"ବାନ୍ଧବଗଡ଼ ଜାତୀୟ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୧ କ ଧାଡ଼ି:
ସୀତାର ମୃତ୍ୟୁ ପରେ '''''ମୋହିନୀ''''' ନାମକ ବାଘୁଣୀ ବାନ୍ଧବଗଡ଼ର ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା । ସେ '''''ମହାମାନ''''' ନାମକ ଏକ ଅଣ୍ଡିରା ବାଘର ସଙ୍ଗିନୀ ଥିଲା । ଏକ ଗାଡ଼ି ସହ ଦୁର୍ଘଟଣାରେ ମୋହିନୀ ପ୍ରାଣ ହରାଇଥିଲା ।
 
୨୦୦୦ ମସିହାରେ ବହୁତ ବୁଢ଼ା ହୋଇଯିବା ପରେ ଚାର୍ଜର୍ କ୍ରମେ ନିଜ କ୍ଷେତ୍ରରୁ ଅନ୍ୟ ଯୁବ ବାଘଙ୍କ ଦ୍ଵାରା ବିତାଡ଼ିତ ଓ କ୍ଷତବିକ୍ଷତ ହୋଇ ମୃତ୍ୟୁବରଣ କରିଥିଲା । ବାନ୍ଧବଗଡ଼ର ଚାର୍ଜର୍ ପଏଣ୍ଟ୍ ନାମକ ଏକ ସ୍ଥାନରେ ଚାର୍ଜର୍‍କୁ ମୃତ୍ୟୁ ପରେ ପୋତାଯାଇଥିଲା । ନିଜ ବୃଦ୍ଧ ଜୀବନର ଶେଷ କିଛି ଦିନ ଚାର୍ଜର୍ ଏହି ଚାର୍ଜର୍ ପଏଣ୍ଟ୍ ଆଖାପାଖି ଇଲାକାରେ ଅତିବାହିତ କରିଥିଲା । ୨୦୦୩ରୁ ୨୦୦୬ ମସିହା ମଧ୍ୟରେ ଚାର୍ଜର୍‍ର ଅନେକ ବଂଶଧର ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ବରଣ କରିଥିଲେ । ବି୧ (ବି-ୱାନ୍) ବିଦ୍ୟୁତ୍ ଆଘାତରେ, ବି୩ (ବି-ଥ୍ରି) ଅବୈଧ ଶିକାରୀଙ୍କ ହାତରେ ମୃତ୍ୟୁବରଣ କରିଥିଲେ । ବାଘୁଣୀ ସୀତା ମଧ୍ୟ ଅବୈଧ ଶିକାର ଯୋଗୁଁ ବଳି ପଡ଼ିଥିଲା । ଚାର୍ଜର୍‍ର ମୃତ୍ୟୁ ପରେ ନିଜ ଯୁବାବସ୍ଥାରେ ଥିବା ବି୨ ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା ଓ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ରାଜା ହୋଇ ରହିଥିଲା । ବଳିଷ୍ଠ ଓ ଶକ୍ତିଶାଳୀ ବି୨ ଏବଂ '''''ସିଦ୍ଧବାବା ବାଘୁଣୀ'''''ର (ସିଦ୍ଧବାବା ଇଲାକାର ବାଘୁଣୀ) ମିଳନରୁ ୩ଟି ବାଘଛୁଆ ଜନ୍ମ ହୋଇଥିଲେ । ତିନିଜଣଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ବାଘଛୁଆ ପ୍ରଥମେ ୨୦୦୮ ମସିହାରେ ଠାବ ହୋଇଥିଲା ଓ ତାହାକୁ '''''ବାମେରା''''' ନାମିତ କରାଯାଇଥିଲା । ପରେ ବାମେରା ମଧ୍ୟ ବାନ୍ଧବଗଡ଼ର ଏକ ବଡ଼ ଇଲାକାର ରାଜା ହେଲା । ୨୦୧୧ ନଭେମ୍ଵର ମାସରେ ବି୨ ମୃତ୍ୟୁବରଣ କରିଥିଲା । ବି୨ର ଶବ ବ୍ୟବଚ୍ଛେଦରୁତା’ରବ୍ୟବଚ୍ଛେଦରୁ ତା’ର ମୃତ୍ୟୁ ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ କାରଣ (ବୃଦ୍ଧାବସ୍ଥା) ଯୋଗୁଁ ହୋଇଥିବା ଜଣା ପଡ଼ିଲା । କିନ୍ତୁ ଅଣ-କୋର୍ ଅଞ୍ଚଳର କେତେକ ଗ୍ରାମବାସୀ ବି୨କୁ କ୍ଷତାକ୍ତ କରିଥିଲେ ଓ ତାହା ବି୨ର ମୃତ୍ୟୁର କାରଣ ଥିଲା ବୋଲି କିଛି ବ୍ୟକ୍ତି ଦାବୀ କରିଥିଲେ ।
 
ବାନ୍ଧବଗଡ଼ର ତାଲା ଇଲାକାର ରାଜା ଭାବେ ବାମେରା ବହୁଦିନ ଶାସନ କଲା ଓ ନିକଟ ଅତୀତରେ ମୃତ୍ୟୁବରଣ କରିଥିଲା । ତେବେ ୨୦୧୫ ମସିହା ବେଳକୁ ବାନ୍ଧବଗଡ଼ରେ ଅନେକ ଯୁବ ଅଣ୍ଡିରା ବାଘ ବାମେରାର ରାଜତ୍ଵକୁ ଆହ୍ଵାନ ଦେଇ ଆସିଛନ୍ତି । '''''ବ୍ଲୁ ଆଏସ୍''''' (ନୀଳାକ୍ଷ) ଓ '''''ମୁକୁନ୍ଦ''''' ଯଥାକ୍ରମେ ମଗଧୀ ଓ ଖିତୌଲି ଇଲାକାର ମୁଖ୍ୟ ବାଘ ଥିଲେ । ବ୍ଲୁ ଆଏସ୍ ଚିକିତ୍ସା ବେଳେ ଅତ୍ୟଧିକ ଔଷଧ ଦିଆଯିବା କାରଣରୁ ମୃତ୍ୟୁ ବରଣ କରିଥିଲା । ବାନ୍ଧବଗଡ଼ରେ ବାରମ୍ଵାର ଦର୍ଶନ ଦେଇଥିବା କିଛି ବାଘୁଣୀ ହେଲେ '''''ରାଜବେହେରା''''', '''''ମିର୍ଚୈନି''''', '''''ବନ୍‍ବେହି''''', '''''ଶୁଖି ପତ୍ତିୟାଁ''''', '''''ଡମ୍‍ଡମା''''' । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ରେ ଅନେକ ତରୁଣ ବାଘ ଓ ଶାବକ ବାଘ ରହିଛନ୍ତି ।
 
୨୦୧୭ ମସିହାରେ '''''ଭୀମ''''' ନାମକ ଏକ ୯ ବର୍ଷ ବୟସ୍କ ତରୁଣ ବାଘ ବାମେରାକୁ ଏକ ଯୁଦ୍ଧରେ ପରାସ୍ତ କରିଥିଲା । ପରାସ୍ତ ଓ କ୍ଷତବିକ୍ଷତ ବାମେରା ଜଙ୍ଗଲରୁ ଦୂରକୁ ଚାଲିଯାଇ ଥିଲା । ଶିକାର କରିବାକୁ ଅସମର୍ଥ ବାମେରାର ଜୀବନ ବଞ୍ଚାଇବା ପାଇଁ ବନ ବିଭାଗ ଏକ ଅଞ୍ଚଳକୁ ଘେରି ତାହାର ଦେଖରେଖ କରୁଥିଲେ । ୨୦୧୭ ମସିହା ଅକ୍ଟୋବର ମାସରେ ବାମେରା ଶେଷ ନିଶ୍ଵାସ ତ୍ୟାଗ କରିଥିଲା । ଏଣେ ବାମେରାକୁ ପରାସ୍ତ କରିଥିବା ଭୀମ ବର୍ତ୍ତମାନ ସମୟରେ ‍(୨୦୧୮ ମସିହା
ଅପ୍ରେଲ୍ ମାସ ବେଳକୁ) ବନ୍ଧବଗଡ଼ର ସର୍ବବୃହତ୍ ଅଣ୍ଡିରା ବାଘ । ଭୀମର ନିୟନ୍ତ୍ରଣ କ୍ଷେତ୍ର ଖିତୌଲି ଓ ତାଲା କୋର୍ ଅଞ୍ଚଳରେ ବ୍ୟାପ୍ତ ଏକ ବିରାଟ ବଡ଼ ଇଲାକା । '''''ମଙ୍ଗୁ''''' ନାମକ ଆଉ ଏକ ବାଘରାଜା ତାଲା କୋର୍ ଅଞ୍ଚଳର ଏକ ବଡ଼ ଇଲାକା ନିୟନ୍ତ୍ରଣ କରିଥାଏ । ୨୦୧୮ ମସିହା ବେଳକୁ ବାନ୍ଧବଗଡ଼ର କିଛି ପ୍ରମୁଖ ବାଘୁଣୀ ହେଲେ :
 
* ତାଲା କୋର୍ ଅଞ୍ଚଳରେ ରାଜୁତି କରୁଥିବା '''''ସ୍ପଟ୍ଟି''''' ‍‌(Spotty), ବନ୍‍ବେହି ବାଘୁଣୀ, '''''କିଲ୍ଲେୱାଲି''''' ବାଘୁଣୀ ‍‌। ସ୍ପଟ୍ଟିର ଛୁଆମାନେ ପ୍ରାୟ ୨ ବର୍ଷ ବଡ଼ ଓ ନିଜ ଶିକାର ନିଜେ କରିପାରୁଛନ୍ତି । ବନ୍‍ବେହି ବାଘୁଣୀ ଓ କିଲ୍ଲେୱାଲି ବାଘୁଣୀଙ୍କ ଛୁଆ ନିଜ ମା' ସହିତ ବୁଲନ୍ତି । ଏମାନଙ୍କ ମଧ୍ୟରୁ କିଲ୍ଲେୱାଲି ବାଘୁଣୀ ଅତି ଲାଜକୁଳା ପ୍ରବୃତ୍ତିର ବୋଲି କୁହାଯାଏ ।
 
* ମଗଧି କୋର୍ ଅଞ୍ଚଳରେ ରାଜୁତି କରୁଥିବା '''''ଡଟ୍ଟି''''' (Dotty), '''''ସୋଲୋ''''' (Solo) ।
 
* ଖିତୌଲିରେ ମହାମାନ୍ ବାଘୁଣୀର ଛୁୁଆମାନେ ରୁହନ୍ତି । ଏଠାକାର ଆଉ ଏକ ବାଘୁଣୀ ନିଜ ୪ ଛୁଆଙ୍କ ସହ ଖିତୌଲି ଓ ତାଲା କୋର୍ ମଧ୍ୟରେ ବୁଲାବୁଲି କରେ ।
 
==ଜାତୀୟ ଉଦ୍ୟାନର ଭୌଗୋଳିକ ଗଠନ==