ବିପିନ ବିହାରୀ ରଥ

ସ୍ୱାଧୀନତା ସଂଗ୍ରାମୀ

ବିପିନ ବିହାରୀ ରଥ (୨୯ ଅକ୍ଟୋବର ୧୯୩୦ – ୭ ମାର୍ଚ୍ଚ ୨୦୨୦ ) ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଆଇନଜୀବୀ ଥିଲେ । ବାନର ସେନାଆଜାଦ ହିନ୍ଦ ଫୌଜରେ ଯୋଗଦେଇ ସେ ଭାରତର ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ।[୧] ସେ ଓକିଲାତିକୁ ନିଜର ପେଷା ଭାବରେ ଗ୍ରହଣ କରିଥିଲେ । ରାଜନୀତିରେ ସକ୍ରିୟ ଥାଇ ବିଭିନ୍ନ ସମୟରେ ସେ ଫରୱାର୍ଡ ବ୍ଲକ, ବିଜେପି ଓ ବିଶ୍ୱ ହିନ୍ଦୁ ପରିଷଦ[୨] ସହିତ ଜଡ଼ିତ ଥିଲେ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ଥିଲେ ।[୩]

ବିପିନ ବିହାରୀ ରଥ
ଜନ୍ମ(1930-11-29)୨୯ ନଭେମ୍ବର ୧୯୩୦
କୃପାସିନ୍ଧୁପୁର, ଗଞ୍ଜାମ
ମୃତ୍ୟୁ୭ ମାର୍ଚ୍ଚ ୨୦୨୦(2020-03-07) (ବୟସ ୮୯)
ଜାତୀୟତାଭାରତୀୟ
ସନ୍ତାନବିଶ୍ୱନାଥ ରଥ

ଜୀବନୀ ସମ୍ପାଦନା

ବିପିନ ବିହାରୀ, ୧୯୩୦ ମସିହାରେ ଗଞ୍ଜାମ ଜିଲ୍ଲାର କୃପାସିନ୍ଧୁପୁର ଶାସନରେ ଜନ୍ମଗ୍ରହଣ କରିଥିଲେ ।[୪] ୧୦ ବର୍ଷ ବୟସରେ, ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାନର ସେନାରେ ପ୍ରଶିକ୍ଷଣ ନେଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ୧୯୪୨ ଅଗଷ୍ଟ ୧୦ ତାରିଖରେ ଭାରତ ଛାଡ଼ ଆନ୍ଦୋଳନରେ ପିକେଟିଂ କରିବା ସମୟରେ ବ୍ରିଟିଶ ପୁଲିସ ତାଙ୍କୁ ବ୍ରହ୍ମପୁର ପୋଷ୍ଟ ଅଫିସଠାରେ ଗିରଫ କରିଥିଲା ।[୫] ଭାରତ ସ୍ୱାଧୀନତା ପରେ, ୧୯୬୧ ମସିହାରେ ସେ ଓକିଲାତି ବୃତି ଆରମ୍ଭ କରିଥିଲେ । ୧୯୬୮ରୁ ୧୯୭୭ ପର୍ଯ୍ୟନ୍ତ ସେ ଫରୱାର୍ଡ ବ୍ଲକର ଓଡ଼ିଶା ଶାଖାର ସଭାପତି, ୧୯୯୦-୯୫ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ଉପସଭାପତି ଏବଂ ୧୯୯୯-୨୦୧୦ ପର୍ଯ୍ୟନ୍ତ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଥିଲେ ।[୬]

ତାଙ୍କ ପୁଅ ବିଶ୍ୱନାଥ ରଥ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି । ୨୦୨୦ ମାର୍ଚ୍ଚ ୭ ତାରିଖରେ କଟକଠାରେ ତାଙ୍କର ପରଲୋକ ଘଟିଥିଲା ।[୭]

ସାହିତ୍ୟ ସର୍ଜନା ସମ୍ପାଦନା

ଲେଖାଲେଖିରେ ମଧ୍ୟ ବିପିନ ରୁଚି ରଖିଥିଲେ । ବିଭିନ୍ନ ସମ୍ବାଦପତ୍ରରେ ତାଙ୍କ ପ୍ରବନ୍ଧ ପ୍ରକାଶ ପାଇଥିଲା । ତାଙ୍କଦ୍ୱାରା ରଚିତ କିଛି ପୁସ୍ତକ :

  • ମୋ ବିଚାର ଓ ସ୍ମୃତି
  • ନିର୍ବାଚନ ବ୍ୟବସ୍ଥାର ସଂସ୍କାର
  • ଜନତା ଜନାର୍ଦ୍ଦନ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ମଧୁଜ୍ୟୋତି ସମ୍ମାନ
  • କଳିଙ୍ଗ ଗୌରବ
  • କଳିଙ୍ଗ ପ୍ରଭା
  • ହାଇକୋର୍ଟର ଶ୍ରେଷ୍ଠ ଆଇନଜୀବୀ[୮]

ଆଧାର ସମ୍ପାଦନା

  1. "Freedom fighter Bipin Bihari Rath passes away". pragativadi.com. ପ୍ରଗତିବାଦୀ. Archived from the original on 7 March 2020. Retrieved 7 March 2020.
  2. Organiser. Bharat Prakashan. January 2002.
  3. "Odisha: Veteran Freedom Fighter Bipin Bihari Rath No More". sambadenglish.com. sambad english. {{cite web}}: |access-date= requires |url= (help); |archive-url= is malformed: save command (help); Missing or empty |url= (help)
  4. "Bipin Bihari Rath". www.odishahelpline.com/. odisha helpline. {{cite web}}: |access-date= requires |url= (help); |archive-url= is malformed: save command (help); Missing or empty |url= (help)
  5. Sirisa Kumar Shadangi (2005). The Prisons of South Orissa and the Freedom Fighters in Incarceration, 1900-1947. Punthi Pustak.
  6. "ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ". www.samajalive.in. ସମାଜ. Archived from the original on 7 March 2020. Retrieved 7 March 2020.
  7. "ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କର ପରଲୋକ". sambad.in/. ସମ୍ବାଦ. Archived from the original on 7 March 2020. Retrieved 7 March 2020.
  8. ଅମର ପ୍ରସାଦ ଶତପଥୀ. "ଅଭୁଲା ବ୍ୟକ୍ତିତ୍ୱ ବିପିନ ବିହାରୀ ରଥ". No. ୧୮/୦୩/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ସମ୍ବାଦ. p. ୭. {{cite news}}: |archive-url= is malformed: save command (help)