ବିଛା (ମାସ)

ଭାରତୀୟ ଚନ୍ଦ୍ର-ସୌର କ୍ୟାଲେଣ୍ଡରରେ ମାସ |

ସୌର ବର୍ଷର ସପ୍ତମ ମାସ ହେଉଛି ବିଛା ମାସ । ଏହା ବିଛା ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।

ଜ୍ୟୋତିଷୀୟ ପୃଷ୍ଠଭୂମି ସମ୍ପାଦନା

ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୧] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ବିଛା ରାଶିରେ ଅବସ୍ଥାନ କରେ ସେହି ସମୟ ବିଛା ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ନଭେମ୍ବରର ମଧ୍ୟ ଭାଗରୁ ଆରମ୍ଭ ହୋଇ ଡିସେମ୍ବର ମାସର ମଧ୍ୟ ଭାଗରେ ଶେଷ ହୁଏ ‌। ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ କାର୍ତ୍ତିକମାର୍ଗଶୀର ସହ ଏହା ସମ୍ବନ୍ଧିତ ।[୨] ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ମୂଖ୍ୟତଃ ଭାରତୀୟ ହେମନ୍ତ ଋତୁରେ ପଡୁଥିବା ଏହି ସୌର ମାସରେ ଦୀପାବଳୀ ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।[୪]

  • ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ଅଷ୍ଟମ ସୌର ମାସ (ମାର୍ଗଶିର) ୧୫ ନଭେମ୍ବର- ୧୪ ଡିସେମ୍ବର ।[୫]

ଅଧିକ ତଥ୍ୟ ସମ୍ପାଦନା

ଆଧାର ସମ୍ପାଦନା

  1. "Indian Clendars" (PDF). Retrieved 24 September 2015.
  2. "Hindu Calendar". Retrieved 24 September 2015.
  3. "Months named after rasis". Retrieved 24 September 2015.
  4. "Important Festivals". Retrieved 13 June 2017.
  5. "Uniform All India Nirayana Solar Calendar" (PDF). Retrieved 30 May 2017.