ବିଞ୍ଜମୁରି ସୀତାଦେବୀ
ଭାରତୀୟ ସଙ୍ଗୀତକାର
ବିଞ୍ଜମୁରି ସୀତାଦେବୀ (ମୃତ୍ୟୁ: ୧୭ ମଇ ୨୦୧୬) ଜଣେ ଭାରତୀୟ ସଙ୍ଗୀତକାର ଏବଂ ଗାୟିକା ଥିଲେ । ସେ ତେଲୁଗୁ ଭାଷାର ଲୋକଗୀତ ଉପରେ ଗବେଷଣା କରୁଥିଲେ ।
ବିଞ୍ଜମୁରି ସୀତାଦେବୀ | |
---|---|
Background information | |
ଜନ୍ମ | କାକିନାଡ଼ା, ଭାରତ |
ମୃତ୍ୟୁ | ୧୭ ମଇ ୨୦୧୬ ଯୁକ୍ତରାଷ୍ଟ୍ର ଆମେରିକା |
ଶୈଳୀ | ତେଲୁଗୁ ଲୋକଗୀତ |
ପେଷା
ସମ୍ପାଦନାସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ ।[୧] ତାଙ୍କ ଭଉଣୀ ବିଞ୍ଜମୁରି ଅନସୂୟା ଦେବୀଙ୍କ ସହିତ ସେ ଆନ୍ଧ୍ର ପ୍ରଦେଶର ଅନେକ ଜଣାଶୁଣା କବିଙ୍କ ପାଇଁ ସଙ୍ଗୀତ ସଂଯୋଜନା କରିଥିଲେ, ଯେଉଁମାନଙ୍କ ମଧ୍ୟରେ ଶ୍ରୀରଙ୍ଗମ୍ ଶ୍ରୀନିବାସ ରାଓ, ଶ୍ରୀ ଶ୍ରୀ ଆଦି ଅନ୍ୟତମ ।[୨] ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ମାଆ ଭୂମି କଥାଚିତ୍ରରେ ସେ ସଙ୍ଗୀତ ସଂଯୋଜନା କରିଥିଲେ । ସେ "ଫୋକ୍ ମ୍ୟୁଜିକ୍ ଅଫ୍ ଆନ୍ଧ୍ର ପ୍ରଦେଶ" ନାମକ ଏକ ପୁସ୍ତକ ରଚନା କରିଥିଲେ ।
ମୃତ୍ୟୁ
ସମ୍ପାଦନା୨୦୧୬ ମସିହାର ମଇ ୧୭ ତାରିଖରେ ସେ ଯୁକ୍ତରାଷ୍ଟ୍ର ଆମେରିକାରେ ମୃତ୍ୟୁବରଣ କରିଥିଲେ ।[୩]
ଆଧାର
ସମ୍ପାଦନା- ↑ Zadi, Ameer (December 1996). "Interview with Chandrakantha Courtney". New Twain. Archived from the original on 4 May 2011. Retrieved 6 August 2018 – via Chandra and David Courtney's Homepage.
- ↑ Srihari, Gudipoodi "An Era of Light Music", The Hindu 11 March 2011
- ↑ "Folk singer Vinjamuri Seetha Devi passes away". The New Indian Express. 19 May 2016. Archived from the original on 20 May 2016. Retrieved 20 May 2016.