ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି
(ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗିରୁ ଲେଉଟି ଆସିଛି)

ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ (ଜନ୍ମ: ୨୦ ଜୁଲାଇ ୧୯୬୨) ଜଣେ ଭାରତୀୟ ଓକିଲ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ।[୧] ସେ ୧୯୮୫ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ ଏବଂ ସୁପ୍ରିମକୋର୍ଟ, ନୂଆଦିଲ୍ଲୀରେ ନିୟମିତ ଓକିଲାତି ଆରମ୍ଭ କରି ପରେ ଓଡ଼ିଆ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଓ ସେଠାରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱ ଗ୍ରହଣ କରିଥିଲେ ।

ଜୀବନୀ ସମ୍ପାଦନା

ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ୧୯୬୨ ମସିହା ଜୁଲାଇ ୨୦ରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁର ପଣ୍ଟିଖରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବାଞ୍ଛାନିଧି ଷଡ଼ଙ୍ଗୀ ଥିଲେ ଓଡ଼ିଶା ସରକାରଙ୍କ ପୂର୍ବତନ ଆର୍ଥିକ ପରାମର୍ଶ ଦାତା ଏବଂ ମାତା ଶୈଳବାଳା ଷଡ଼ଙ୍ଗୀ ଜଣେ ଗୃହିଣୀ ଥିଲେ । ସେ ନିରୁପମା ଷଡ଼ଙ୍ଗୀଙ୍କୁ ବିବାହ କରିଥିଲେ ।

ଶିକ୍ଷା ସମ୍ପାଦନା

ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ବାଣିଜ୍ୟ(ସମ୍ମାନ) ଅଧ୍ୟୟନ କଲେ । ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରୁ ସେ ଆଇନରେ ସ୍ନାତକ (LL.B.) ଏବଂ ସ୍ନାତକୋତ୍ତର (LL.M.) ଡିଗ୍ରୀ ହାସଲ କଲେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ଡକ୍ଟରେଟ ଉପାଧି ପାଇଥିଲେ ।

ବୃତ୍ତିଗତ ଜୀବନ ସମ୍ପାଦନା

୧୯୮୫ ଡିସେମ୍ବରରେ ଆଇନ ବ୍ୟବସାୟରେ ଯୋଗ ଦେଇ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ ଏବଂ ସୁପ୍ରିମକୋର୍ଟ, ନୂଆଦିଲ୍ଲୀରେ ନିୟମିତ ଓକିଲାତି ଆରମ୍ଭ କଲେ । ଓକିଲାତି କରିବା ସମୟରେ ସେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ, ସିଭିଲ କୋର୍ଟ ବାର ଆସୋସିଏସନ, କ୍ରାଇମବ୍ରାଞ୍ଚ ବାର ଆସୋସିଏସନ ଏବଂ ସେଣ୍ଟ୍ରାଲ ଟ୍ରିବ୍ୟୁନାଲରେ ବାର ଆସୋସିଏସନର ସଦସ୍ୟ ଥିଲେ । ଜଣେ ଆଇନଜୀବୀ ଭାବରେ ବରିଷ୍ଠ ଓକିଲ ଗଙ୍ଗାଧର ରଥଙ୍କ ଜୁନିୟର ଭାବେ ଆଇନର ପ୍ରାୟ ସମସ୍ତ ଶାଖାରେ ଯଥା: ଦେୱାନୀ, ଅପରାଧିକ, ସାମ୍ବିଧାନିକ, ରାଜସ୍ୱ, ଟିକସ, ଶ୍ରମ, ସେବା, ଖଣି, ଶିକ୍ଷା, ବିଦ୍ୟୁତ୍, ବୀମା, ବ୍ୟାଙ୍କିଙ୍ଗ୍, ଟେଲିଫୋନ୍, ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମା ପରିଚାଳନା କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଭିନ୍ନ ବେସରକାରୀ ସଂସ୍ଥା, ନିଗମ, ସରକାରୀ ଅଣ୍ଡରଟେକିଂ, ବ୍ୟାଙ୍କ, ବୀମା କମ୍ପାନୀ, ବିଦ୍ୟାଳୟର ପରିଚାଳନା କମିଟି, କଲେଜର ପରିଚାଳନା ସଂସ୍ଥା, ଓଡ଼ିଶାର ଲୋକପାଲ, ମାନବ ଅଧିକାର ଆୟୋଗ, ଜମି ଅଧିଗ୍ରହଣ ଅଧିକାରୀ, ଜାତୀୟ ରାଜପଥ ପ୍ରାଧିକରଣ ଇତ୍ୟାଦି ପାଇଁ ବିଭିନ୍ନ ଅଦାଲତରେ ହାଜର ହୋଇ ମକଦ୍ଦମା ପରିଚାଲନା କରିଛନ୍ତି । ଏହା ଛଡ଼ା ଟ୍ରିବ୍ୟୁନାଲ, ଉଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚତମ ନ୍ୟାୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଅଦାଲତକୁ ସହାୟତା କରିବା ପାଇଁ ଆର୍ବିଟ୍ରେଟର, ଆଡଭୋକେଟ୍ କମିଶନ ଏବଂ ଆମିକସ୍ କ୍ୟୁରି ଭାବରେ ନିଯୁକ୍ତ ମଧ୍ୟ ହୋଇଛନ୍ତି । ୨୦୧୩ ଜୁନ ୨୦ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାର ଗ୍ରହଣ କରିଥିଲେ । ପୂର୍ବତନ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ରଙ୍କ ଅବସର ପରେ ୨୦୨୩ ଅକ୍ଟୋବର ୪ରେ ସେ ଏଠାର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।[୨][୩][୪]

ଡ଼ିସେମ୍ବର ୨୦୨୩ରେ ଜଷ୍ଟିସ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି ।[୫]

ସମ୍ମାନ ସମ୍ପାଦନା

ଓକିଲ ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ବୃତ୍ତିଗତ ଉତ୍କର୍ଷତା ପାଇଁ ୨୦୦୨ ମସିହାର ତାଙ୍କୁ ହରିହରନ ମୁଖାର୍ଜୀ ମେମୋରିଆଲ ଆୱାର୍ଡ଼ ସହ ସ୍ୱର୍ଣ୍ଣ ପଦକଦ୍ୱାରା ସମ୍ମାନିତ କରାଯାଇଥିଲା ।

ଆଧାର ସମ୍ପାଦନା

  1. "Judge | Orissa High Court, Cuttack". www.orissahighcourt.nic.in. Retrieved 6 October 2023.
  2. "Order of appointment of Dr. Justice Bidyut Ranjan Sarangi, senior-most Judge of the Orissa High Court, to perform the duties of Chief Justice of that High Court w.e.f. 04.10.2023 (29.09.2023) | Department of Justice | India". doj. Retrieved 6 October 2023.
  3. Bureau, O. B. (30 September 2023). "Justice BR Sarangi Appointed Acting CJ Of Orissa HC". odishabytes. Retrieved 12 October 2023.
  4. "Chief Justice of Orissa High Court retires". The New Indian Express. Retrieved 12 October 2023.
  5. "Orissa High Court Judge Justice BR Sarangi set to become Chief Justice of Jharkhand HC | Sambad English". sambadenglish.com. 29 December 2023. Retrieved 11 January 2024.