Content deleted Content added
୨୮୧ କ ଧାଡ଼ି:
== Project Tiger 2.0 - Feedback from writing contest participants (editors) and Hardware support recipients ==
 
<div style="border:8px red ridge;padding:6px;">
[[File:Emoji_u1f42f.svg|right|100px|tiger face]]
Dear Wikimedians,
୩୯୯ କ ଧାଡ଼ି:
 
ଆଦରର {{ping|Hpsatapathy}} ବାବୁ, ଉଇକିପିଡ଼ିଆ ଏକ ଜ୍ଞାନକୋଷ ହୋଇଥିବାରୁ କେବଳ ତଥ୍ୟଭିତ୍ତିକ ପ୍ରସଙ୍ଗ ରହିପାରିବ ଓ ଅଣ ତଥ୍ୟଭିତ୍ତିକ ଅଂଶ ଅଜାଣତରେ କେହି ଲେଖିଲେ ତାହା ସଙ୍ଗେସଙ୍ଗେ କାଢ଼ିଦିଆଯିବ । କଣ ରହିପାରିବ ଓ କଣ ରହିପାରିବ ନାହିଁ ତାହା ଇଂରାଜୀ ଉଇକିପିଡ଼ିଆରେ ଖୁବ ବିଶଦ ଭାବେ ଉଲ୍ଲିଖିତ ଓ ଓଡ଼ିଆରେ ସଂକ୍ଷେପରେ ଏହି ଲିଙ୍କରେ ରହିଛି । ଆପଣ ନିକଟରେ ଆରମ୍ଭ କରିଥିବା [[ସ୍ତ୍ରୀଧନ]] ପ୍ରସଙ୍ଗ ଏକ ଆଇନଗତ ପ୍ରସଙ୍ଗ । ପ୍ରସଙ୍ଗରେ ଆଇନରେ ଥିବା ବ୍ୟବସ୍ଥା ହେଉଛି ମୁଖ୍ୟ ଭାଗ । ତେବେ ସେଥିରେ "ବୈଦିକ ମତେ" ନାମକ ଏକ ବିଭାଗ ମଧ୍ୟ ଥିଲା ଓ ତହିଁରେ ବିଭିନ୍ନ ପୁରାଣରେ ଥିବା ଶ୍ଳୋକ ଉକ୍ତିଭାବେ ଦିଆଯାଇଥିଲା । ମୋ ମତରେ ସେଗୁଡ଼ିକ ଉଇକିପିଡ଼ିଆରେ ରହିବାଯୋଗ୍ୟ ନୁହେଁ କାରଣ ସେସବୁ ତଥ୍ୟ ନୁହେଁ । ପ୍ରଥମେ ସେ ବିଭାଗଟି ଆଂଶିକ ଭାବେ ରଖିବାକୁ ଚେଷ୍ଟାକରି ବିଫଳ ହେଲି କାରଣ ଆଧାରଗୁଡ଼ିକ କେବଳ କେଉଁ ପୁରାଣରେ କଣ ଅଛି ତାହା ଆବଶ୍ୟକତା ନ ଥାଇ ମଧ୍ୟ ଏକ ବିଶେଷ ବିଭାଗ ମଧ୍ୟରେ ଉଲ୍ଲେଖ ହୋଇଥିଲା । ପ୍ରସଙ୍ଗରେ ଏବେ ଥିବା ତଥ୍ୟର ପ୍ରସାରଣ ବରଂ ପ୍ରସଙ୍ଗଟିକୁ ଅଧିକ ତଥ୍ୟଭିତ୍ତିକ କରିପାରିବ । କିନ୍ତୁ ପୁରାଣଶାସ୍ତ୍ର ଉକ୍ତିକୁ ଯଥାରୀତି ରଖାଯାଇପାରିବ ନାହିଁ । ଉଇକିପିଡ଼ିଆ କେବଳ ଏକ ଜ୍ଞାନକୋଷ । ଧାର୍ମିକ ଆଚାରସଂହିତା ନୁହେଁ ବା କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ପୁରାଣ-ସାହିତ୍ୟ ଆଦିର ପରିପ୍ରକାଶ ମଧ୍ୟ ନୁହେଁ । ଆଲୋଚିତ ବିଭାଗଟି ଉଇକିପିଡ଼ିଆର ତଥ୍ୟଗତ ନିରପେକ୍ଷତାର ଉଲ୍ଲଂଘନ ଓ ଏଣୁ ସମ୍ପୂର୍ଣ୍ଣ ଭାବେ କାଟିବାକୁ ପଡ଼ିଲା । --[[ବ୍ୟବହାରକାରୀ:Psubhashish|ସୁଭ]] <sup>[[User_talk:Psubhashish|(ଆଳାପ)]]</sup> ୧୧:୫୫, ୨୦ ଅଗଷ୍ଟ ୨୦୨୧ (IST)
 
:ସମ୍ମାନୀୟ @[[ବ୍ୟବହାରକାରୀ:Psubhashish|Psubhashish]] ବାବୁ,
: ପ୍ରଥମତଃ ମୁଁ ଖୁସି ଯେ ଆପଣ [[ସ୍ତ୍ରୀଧନ]] ପ୍ରସଂଗଟିକୁ ପଢିଛନ୍ତି ଏବଂ ସଜାଡ଼ିବାକୁ ଚେଷ୍ଟା କରିଛନ୍ତି । ତେବେ ଏ ପ୍ରସଙ୍ଗରେ ଗୋଟିଏ କଥାରେ ମୁଁ ସହମତ ହୋଇପାରୁନି । ହିନ୍ଦୁ ଆଇନ ସଂପର୍କରେ ଯେତେସବୁ ବହି ମୁଁ ଅଧ୍ୟୟନ କରିଛି (ଆମ ଅଦାଅଲତରେ ପଢିବାର ସୂଯୋଗ ପାଇଛି) ସେଥିରେ ସ୍ପଷ୍ଟ ଅଛି ଯେ ଆମ ହିନ୍ଦୁ ଆଇନର ଉତ୍ସ ବୈଦିକ ମନୁ ସ୍ମୃତି ତଥା ବେଦ ବେଦାନ୍ତ ସହିତ ଜଡିତ । ଏକଥା "Hindu Jurisprudence" ରେ ସ୍ପଷ୍ଟ କରାଯାଇଛି । ଏପରି ସ୍ଥଳେ ଶ୍ଳୋକ ଇତ୍ୟାଦି ରହିବା ନିହାତି ଯୁକ୍ତିଯୁକ୍ତ ଏବଂ ତଥ୍ୟ ଭିତ୍ତିକ । ଏହାର ଆଧାର ତଥା ପ୍ରମାଣ ଆପଣଙ୍କୁ ଦେଖାଇବା ଦରକାର ହେବନି, କାରଣ ଆପଣ ଚାହିଁଲେ ଏସବୁ କୌଣସି ବରିଷ୍ଠ ଓକିଲଙ୍କୁ ପଚାରି ଉପଯୁକ୍ତ ଆଧାର ମଧ୍ୟ ପାଇପାରିବେ । ତେବେ ଏତିକି କହିପାରିବି ଯେ ପ୍ରସଙ୍ଗଟିରେ ଅଧିକ ଆଧାର ରହିବା ଆବଶ୍ୟକତା ଥିଲା । ଏହା ଆଲୋଚନାରେ ସଜଡ଼ା ଯାଇପାରିଥାନ୍ତା । ମୁଁ ବି ଚାହେଁ ଓଡ଼ିଆ ଉଇକିପିଡ଼ିଆରେ କେବଳ ତଥ୍ୟଭିତ୍ତିକ ପ୍ରସଙ୍ଗ ରହୁ । ତେବେ ମୋର ମତାମତ ଜଣାଇଦେବା ଉଚିତ ମନେ କଲି ।[[ବ୍ୟବହାରକାରୀ:Hpsatapathy|Hpsatapathy]] ([[ବ୍ୟବହାରକାରୀଙ୍କ ଆଲୋଚନା:Hpsatapathy|ମୋ ଆଲୋଚନା]]) ୧୧:୦୯, ୨୨ ଅଗଷ୍ଟ ୨୦୨୧ (IST)