ବାସନ୍ତୀ

ଓଡ଼ିଆ ଉପନ୍ୟାସ

ବାସନ୍ତୀ ଏକ ଭାରତୀୟ-ଓଡ଼ିଆ ଉପନ୍ୟାସ । ଏହା ଓଡ଼ିଆ ସାହିତ୍ୟର ସବୁଜ ଯୁଗରେ ଲେଖାଯାଇଥିଲା ।[୧] ଏହା ଓଡ଼ିଆ ସାହିତ୍ୟର ପ୍ରଥମ ଓ ଏକମାତ୍ର ସମବାୟ ଉପନ୍ୟାସ ଯାହା ୯ ଜଣ ଲେଖକଙ୍କଦ୍ୱାରା ମିଳିତ ଭାବେ ଲେଖା ଯାଇଥିଲା । ଏହି ଉପନ୍ୟାସଟି ପ୍ରଥମେ ୧୯୨୫ରୁ ୧୯୨୭ ମସିହା ମଧ୍ୟରେ ଉତ୍କଳ ସାହିତ୍ୟ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଇଥିଲା । ପରେ ଏହା ୧୯୩୧ ମସିହାରେ ଏକ ବହି ରୂପରେ ପ୍ରକାଶ ପାଇଥିଲା ।[୨] ୧୯୬୮ ମସିହାରେ ଏହାର ଏକ ସଂଶୋଧିତ ସଂସ୍କରଣ ମଧ୍ୟ ପ୍ରକାଶ ପାଇଥିଲା । ୨୦୧୯ ମସିହାରେ ଉପନ୍ୟାସଟି ଇଂରାଜୀକୁ ଅନୂଦିତ ହୋଇ ବାସନ୍ତୀ : ରାଇଟିଂ ଦି ନିୟୁ ୱିମେନ୍‌ (Basanti: Writing the New Woman) ନାମରେ ପ୍ରକାଶିତ ହୋଇଥିଲା । ଅନୁବାଦକ ଥିଲେ ହିମାଂଶୁ ମହାପାତ୍ର ଓ ପଲ୍‌ ସେଣ୍ଟ-ପିୟର ।[୩]

ବାସନ୍ତୀ  
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶ ତାରିଖ୧୯୩୧

ବିଷୟବସ୍ତୁ ସମ୍ପାଦନା

ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ବାସନ୍ତୀ କଟକରେ ରହୁଥିବା ଜଣେ ଶିକ୍ଷିତା ଓ ସ୍ୱାଧୀନଚେତା ଯୁବତୀ । ତାଙ୍କ ପିତାମାତାଙ୍କର ବିୟୋଗ ପରେ ବନ୍ଧୁ ଦେବବ୍ରତ ତାଙ୍କ ଜୀବନରେ ଆସନ୍ତି । ସମୟକ୍ରମେ ବାସନ୍ତୀ ଦେବବ୍ରତଙ୍କୁ ବିବାହ କରି ଏକ ରକ୍ଷଣଶୀଳ ଜମିଦାର ଘରର ବୋହୂ ହୁଅନ୍ତି । ବିବାହ ପରେ ବାସନ୍ତୀଙ୍କ ସ୍ୱଚ୍ଛନ୍ଦତାକୁ ଦେବବ୍ରତ ଗ୍ରହଣ କରିପାରନ୍ତି ନାହିଁ । ବାସନ୍ତୀଙ୍କର ଅବୈଧ ସମ୍ପର୍କ ଥିବା ଭାବି ଦେବବ୍ରତ ଗର୍ଭବତୀ ବାସନ୍ତୀଙ୍କୁ ଘରୁ ବାହାର କରିଦିଅନ୍ତି । ଘଟଣାକ୍ରମରେ ଦେବବ୍ରତ ନିଜ ଭୁଲ ବୁଝିପାରନ୍ତି ଓ ବାସନ୍ତୀଙ୍କୁ ପୁଣି ଆପଣେଇ ନିଅନ୍ତି ।[୪]

ଲେଖକଗଣ ସମ୍ପାଦନା

ଲେଖକ ଲେଖିଥିବା ଅଧ୍ୟାୟ
ଅନ୍ନଦା ଶଙ୍କର ରାୟ ୭,୧୫,୧୬
ବୈଷ୍ଣବ ଚରଣ ଦାସ ୨୪,୨୫
ହରିହର ମହାପାତ୍ର ୫,୬
କାଳିନ୍ଦୀ ଚରଣ ପାଣିଗ୍ରାହୀ ୧,୨,୨୮,୨୯,୩୦
ମୂରଲୀଧର ମହାନ୍ତି ୧୨,୧୪
ପ୍ରତିଭା ଦେବୀ ୧୩
ସରଳା ଦେବୀ ୮,୯,୧୭-୨୨,୨୭
ଶରତ ଚନ୍ଦ୍ର ମୁଖର୍ଜୀ ୩,୪,୨୩,୨୬
ସୁପ୍ରଭା ଦେବୀ ୧୦,୧୧

[୫]

ଆଧାର ସମ୍ପାଦନା

  1. "Rise of the Odia Novel : 1897-1930" (PDF). Orissa Review (2014 March): 22. Retrieved 13 June 2019.
  2. Himansu S. Mohapatra; Paul St-Pierre (2 February 2019). Basanti: Writing the New Woman. Oxford University Press. ISBN 978-0-19-948986-2.
  3. ""ବାସନ୍ତୀ : ରାଇଟିଙ୍ଗ ଦି ନିୟୁ ୱିମେନ୍‌" ଲୋକାର୍ପିତ ହେଲା". www.timesofodisha.com. timesofodisha.com. Retrieved 13 June 2019.[permanent dead link]
  4. "'Basanti': A classic but experimental Odia novel from the 1920s is reinvented in English translation". /scroll.in. scroll.in. Retrieved 13 June 2019.
  5. Annada Shankar Ray; Baishnab Charan Das; Harihar Mahapatra (20 December 2018). Basanti: Writing the New Woman. OUP India. pp. 5–. ISBN 978-0-19-909587-2.

ଆହୁରି ଦେଖନ୍ତୁ ସମ୍ପାଦନା