ବିଞ୍ଜମୁରି ଅନସୂୟା ଦେବୀ
ଭାରତୀୟ କଣ୍ଠଶିଳ୍ପୀ
ବିଞ୍ଜମୁରି ଅନସୂୟା ଦେବୀ (୧୨ ମଇ ୧୯୨୦ – ୨୩ ମାର୍ଚ୍ଚ ୨୦୧୯) ଜଣେ ତେଲୁଗୁ-ଭାଷାଭାଷୀ ଭାରତୀୟ କଣ୍ଠଶିଳ୍ପୀ, ହାରମୋନିଅମ୍ ବାଦକ, ସଙ୍ଗୀତକାର ଥିଲେ ।[୧][୨][୩] ସେ ମୁଖ୍ୟତଃ ଲୋକଗୀତ ଗାୟିକା ଥିଲେ ।
ବିଞ୍ଜମୁରି ଅନସୂୟା ଦେବୀ | |
---|---|
ଜନ୍ମ | ପୂର୍ବ ଗୋଦାବରୀ ଜିଲ୍ଲା, ଆନ୍ଧ୍ର ପ୍ରଦେଶ, ବ୍ରିଟିଶ ଭାରତ | ୧୨ ମଇ ୧୯୨୦
ମୃତ୍ୟୁ | ୨୩ ମାର୍ଚ୍ଚ ୨୦୧୯ | (ବୟସ ୯୮)
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ଜୀବନୀ
ସମ୍ପାଦନାସେ ତେଲୁଗୁ-ସଂସ୍କୃତ ପଣ୍ଡିତ, ଲେଖକ, ମଞ୍ଚ କଳାକାର ବିଞ୍ଜମୁରି ଭେଙ୍କଟ ଲକ୍ଷ୍ମୀ ନରସିଂହ ରାଓଙ୍କ ଝିଅ ।[୨] କଣ୍ଠଶିଳ୍ପୀ ବିଞ୍ଜମୁରି ସୀତାଦେବୀ ତାଙ୍କ ଭଉଣୀ ।[୪]
ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏବଂ ସୁବାସ ଚନ୍ଦ୍ର ବୋଷଙ୍କ ଉପସ୍ଥିତିରେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ସମୟରେ ସଙ୍ଗୀତ ପରିବେଷଣ କରିଥିଲେ ।[୫]
ତାଙ୍କ ଲିଖିତ ଦୁଇଟି ବହି 'ବାଭା ଗୀତାଲୁ' ଏବଂ 'କମ୍ପାଇଲେସନ୍ ଅଫ୍ ଫୋକ୍ ସଙ୍ଗ୍ସ୍' ପ୍ରକାଶିତ ହୋଇଛି । ୧୯୭୭ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟଦ୍ୱାରା ତାଙ୍କୁ ଡକ୍ଟରେଟ ଉପାଧୀରେ ଭୂଷିତ କରାଯାଇଥିଲା । ପ୍ୟାରିସ୍ରେ ତାଙ୍କୁ କୁଇନ୍ ଅଫ୍ ଫୋକ୍ ଆୱାର୍ଡ଼ ଏବଂ ଆମେରିକାରେ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ଼ ପ୍ରଦାନ କରାଯାଇଥିଲା ।[୬]
ଆଧାର
ସମ୍ପାଦନା- ↑ "Queen of folk music - HYDB". The Hindu. Retrieved 2018-06-03.
- ↑ ୨.୦ ୨.୧ "With many firsts to her credit - MADS". The Hindu. Retrieved 2018-06-03.
- ↑ "Space across new horizons - MADS". The Hindu. Retrieved 2018-06-03.
- ↑ Srihari, Gudipoodi "An Era of Light Music", The Hindu June 11, 2018
- ↑ Mayabrahma, Roja (2019-03-24). "KCR condoles death of radio commentator Dr Vinjamuri Anasuya Devi". www.thehansindia.com (in ଇଂରାଜୀ). Retrieved 2020-03-06.
- ↑ "KCR condoles Anasuya Devi's demise". ANI News (in ଇଂରାଜୀ). Retrieved 2020-03-06.
ବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ବିଞ୍ଜମୁରି ଅନସୂୟା ଦେବୀ
ବାବଦରେ ମାଧ୍ୟମ ରହିଛି ।