉଚିତ ।

Psubhashish (ଆଲୋଚନାଅବଦାନ)

ପ୍ରତି ଉଇକିପିଡ଼ିଆ କମ୍ୟୁନିଟି ଏ ବିଷୟଟି ଆଲୋଚନା କରି ସିଦ୍ଧାନ୍ତ ନେଇପାରିବ ଆଉ ଏଇଟା ସାମଗ୍ରୀକ ଭାବେ ସବୁ ଉଇକିପିଡ଼ିଆ ପାଇଁ ନୁହେଁ ବରଂ କେବଳ ଓଡ଼ିଆ ଉଇକିପିଡ଼ିଆ ପାଇଁ । ମୋର ଯେତେ ଦୂର ମନେ ଅଛି ଏଇଟା "low-entry barrier" ସକାଶେ ରଖାଯାଇଥିଲା । ମାନେ ଜଣେ ଉଇକିପିଡ଼ିଆରେ ନୂଆ ହେଲେ ବି ବା ପ୍ରଥମ କରି କିଛି ଲେଖିବାକୁ ଚେଷ୍ଟାକରୁଥିଲେ ବି ବିନା ବାଧାରେ ପ୍ରସଙ୍ଗଟିଏ ଗଢ଼ିପାରିବେ । ହେଲେ ବ୍ୟବହାର ଅପେକ୍ଷା ଅପବ୍ୟବହାର ଏବେ ଚରମ ସୀମାରେ ପହଞ୍ଚିଛି । ଗତ କିଛି ଦିନ ଧରି ଦିନକୁ ୨-୩ ଥର ଉପରୋକ୍ତ ପ୍ରସଙ୍ଗଟି ତିଆରି ହେଉଛି ।

Soumendrak (ଆଲୋଚନାଅବଦାନ)

ଧନ୍ୟବାଦ ।

ଜଣେ ବ୍ୟକ୍ତି ଯଦି ସଠିକ ପରିମାଣରେ ଉତ୍ସାହିତ ଥିବ, ଚାହିଁଲେ ଗୁଡ଼ିଏ ଇମେଲ ଉପଯୋଗ କରି, ଅନେକ ଉଇକିପିଡ଼ିଆ ଖାତା ଖୋଲି ମଧ୍ୟ ଏଭଳି ପ୍ରସଙ୍ଗ ଗଢ଼ିଚାଲିବ ।

ଯଦିଓ ବିନା ଖାତାରେ ପ୍ରସଙ୍ଗ ତିଆରି ବନ୍ଦ କରିବା ଆମ ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ, ବର୍ତ୍ତମାନ ପରିସ୍ଥିତିରେ ଦେଖିଲେ କିଛି ମାତ୍ରାରେ ଏହା ଏଭଳି ପ୍ରସଙ୍ଗ ଗଠନରେ ବାଧା ସୃଷ୍ଟି କରିପାରିବ ।


ଅନ୍ୟପକ୍ଷରେ ପରିସଂଖ୍ୟାନ ଦେଖିଲେ କଦବା କ୍ଵଚିତ ଅନାମଧେୟ ବ୍ୟବହାରକାରୀଗଣ ନୂତନ ପ୍ରସଙ୍ଗ ଲେଖନ୍ତି

ପ୍ରସଙ୍ଗ ଗଢ଼ିବାକୁ ଇଛୁକ ବ୍ୟକ୍ତିଟିଏ, ଉଇକିପିଡ଼ିଆରେ ଖାତାଟିଏ ବି ଅକ୍ଲେଶରେ ଖୋଲି, ପ୍ରସଙ୍ଗ ପ୍ରାରମ୍ଭ କରି ପାରିବ ।


 ସମର୍ଥନ

Ssgapu22 (ଆଲୋଚନାଅବଦାନ)

ଆଇପିରୁ କରିବା ଦ୍ୱାରା ଖାଲି ଏହି ଲକ୍ଷ୍ମୀନାରୟଣ ପୃଷ୍ଠା ନୁହେଁ, ଅନେକ ଅଣ-ଓଡ଼ିଆମାନେ ମଧ୍ୟ କିଛି ମେସିନ୍ ଅନୁବାଦ ଦ୍ୱାରା ପ୍ରସଙ୍ଗ ଗଢ଼ୁଛନ୍ତି, ଯାହାକି ରହିବା ଯୋଗ୍ୟ ନୁହେଁ । ତେଣୁ ସବୁଦିନ ପାଇଁ ନହେଲେ ବି ଏବେ କିଛିଦିନ ପାଇଁ ଲଗ୍ ଇନ୍ କରିବା ବାଧ୍ୟତାମୂଳକ ହେବା ସହିତ, ନୂଆ ଯୋଗ ଦେଇବା ଉଇକିଆଳି ନୂଆ ପ୍ରସଙ୍ଗ ଗଢ଼ିବା ପାଇଁ ଅତିକମରେ ତାଙ୍କର ଇ-ମେଲ୍ ଭେରିଫାଏ କରିବା ଅଫ୍ସନ୍ ରହିଲେ, ସ୍ପାମ୍ କମିବ ବୋଲି ଆଶା ।

Hellohappy (ଆଲୋଚନାଅବଦାନ)

ଗପୁ ସାରଙ୍କ କଥାରେ ଏକମତ । ଏ ପରିସ୍ଥିତିରେ କିଛି ଦିନ ପାଇଁ ଲଗ-ଇନ ବାଧ୍ୟତାମୂଳକ କରିଲେ ଭଲ ।

Psubhashish (ଆଲୋଚନାଅବଦାନ)

ସମସ୍ତଙ୍କ ଅବଗତି ପାଇଁ ଫାବ୍ରିକେଟରରେ ହୋଇଥିବା ଅନୁରୋଧ ଲିଙ୍କଟି ଦେଲି । ଆଶା ଏ ଅସୁବିଧାଟି ଶୀଘ୍ର ସମାଧାନ ହେବ ।

Jnanaranjan sahu (ଆଲୋଚନାଅବଦାନ)

 ସମର୍ଥନ ସମସ୍ତେ ସବୁବେଳେ ଆକ୍ଟିଭ ରହି ପାରୁନାହାନ୍ତି । ଏମିତି ସ୍ପାମ ସମ୍ଭାଳିବାରେ ରୋସୋର୍ସ ନ ଯାଊ ।

"ଲଗ ଇନ ନ କରି ପୃଷ୍ଠା ତିଆରି ପାଇଁ ଆପଣଙ୍କ ମତ"ଙ୍କୁ ଉତ୍ତର