ବିମାନ
ବିମାନ ଏକ ଏପରି ଯନ୍ତ୍ର ଅଟେ ଯାହା ମାନବକୁ ଆକାଶରେ ଉଡ଼ିବାର ଆଉ ଯାତ୍ରା କରିବାର ସ୍ୱାଧୀନତା ଦେଇଥାଏ । ଏହା ମୁଖ୍ୟତ ମାନବ ଚାଳିତ ଅଟେ । ପୁରାତନ କାଳରୁ ନେଇ ଆଜି ପର୍ଯ୍ୟନ୍ତ ବିମାନର ମହତ୍ୱ ରହି ଆସିଅଛି । ରାମାୟଣ ହେଉ କି ମହାଭାରତ ହେଉ, ବେଦ ହେଉ କି ଜଇନ ଗ୍ରନ୍ଥାବଳି ହେଉ ସବୁ ଜାଗାରେ ବିମାନ କଥା ରହି ଆସିଛି। ଆଉ ଆଜିର ଆଧୁନିକ ଯୁଗରେ ବି ବିମାନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଏହି ଆଧୁନିକ ବିମାନ ପ୍ରଥମେ ରାଇଟ ଭାଇମାନେ (ଓରଭିଲ ଆଉ ବିବର ରାଇଟ) ସଫଳତାର ସହିତ ୧୯୦୩ ମସିହା ଡିସେମ୍ବର ମାସ ୧୭ ତାରିଖ ଦିନ ତିଆରି କରି ଉଡ଼ାଇ ଥିଲେ। ଅଉ ତା' ପରେ ବିମାନ ସବୁ ଉନ୍ନତରୁ ଉନ୍ନତତର ହେବାକୁ ଲଗିଲ। ପରବର୍ତ୍ତୀ ସମୟରେ ଯାତାୟତ ଠୁ ଆଗକୁ ବଢ଼ି ଯୁଦ୍ଧରେ ବ୍ୟବହାର ହେବାକୁ ଲଗିଲା । ଯୁଦ୍ଧ ବିମାନ ମୁଖ୍ୟତ ଆକାଶରୁ ବୋମା, ବିସ୍ଫୋଟକ ଓ ତୋପ ଗୋଳା ପକାଇବା ନିମନ୍ତେ ବ୍ୟବହାର ହୁଏ। ଆଜି ପର୍ଯ୍ୟନ୍ତ ପକାଯାଇଥିବ ସବୁଠୁ ଶକ୍ତିସାଳି ପରମାଣୁ ବୋମା ବି ଏହି ଯୁଦ୍ଧ ବିମାନ ସାହାଯ୍ୟରେ ଜାପାନ ଉପରେ ପକାଯାଇଥିଲା । ଆଜି ଯୁଦ୍ଧ ବିମାନ କୌଶଳ ବହୁତ ଆଗକୁ ବଢ଼ିଯାଇଛି । ମାନବ ରହିତ ଠୁ ଆରମ୍ଭକରି ଧ୍ୱନିଠାରୁ ଦୃତ ଗତିରେ ଯିବାବାଲା ଯୁଦ୍ଧ ବିମାନ ବାହାରିଲାଣି । ଖାଲି ଯୁଦ୍ଧ ବିମାନ କାହିଁକି ଯାତ୍ରୀବାହି ବିମାନବି ଆଜି ବହୁତ ଉନ୍ନତ ହୋଇଯାଇଛି। ୧୯୬୯ରୁ ୨୦୦୩ ପର୍ଯ୍ୟନ୍ତ ଚାଲିଥିବା ଯାତ୍ରୀବାହୀ ବିମାନ କଂକୋଡ଼ ଦୁନିଆର ସବଠୁ ଦୃତଗାମି ବିମାନ ଥିଲା। ଏହା ଧ୍ୱନିଠାରୁ ଅଧିକ ଗତିରେ ଯଇପାରୁଥିଲା। କିନ୍ତୁ ଯାନ୍ତ୍ରିକ ସମସ୍ୟା କରଣରୁ ୨୦୦୩ରେ ଏହାକୁ ବନ୍ଦ କରିଦିଆ ଗଲା । ଯାତ୍ରୀବାହି ବିମାନ ପୂର୍ଣ୍ଣ ଭାବେ ମାନବ ରହିତ ନହେଲେ ବି ଏହାକୁ କିଛି ସମୟ ପାଇଁ ଚାଳକକୁ ଚାପ ମୁକ୍ତ କରିବା ନିମନ୍ତେ ସ୍ୱଚାଳିତ କରିହେଉଛି ।
ଶବ୍ଦର ଉତ୍ପତ୍ତିସମ୍ପାଦନ କରନ୍ତୁ
ବିମାନ ଶବ୍ଦ ଅର୍ଥ ଉଡୁଥିବା । ପୁରାଣରେ ସୀତାଙ୍କୁ ରାବଣ ପୁଷ୍ପକ ବିମାନରେ ନେବା କଥା ବର୍ଣ୍ଣିତ ।
ଇଂରାଜୀ ଶବ୍ଦ ବିକଳ୍ପ "ଏରୋପ୍ଳେନ" ପ୍ରଥମେ ୧୯ଶ ଶତକର ଶେଷ ବେଳକୁ ବ୍ୟବହାର ହେବା ଆରମ୍ଭ ହେଲା, ଯାହା ଫରାସୀ ଶବ୍ଦ ଏରୋପ୍ଳେନ (aéroplane)ରୁ ଆସିଅଛି, ଯାହା ମୂଳ; ଗ୍ରୀକ ἀήρ (ଏଅର (aēr))ରୁ ଆସିଅଛି ।[୧] + πλάνος (planos), "wandering".[୨][୩] ଏହି ଦୁଇ ଶବ୍ଦର ମିଳନରୁ ଏକ ଶବ୍ଦ ତିଆରି ହେଲା ଯାହା ଥିଲା ἀερόπλανος (aeroplanos), "ପବନରେ ବୁଲୁଥିବା" ।[୪]
ଟୀକାସମ୍ପାଦନ କରନ୍ତୁ
ଦ୍ରଷ୍ଟବ୍ୟସମ୍ପାଦନ କରନ୍ତୁ
- In 1903 when the Wright brothers used the word "aeroplane" it meant wing, not the whole aircraft. See text of their patent. U.S. Patent 821,393 – Wright brothers' patent for "Flying Machine"
- Blatner, David. The Flying Book : Everything You've Ever Wondered About Flying On Airplanes. ISBN 0-8027-7691-4
ବାହାର ସ୍ରୋତସମ୍ପାଦନ କରନ୍ତୁ
ମୋଟା ଲେଖା