ଗଙ୍ଗାଧର ରଥ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗଙ୍ଗାଧର ରଥ (୧୯୨୨-୨୦୦୮), ଓଡ଼ିଶାର ଜଣେ ପ୍ରାକ୍ତନ ଆଡ଼ଭୋକେଟ ଜେନେରାଲ ।[୨] ସେ ନିଜେ ଜଣେ ସାହିତ୍ୟିକ ଥିଲେ ଓ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ସାହିତ୍ୟ ଭାରତୀ ସମ୍ମାନ ପୁରସ୍କାରର ପ୍ରତିଷ୍ଠା କରିଥିଲେ ।

ଗଙ୍ଗାଧର ରଥ
Born୧୯୨୨
ଜଗତସିଂହପୁର
Died୧୫ ମାର୍ଚ୍ଚ ୨୦୦୮
Nationalityଭାରତୀୟ
Educationସ୍ନାତକ(ଆଇନ)[୧]
Spouseନିରୁପମା ରଥ
Childrenଜୟନ୍ତ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୧

ଜୀବନୀ ସମ୍ପାଦନା

ଗଙ୍ଗାଧର ୧୯୨୨ ମସିହାରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ବାଗଲପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩] କଲେଜ ଜୀବନରୁ ସେ ଛାତ୍ର ରାଜନୀତି ସହିତ ଜଡ଼ିତ ଥିଲେ ।[୪] ସାମ୍ବାଦିକତାରୁ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ସେ ଆଇନ ବ୍ୟବସାୟଙ୍କୁ ନିଜର ପେସା ଭାବରେ ଆବୋରୀ ଥିଲେ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ । ୧୯୫୯ମସିହାରେ ସେ ଷ୍ଟାଣ୍ଡିଙ୍ଗ କାଉନସିଲ[୫] ଓ ୧୯୬୩ମସିହାରେ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଥିଲେ । ୧୯୭୨ରୁ ୧୯୭୯ ଏବଂ ୧୯୮୨ରୁ ୧୯୯୦, ଦୁଇ ପର୍ଯ୍ୟାୟରେ ସେ ଓଡ଼ିଶାର ଆଡ଼ଭୋକେଟ ଜେନରାଲ ଭାବରେ କାର୍ଯ୍ୟ କରିଥିଲେ । ସେ ଅଳକା ମହାବିଦ୍ୟାଳୟଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ । ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ୧୯୯୫ ମସିହାରୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଉଛି । ସମାଜସେବୀ ଓ ଡାକ୍ତର ନିରୁପମା ରଥ ତାଙ୍କର ପତ୍ନୀ ଥିଲେ । ବିବାହ ପୂର୍ବରୁ ସେ ନିରୁପମା ମହାନ୍ତି ଭାବରେ ପରିଚିତ ଥିଲେ ।[୬] ଜୟନ୍ତ ରଥ ତାଙ୍କର ଜ୍ୟେଷ୍ଠ ପୁତ୍ର ।[୭] ୨୦୦୮ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମୟରେ ଗଙ୍ଗାଧର ରଥଙ୍କର ପରଲୋକ ଘଟିଥିଲା ।[୮][୯]

ରଚନାବଳୀ ସମ୍ପାଦନା

  • ରସ-ପିୟୁଷ - ୧୯୭୦
  • ଜନନାୟକ ଜବାହରଲାଲ - ୧୯୮୮
  • British Raj In India - ୨୦୧୦
  • ଆମେରିକା ଯାତ୍ରୀ (ଅନୁବାଦ)
  • ସୋଭିଏତ୍ ସମାଜ - ୧୯୫୦
  • ଭୁଲି ନାହିଁ - ୧୯୯୪ (ଅଳକା ପ୍ରକାଶନ)[୧୦]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୧ (ଜନନାୟକ ଜବାହରଲାଲ ପୁସ୍ତକ ପାଇଁ)[୧୧]

ଆଧାର ସମ୍ପାଦନା

  1. The Indian Law Reports: Cuttack series. Superintendent, Orissa Government Press. 1986.
  2. Surendra Malik (1975). Fundamental Rights Case: The Critics Speak. Eastern Book Company.
  3. "ଇତିହାସ". jagatsinghpur.nic.in. jagatsinghpur district administration. Retrieved 17 May 2019.
  4. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  5. All India Reporter. D. V. Chitaley. 1963.
  6. Justice Harihar Mahapatra (15 February 2011). My Life, My Work. Allied Publishers. pp. 144–. ISBN 978-81-8424-640-7.
  7. "Former Advocate General Gangadhar Rath dead". www.oneindia.com. one india. Retrieved 17 May 2019. {{cite web}}: Cite has empty unknown parameter: |dead-url= (help)
  8. "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୧୫/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. ଇଷ୍ଟର୍ଣ୍ଣ ମିଡ଼ିଆ. p. ୪. Archived from the original on 15 March 2021. Retrieved 15 March 2021.
  9. "Gangadhar Rath passes away at 86". www.outlookindia.com. outlook india. Retrieved 17 May 2019.
  10. "National Library of India Online Cataloge". National Library of India. Retrieved 17 May 2019.
  11. "ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 9 February 2021.