Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

କଣ୍ଟେଣ୍ଟ ଟ୍ରାନ୍ସଲେସନ ଟୁଲ ବ୍ଯବହାର କରି ଅନ୍ୟ ଭାଷାରୁ ଓଡ଼ିଆକୁ ଅନୁବାଦ କରିବା ସହଜ । ମୁଁ ବ୍ୟକ୍ତିଗତ ଭାବେ ବି କିଛି ନୂଆ ଲେଖା ଏମିତି ତିଆରି କରିଛି । ଏବେ ସେଥିରେ Google Translate ଦ୍ୱାରା ଖୁବ କମ ସମୟରେ ଗୋଟେ ପୂରା ଲେଖାର ଅନୁବାଦ ହୋଇଯିବ (ଯଥା: ସ୍କ୍ରୋଡିଙ୍ଗର କ୍ୟାଟ୍) । ହେଲେ ଗୁଗୁଲର ଅନୁବାଦ ପ୍ରାକୃତିକ ଶୁଭେନା ତେଣୁ ତାକୁ ପଢ଼ି ସଜାଡ଼ି ତା' ପରେ କଣ୍ଟେଣ୍ଟ ଟ୍ରାନ୍ସଲେସନରୁ ଉଇକିପିଡ଼ିଆରେ ଅନୂଦିତ ପ୍ରସଙ୍ଗ ପ୍ରକାଶ କରିବା କଥା । ଅନେକ ସମୟରେ ନୂଆ ଉଇକିଆଳିମାନେ ଏ କଥା ନ ଜାଣି ସିଧା ପ୍ରକାଶ କରୁଛନ୍ତି । ଉପର ଲିଙ୍କର ଲେଖା ଏକ ଉଦାହରଣ । ଏବେ ଏ ଧାରା ଆରମ୍ଭ ହୋଇଛି ହେଲେ ଆଗକୁ ହୁଏତ କଣ୍ଟେଣ୍ଟ ଟ୍ରାନ୍ସଲେସନ ଜରିଆରେ ଅଧିକରୁ ଅଧିକ ନିମ୍ନମାନର ପ୍ରସଙ୍ଗ ଆସିବ । ଆମେ କେମିତି କଣ କଲେ କଣ୍ଟେଣ୍ଟ ଟ୍ରାନ୍ସଲେସନ ବ୍ୟବହାର ହୋଇ ବି ଭଲ ମାନର ଲେଖା ଆସିବ ସମସ୍ତେ ନିଜ ମତ ଦେବେ କି? ସମସ୍ତଙ୍କ ମତକୁ ଭିତ୍ତି କରି ଆମେ କିଛି ହୁଏତ କରିପାରିବା ଯାହା ଫଳରେ ଲେଖା ପ୍ରକାଶ ହେବା ଆଗରୁ କିଛି ପରିମାଣରେ ସଜଡ଼ା ହୋଇ ଆସିବ ।

Soumendrak (ଆଲୋଚନାଅବଦାନ)

ମୋର କିଛି ମତ:

- ଏହିଭଳି ଲେଖାଗୁଡ଼ିକୁ ଗୋଟିଏ ଛାଞ୍ଚ କିମ୍ବା ଶ୍ରେଣୀ ଦ୍ୱାରା ଚିହ୍ନ ମାରି ରଖାଯାଉ ।

- ଛାଞ୍ଚ କରିଲେ, ଭଲ ଭାବରେ ଉପରେ ଲେଖାଯାଉ କି, ଏହି ଲେଖାଟି ଗୁଗଲ ଦ୍ୱାରା ଅନୁବାଦ କରାଯାଇଛି, ଲେଖାକୁ ଯାଞ୍ଚ କରିବା ଆବଶ୍ୟକ । ଏହିଭଳି କିଛି ।

- କିଛି ନିୟମ ପ୍ରସ୍ତୁତ କରି, ଏହିଭଳି ଲେଖୁଥିବା ଲେଖକ/ଲେଖିକାଙ୍କର ପୃଷ୍ଠାରେ ଯାଇ ଏହି ନିୟମ ମାନିବାକୁ ଅନୁରୋଧ କରାଯାଇପାରିବ ।

- ଏକ ନିର୍ଦ୍ଧିଷ୍ଟ ସମୟ ଧରି ଲେଖାରେ ଉନ୍ନତି ନହେଲେ, ଲେଖକ/ଲେଖିକାଙ୍କ ପୃଷ୍ଠାରେ ସ୍ମାରକ ଦିଆଯାଉ, ଏବଂ ତଥାପି ମୂଳ ଲେଖକ/ଲେଖିକା କିମ୍ବା ଅନ୍ୟ କୌଣସି ଲେଖକ/ଲେଖିକାଙ୍କ ଦ୍ୱାରା ଉନ୍ନତି ନହେଲେ, ଯଦି ଲେଖାଟି ଆଦୌ ପଢ଼ିବା ଯୋଗ୍ୟ ନୁହେଁ, ତେବେ ଲେଖାଟିରେ ବିଲୋପ ଛାଞ୍ଚ ପକାଯାଉ ।


> ଆମେ କେମିତି କଣ କଲେ କଣ୍ଟେଣ୍ଟ ଟ୍ରାନ୍ସଲେସନ ବ୍ୟବହାର ହୋଇ ବି ଭଲ ମାନର ଲେଖା ଆସିବ ସମସ୍ତେ ନିଜ ମତ ଦେବେ କି?

କିଛି ବଡ଼ ବଡ଼ ଲେଖା ମୁଁ ଗୁଗଲ ଟ୍ରାନ୍ସଲେଟ ଉପଯୋଗ କରି ଲେଖା ତିଆରି କରି ମୋର ଅନୁଭବରୁ କହୁଛି, ନିମ୍ନଲିଖିତ କ୍ଷେତ୍ରରେ ଗୁଗଲ ଟ୍ରାନ୍ସଲେଟ ଭଲ ଭାବରେ କାମ କରୁନାହିଁ, ଏସବୁକୁ ଧ୍ୟାନରେ ରଖିବାକୁ କହିହେବ:

- ବଡ଼ ବଡ଼ ଇଂରାଜୀ ବାକ୍ୟକୁ ଛୋଟ ଛୋଟ ଅର୍ଥଯୁକ୍ତ ବାକ୍ୟଖଣ୍ଡରେ ବିଭକ୍ତ କରି, ଅନୁବାଦ କରିବାଦ୍ୱାରା ଭଲ ଅନୁବାଦ ହୋଇଥାଏ ।

- ଯୁକ୍ତାକ୍ଷର, ବିସର୍ଗ, ଇତ୍ୟାଦି ବିଙ୍ଗ ଟ୍ରାନ୍ସଲେଟ ବ୍ୟବହାରକରି ଠିକ କରିହେବ । ମୋଟ ଉପରେ ଦେଖିଲେ ମାଇକ୍ରୋସଫ୍ଟ ବିଙ୍ଗରେ ଭଲ ଅନୁବାଦ ହେଉଛି, ତାହାକୁ ଉପଯୋଗ କରିପାରିଲେ ଭଲ ହେବ ।

- "|" ପୂର୍ଣ୍ଣଛେଦ ବଦଳରେ "।" ଉପଯୋଗ ।

- ଅନୁବାଦିତ ବାକ୍ୟରେ କାଳର ଉପଯୋଗ; ମୋଟ ଉପରେ ବର୍ତ୍ତମାନ କାଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତାହାକୁ ଧ୍ୟାନ ରଖିବାକୁ ହେବ ।

- ଛାଞ୍ଚ ଏବଂ ଗ୍ୟାଲେରୀ ପ୍ରାୟତଃ ଠିକସେ ହୋଇପାରୁନାହିଁ, ତାହାପାଇଁ ବିଶେଷ ଧ୍ୟାନ ଆବଶ୍ୟକ ।

- ଗୁଗଲ ଟ୍ରାନ୍ସଲେଟ ଗୁଗଲ ଆଡ଼-ଅନ ଉପଯୋଗ କରି ତତ୍କ୍ଷଣାତ ଲେଖିବା ସମୟରେ ମଧ୍ୟ ଛୋଟ ଛୋଟ ସ୍ୱତଃ ଅନୁବାଦ କରିହେବ ।


ଆଉ କ'ଣ ମନେପଡ଼ିଲେ ଲେଖିବି ।

Jnanaranjan sahu (ଆଲୋଚନାଅବଦାନ)

@Soumendrakଙ୍କ ଦ୍ୱାରା ଭଲ କଥା ଗୁଡା ଦର୍ଶା ଯାଇଛି । ମୋର ତାଙ୍କ ମତାମତକୁ ସମର୍ଥନ ।

"କଣ୍ଟେଣ୍ଟ ଟ୍ରାନ୍ସଲେସନ ଓ ନିମ୍ନମାନର ଅନୁବାଦ"ଙ୍କୁ ଉତ୍ତର