ବାସନ୍ତୀ ମଲ୍ଲିକ

ଓଡ଼ିଆ ରାଜନୀତିଜ୍ଞ

ବାସନ୍ତୀ ମଲ୍ଲିକ ଜଣେ ଓଡ଼ିଆ ରାଜନୀତିଜ୍ଞା ।[୧] ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ରାଜନୈତିକ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ, ମାତ୍ର ୨୦୧୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ତାଙ୍କୁ ବିଜୁ ଜନତା ଦଳର ତରଫରୁ ଲଢ଼ିବାକୁ ଟିକେଟ୍ ନ ମିଳିବାରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ଭାବରେ କାର୍ଯ୍ୟ କରୁଥିଲେ । ବାସନ୍ତୀ ମଲ୍ଲିକ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନେର ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଦାଶରଥୀ ଗମାଙ୍ଗଙ୍କୁ ମାତ୍ର ୧୧୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ୧୫ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ବାସନ୍ତୀ ମଲ୍ଲିକ
ବିଧାୟିକା: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୩ ମାର୍ଚ୍ଚ ୨୦୧୯
ପୂର୍ବ ଅଧିକାରୀଚକ୍ରଧର ପାଇକ
ନିର୍ବାଚନ ମଣ୍ଡଳୀମୋହନା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ ସମ୍ପାଦନା

ବାସନ୍ତୀ ମଲ୍ଲିକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୪] ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାରେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୫]

୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ବାସନ୍ତୀ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ତାଙ୍କର ଏବଂ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଦାଶରଥୀ ଗମାଙ୍ଗଙ୍କ ମଧ୍ୟରେ ବଡ଼ ଲଢ଼େଇ ହେଇଥିଲା ଏବଂ ବାସନ୍ତୀ ମାତ୍ର ୧୧୫ ଖଣ୍ଡ ଭୋଟ ବ୍ୟବଧାନରେ ଏହି ନିର୍ବାଚନ ଲଢ଼ିଥିଲେ ।[୩] ଏହି ନିର୍ବାଚନରେ ସମୁଦାୟ ୧,୪୩,୯୪୩ ଖଣ୍ଡ ମତଦାନ କରାଯାଇଥିଲା, ଯେଉଁଥିରୁ ବାସନ୍ତୀ ମଲ୍ଲିକ ୪୩,୦୦୬ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଦାଶରଥୀ ସମୁଦାୟ ୪୨,୮୯୧ ଖଣ୍ଡ ଭୋଟ ପାଇଥିଲେ ।[୬][୭] ଏହି ନିର୍ବାଚନରେ ବିଜୟୀ ହୋଇ ବାସନ୍ତୀ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବରେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୮]

ପରବର୍ତ୍ତୀ ସମୟରେ ୨୦୧୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନ ସମୟରେ ବାସନ୍ତୀଙ୍କୁ ବିଧାୟକ ଭାବରେ ଲଢ଼ିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଟିକେଟ ମିଳିନଥିଲା, ତାଙ୍କ ସ୍ଥାନରେ ପୂର୍ଣ୍ଣବାସୀ ନାଏକଙ୍କୁ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବାକୁ ଟିକେଟ ମିଳିଥିଲା,[୯] ଫଳରେ ସେ ଗଣମାଧ୍ୟମରେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ[୧୦] ଏବଂ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୧୧] ବାସନ୍ତୀ ଗଣମାଧ୍ୟମରେ ତାଙ୍କର ଇସ୍ତଫା କଥା ଜଣାଇବାପରେ ବିଜୁ ଜନତା ଦଳର ପ୍ରତିଷ୍ଠାତା ତଥା ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ତାଙ୍କର ଇସ୍ତଫାପତ୍ର ପଠାଇଥିଲେ ।[୧୨][୧୩] ବାସନ୍ତୀ ବିଜେଡ଼ିରୁ ଇସ୍ତଫା ଦେବାପରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ତାଙ୍କର ସଭ୍ୟପଦ ରଦ୍ଧ କରିବାକୁ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଜଣାଇଥିଲେ ଏବଂ ୨୩ ମାର୍ଚ୍ଚ ୨୦୧୯ରେ ବାସନ୍ତୀଙ୍କ ସହ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିର ମିଶିଥିବା ଅନ୍ୟ ୪ଜଣଙ୍କର ସଭ୍ୟପଦ ରଦ୍ଧ କରାଯାଇଥିଲା ।[୧୪]

ଆଧାର ସମ୍ପାଦନା

  1. "Basanti Mallick(BJD):Constituency- MOHANA(GAJAPATI) - Affidavit Information of Candidate:". myneta.info. Retrieved 2019-03-24.
  2. Bureau, Samaja Live. "ବିଜେଡି ଛାଡିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-24.
  3. ୩.୦ ୩.୧ "Constituency Wise odisha Assembly Election result 2014". Leadtech.in. Archived from the original on 18 August 2014. Retrieved 17 June 2014.
  4. "ଗଜପତି: ବିଜେଡି ଛାଡ଼ିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ". Sambad (in ଆମେରିକୀୟ ଇଂରାଜୀ). 2019-03-21. Retrieved 2019-03-24.
  5. "Ms. Basanti Mallick". odishaassembly.nic.in. Odisha Assembly. Retrieved 24 March 2019.
  6. "Odisha - Mohana". Election Commission of India. Retrieved 17 June 2014.[permanent dead link]
  7. "Orissa Assembly Election 2014 Constituency: Mohana (136)". EmpoweringIndia.org. Retrieved 17 June 2014.
  8. "MLA Ms. Basanti Mallick Profile | MOHANA Constituency". odishahelpline.com. Retrieved 2019-03-24.
  9. "Mohana MLA Basanti Mallick joins BJP". KalingaTV (in ଆମେରିକୀୟ ଇଂରାଜୀ). 2019-03-21. Retrieved 2019-03-24.
  10. Prameya (2019-03-21). "ବିଜେଡି ଛାଡିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ୍, ବିଜେପିରେ ମିଶିବା ନେଇ ଚର୍ଚ୍ଚା". Prameya (in ଆମେରିକୀୟ ଇଂରାଜୀ). Retrieved 2019-03-24.
  11. "ବିଜେପିରେ ସାମିଲ ହେଲେ ମୋହନାର ବିଜେଡି ବିଧାୟିକା ବାସନ୍ତୀ ମଲ୍ଲିକ". OTV Khabar (in ଆମେରିକୀୟ ଇଂରାଜୀ). 2019-03-21. Retrieved 2019-03-24.[permanent dead link]
  12. "ଶଙ୍ଖ ଛାଡିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ". Odisha Bhaskar (in ଆମେରିକୀୟ ଇଂରାଜୀ). Retrieved 2019-03-24.
  13. "ବିଜେଡିକୁ ବାଏ ବାଏ କଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ । ଟିକେଟ ନ ପାଇବାରୁ ଥିଲେ ଅସନ୍ତୁଷ୍ଟ, ଜାଣନ୍ତୁ ଇସ୍ତଫାପତ୍ରରେ ଲେଖିଲେ କଣ? - Kanaknews". Dailyhunt (in ଇଂରାଜୀ). Retrieved 2019-03-24.
  14. "୫ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କଲେ ବାଚସ୍ପତି : ବିଜେପି ଉଠାଇଲା ପ୍ରଶ୍ନ". Prameya News7 (in ଆମେରିକୀୟ ଇଂରାଜୀ). 2019-03-24. Retrieved 2019-03-24.