Topic on ଉଇକିପିଡ଼ିଆ:ଆଲୋଚନା ସଭା

ସୁଭାଶିସ, ଶୈଳେଶ ଓ ମୁଁ ଲେଖିଥିବା 'ଉଇକିମାନିଆରୁ ମିଳିଥିବା ଶିକ୍ଷା' କେହି ଜଣେ ଡିଲିଟ କରିଛନ୍ତି ।

5
Jnanaranjan sahuଙ୍କ ଲିଖିତ ସାରାଂଶ

ସମାଧାନ ହୋଇ ଯାଇଛି

Subas Chandra Rout (ଆଲୋଚନାଅବଦାନ)

'ଉଇକିମାନିଆରୁ ମିଳିଥିବା ଶିକ୍ଷା' ବିଷୟରେ ଲେଖିବାକୁ ସୁଭାଶିସ ଏହି ପୃଷ୍ଠାରେ ଅନୁରୋଧ କରିଥିଲେ ଓ ସେହି ଅନୁସାରେ ଶୈଳେଶ ଓ ମୁଁ ଆମେ ଲାଭ କରିଥିବା ଶିକ୍ଷା ବିଷୟରେ ଲେଖିଥିଲୁ । ବର୍ତ୍ତମାନ ଦେଖାଯାଉଛି ସେ ପୃଷ୍ଠାରେ କେବଳ ଜ୍ଞାନ ବାବୁଙ୍କ ବ୍ୟତୀତ ଆଉ କାହାରି ଲେଖା ନାହିଁ । ମୁଁ ସମସ୍ତ ଉଇକିଆଳିଙ୍କୁ ଏହି ବିଷୟ ଜଣେଇବାକୁ ସମିଚୀନ ମନେକରୁଛି ଓ ସମସ୍ତେ ଏହି ପୃଷ୍ଠାର ଇତିହାସ ଦେଖନ୍ତୂ । ଏହି ବିଷୟରେ ଗୋଟିଏ ତଦନ୍ତ କରିବାକୁ ମୁଁ ଅନୁରୋଧ କରୁଛି । ଏହାକୁ ସୁଭାସିସ ଗମ୍ଭୀର ଭାବରେ ଚିନ୍ତା କରିବାକୁ ଅନୁରୋଧ କରୁଛି ।~~~~

Jnanaranjan sahu (ଆଲୋଚନାଅବଦାନ)

ଆଦରର @ସୁବାସ ଚନ୍ଦ୍ର ରାଉତ ସାର । ମୋ ଉଇକିମାନିଆ ଶିକ୍ଷା ମୁଁ ଅଲଗା ଲେଖିଥିଲି ସେଥିପାଇଁ ଅଲଗା ଟପିକ ଭାବେ ଅଛି । ଆପଣ, ଶୈଳେସ, ସୁଭ ଭାଇ ଲେଖିଥିବା ଟପିକଟି ଏଇଠି (ବିଷୟ:Uhma0vjqji0pnvvr) ଅଲଗା ଅଛି । ପୁରୁଣା ଅଲୋଚନା ଗୁଡିକ ଆପଣ ତଳକୁ ଗଲେ ଦେଖିପାରିବେ ଯାହା ଧିରେ ଧିରେ ଲୋଡ ହେବ ।


ଇତିହାସ ଦେଖିଲେ ଜଣା ପଡୁଛି ଯେ କିଛି ସ୍ପାମ ଲିଭାଯାଇଛି । କେହି ଜଣେ ଆଇପିରୁ ୟାଡୁ ସ୍ୟାଡୁ (କିଛି ଇଂରାଜୀ ଅକ୍ଷର) ପୋଷ୍ଟ କରିଥିଲେ, କେବଳ ତାକୁ କଢା ଯାଇଛି । ଆପଣଙ୍କ ଲେଖା ସମ୍ପୁର୍ଣ୍ଣ ଭାବେ ଅଛି । କିଛି ବ୍ୟସ୍ତ ହେବାର ନାହିଁ ।

MKar (ଆଲୋଚନାଅବଦାନ)
Subas Chandra Rout (ଆଲୋଚନାଅବଦାନ)

ହଁ, ଏଇ ଲେଖା ।

Psubhashish (ଆଲୋଚନାଅବଦାନ)

@Subas Chandra Rout ସାର, ଏସବୁ ଖାଲି ନୂଆ-ପୁରୁଣା ମତର ଖେଳ । କିଛି ଲିଭିନି । ସବୁ ଅଛି । ପୁରୁଣାସବୁ ତଳକୁ । ନୂଆ ଉପରକୁ । ଏଇ ପ୍ରକ୍ରିୟାଟା ଅଟୋମାଟିକ । କିଏ ନୂଆ ମତ ଦେଲେ ପୁରୁଣା ଆପେଆପେ ତଳକୁ ପଳେଇଯିବ । ଜ୍ଞାନ ନିଜର ଶିକ୍ଷାତକ ମୂଳ ଆଲୋଚନା ଭିତରେ ନ ଲେଖି ଅଲଗା କରି ଲେଖିଛି । ସେଥିରେ - ଜ୍ଞାନ ବୋଲି ଲେଖିଛି କାଳେ କିଏ ଦ୍ୱନ୍ଦରେ ପଡ଼ିବ । ଆଶା ଏ ବାବଦରେ ଆଉ କିଛି ଦ୍ୱନ୍ଦ ନାହିଁ । ତଦନ୍ତ ସମାପ୍ତ!