ବିମ୍ବାଧର ବର୍ମା

ଭାରତୀୟ ଚିତ୍ରଶିଳ୍ପୀ

ବିମ୍ବାଧର ବର୍ମା (୨୧ ଅଗଷ୍ଟ ୧୯୦୧ - ୧୯୫୩) ପ୍ରାକ-ସ୍ୱାଧୀନତା କାଳର ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ।[] ତାଙ୍କୁ ଓଡ଼ିଶାର ପ୍ରଥମ କଳା-ଶିଳ୍ପୀ ମାନ୍ୟତା ମିଳିଛି ଓ ସେଥିପାଇଁ ତାଙ୍କୁ "ଶିଳ୍ପୀଗୁରୁ" ସମ୍ବୋଧନ କରାଯାଏ ।[] ସେ ଲେଖାଲେଖି ମଧ୍ୟ କରୁଥିଲେ ।[] ପତିପତ୍ନୀ ତାଙ୍କର ଏକ ଚର୍ଚ୍ଚିତ ଉପନ୍ୟାସ ଅଟେ ।

ବିମ୍ବାଧର ବର୍ମା
ଜନ୍ମ(1901-08-21)୨୧ ଅଗଷ୍ଟ ୧୯୦୧
କୁସୁପୁର, କଟକ
ମୃତ୍ୟୁ୨୩ ଡିସେମ୍ବର ୧୯୫୩(1953-12-23) (ବୟସ ୫୨)[]

ବିମ୍ବାଧର, କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ କୁସୁପୁରୁଠାରେ ୧୯୦୧ ଅଗଷ୍ଟ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[][] ପିତାଙ୍କ ନାମ ଥିଲା ଲକ୍ଷ୍ମୀଧର ଜେନା ଓ ମାତାଙ୍କ ନାମ ଶାରଦାଦେବୀ । ସେମାନେ ଜାତିରେ ଥିଲେ କ୍ଷତ୍ରିୟ । ନିଜ ସାଙ୍ଗିଆ ବଦଳାଇ ଜେନାରୁ ବର୍ମା ହୋଇଥିଲେ । ନିଜର ଏକ କବିତାରେ ବିମ୍ବାଧର ଲେଖିଥିଲେ "ଜେନା ବିମ୍ବାଧର, ଜାତି ହାଣକାର" । ବାଲ୍ୟକାଳରୁ ସେ ନିଜ ପିତାଙ୍କୁ ହରାଇଥିଲେ । ସେ କଳାନୁରାଗୀ ଥିଲେ କିନ୍ତୁ କୌଣସି ବିଧିବଦ୍ଧ କଳା ଶିକ୍ଷା ଲାଭ କରିନଥିଲେ । ବାପାଙ୍କ ଚାକିରି ଯୋଗୁ ପିଲାଦିନ ଢେଙ୍କାନାଳରେ ବିତିଥିଲା । ବାପାଙ୍କ ମୃତ୍ୟୁ ପରେ, ସେ ମାଆ ଓ ଭାଇଙ୍କ ସହ କୁସୁପୁର ଚାଲି ଆସିଥିଲେ । କୁସୁପୁରର "ନନ୍ଦକିଶୋର ବିଦ୍ୟାମନ୍ଦିର"ରେ ନିଜ ପ୍ରାଥମିକ ଶିକ୍ଷାଗ୍ରହଣ କରିଥିଲେ । ଜଣେ ମୃଣ୍ମୟ ପ୍ରତିମା ଶିଳ୍ପୀଙ୍କ ସଂସ୍ପର୍ଶରେ ଆସି ପ୍ରତିମା ଗଢିବା ଆରମ୍ଭ କରିଥିଲେ । ଚିତ୍ରକଳାର ଆଦ୍ୟଶିକ୍ଷା ଲାଭ କରିଥିଲେ ରଘୁନାଥ ପଣ୍ଡାଙ୍କଠାରୁ ଓ ମୂର୍ତ୍ତୀ ଗଠନ କଳା ଶିଖିଥିଲେ ରାଖାଲ୍ ବାବୁଙ୍କଠାରୁ । ମା ଶାରଦାଦେବୀଙ୍କୁ ପୁଅର ଚିତ୍ର ଆଙ୍କିବା ପସନ୍ଦ ନଥିଲା । ମାତାଙ୍କର ଧାରଣା ଥିଲା ଯେ, ଯେଉଁମାନେ ପ୍ରତିମା ଗଢନ୍ତି, ସେମାନେ ନିସନ୍ତାନ ରହନ୍ତି । ବିମ୍ବାଧର ମା'ଙ୍କର ଏହି କଥାକୁ ଧରି ଆଜୀବନ ଅବିବାହିତ ରହିଥିଲେ ।[] ପିତା, ମାତା ଓ ଭ୍ରାତାଙ୍କ ହରାଇ ସେ ନିସଙ୍ଗ ଜୀବନ ଯାପନ କରୁଥିଲେ । ରୋଗ-ଦାରିଦ୍ର୍ୟକୁ ଭୃକ୍ଷେପ ନକରି, ନିଜ କଳାସାଧନା ଜାରୀ ରଖିଥିଲେ । କଳାକୁ କେବେ ସେ ବ୍ୟବସାୟ ଭାବି ନଥିଲେ ।

କଳାକାର ଜୀବନ

ସମ୍ପାଦନା

ବିମ୍ବାଧର ମୂର୍ତ୍ତିକଳା ଓ ଚିତ୍ରକଳାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିଥିଲେ । ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ପ୍ରେରଣାରେ ସେ ସହରକୁ ଆସିଥିଲେ ଓ ତାଙ୍କର ପରିଚିତି ବଢିଥିଲା । ମହାତ୍ମା ଗାନ୍ଧୀ, ବାଳ ଗଙ୍ଗାଧର ତିଳକଗୋପବନ୍ଧୁ ଦାସ ପ୍ରଭୃତିଙ୍କର ପ୍ରତିମା ନିର୍ମାଣ କରି, ପ୍ରତିମା ନିର୍ମାଣ କରି, ବିମ୍ବାଧର ପ୍ରଂଶସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲେ ଓ ସେଥିରେ ଅଧିକ ଧ୍ୟାନ ଦେଇଥିଲେ । ସେ ଅବନୀନ୍ଦ୍ରନାଥ ଠାକୁରଙ୍କ ଚିତ୍ରକଳା ପଦ୍ଧତିଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ପ୍ରକୃତିକୁ ନିଜ ଶିକ୍ଷାଦାତ୍ରୀ ଭାବରେ ଗ୍ରହଣ କରିଥିଲେ । ସରଳ ପ୍ରକୃତି ଯୋଗୁ ସେ ବହୁଲୋକଙ୍କଦ୍ୱାରା ପ୍ରତାରିତ ହୋଇଥିଲେ ଓ ତାଙ୍କ ଜୀବନ ଅଭାବ ଅନାଟନ ମଧ୍ୟରେ ବିତିଥିଲା ।[] ତାଙ୍କ ଚିତ୍ରକଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ବାସ୍ତବଧର୍ମୀ ଚିତ୍ର ଓ କଳ୍ପନା-ବିଳାସୀ ଚିତ୍ର ।

କଳାକୃତି

ସମ୍ପାଦନା

ବାସ୍ତବଧର୍ମୀ ଚିତ୍ର :

  • ପଲ୍ଲୀବଧୂ[]
  • ଗୋଧୂଳୀ
  • ପ୍ରସାଧନ
  • ଗୋପିକା
  • ନବବଧୂର ପ୍ରସାଧନ
  • ରାଗିଣୀ
  • ଅର୍ଦ୍ଧ-ଶତ ବର୍ଷ ପରେ
  • ଧରା ସୂର୍ଯ୍ୟର ବିଦାୟ

କଳ୍ପନା-ବିଳାସୀ ଚିତ୍ର :

  • ଶକୁନ୍ତଳା
  • ବାଲିରଠ
  • ମେଘଦୂତ
  • ଲାବଣ୍ୟବତୀ
  • ଦେବଦାସୀ[୧୦]
  • ଦମୟନ୍ତୀ[୧୧]

ରଚନାବଳୀ

ସମ୍ପାଦନା

ବିମ୍ବାଧର ନାଟକ, କବିତା ଓ ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ।

  • ସାଧବଝିଅ
  • ପଲ୍ଲୀବଧୂ
  • ଗୋଧୂଳି ରାଗିଣୀ
  • କନ୍ୟା

ଉପନ୍ୟାସ

ସମ୍ପାଦନା
  • ପତିପତ୍ନୀ

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଶିଳ୍ପୀ ଗୁରୁ - ୧୯୪୦ (ଉତ୍କଳ ସାହିତ୍ୟ ସମାଜ ତରଫରୁ ଭୂଷିତ)
  1. "ଶିଳ୍ପୀଗୁରୁ ବିମ୍ବାଧର ତୁମେ ଚିତ୍ରର ଯାଦୁଗର – ତୁମ ରଙ୍ଗଶାଳାରେ ଝରୁଛି 'ଦୀପନ୍ୱିତା'ର ଲୁହ". sambad24.com. sambad24.com. Archived from the original on 21 October 2019. Retrieved 21 October 2019.{{cite web}}: CS1 maint: bot: original URL status unknown (link)
  2. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 390–. ISBN 978-81-260-1803-1.
  3. Jyotisha Jośī; Lalit Kala Akademi (2006). Artists directory, 2006. Lalit Kala Akademi.
  4. The Indian P.E.N. P.E.N. All-India Centre. 1975.
  5. Durga Prasad Patnaik (1993). B. Varma. Orissa Lalit Kala Akademi.
  6. Orissa reference: glimpses of Orissa. TechnoCAD Systems. 2001.
  7. "ଶିଳ୍ପୀଗୁରୁ ବିମ୍ବାଧର ବର୍ମା". www.antarangakalinga.in. antarangakalinga.in. Archived from the original on 21 October 2019. Retrieved 21 October 2019.
  8. "ଶିଳ୍ପୀଗୁରୁ ବିମ୍ବାଧର ବର୍ମା". ସମ୍ବାଦ ୦୨/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 2 August 2016.[permanent dead link]
  9. http://tera-3.ul.cs.cmu.edu/NASD/4a7f1db4-5792-415c-be79-266f41eef20a/upgrade-archive-06-14-2007/data/upload-allbooks/disk%203/Jan%20M/ENGLISH/Orissa/HTML/00000063.htm[permanent dead link]
  10. ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୨୧/୦୮/୨୦୧୫ ପୃଷ୍ଠା ୪ରେ ପ୍ରକାଶିତ ଶିଳ୍ପୀଗୁରୁ ବିମ୍ବାଧର ବର୍ମା
  11. Orissa State Museum (1981). A Guide to Orissa State Museum. The Museum.