ବାଳ-ଦ ରିଦମ୍ ଅଫ୍ ଲାଇଫ୍

୨୦୧୯ର ଓଡ଼ିଆ କଥାଚିତ୍ର

ବାଳ-ଦ ରିଦମ୍ ଅଫ୍ ଲାଇଫ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା ଓ ଏହା ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସଞ୍ଜୟ ମହାକୁଳଅମରେଶ ପତି ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବାଳ- ଦ ରିଦମ୍ ଅଫ୍ ଲାଇଫ୍
ନିର୍ଦ୍ଦେଶକଅମରେଶ ପତି
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ
ସଂଳାପସଞ୍ଜୟ ମହାକୁଳ
କାହାଣୀଅମରେଶ ପତି
କଳାକାରସମୀର ଶତପଥୀ
ଦିବ୍ୟା ମହାନ୍ତି
ଅନନ୍ୟା ମିଶ୍ର
ଅପରାଜିତ ମହାନ୍ତି
ସଲିଲ ମିତ୍ର
ସଙ୍ଗୀତଅଭିଜତ ମଜୁମଦାର
ଚିତ୍ରଗ୍ରହଣଦୀପଙ୍କର ଜାହ୍ନା
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧ ନଭେମ୍ବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମୀର ଶତପଥୀ । ଏହି କଥାଚିତ୍ର ଜରିଆରେ ସମୀର ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଦିବ୍ୟା ମହାନ୍ତି ଏବଂ ଅନନ୍ୟା ମିଶ୍ର ଏହି କଥାଚିତ୍ରଟିର ଦୁଇଜଣେ ନାୟିକା ଭାବରେ ଅଭିନୟ କରିଥିଲେ । ଅନ୍ୟାନ୍ୟ କଳାକାରମାନଙ୍କ ମଧ୍ୟରେ ଅପରାଜିତା ମହାନ୍ତି, ସଲିଲ ମିତ୍ର, ଜୟ ପ୍ରକାଶ ଦାସ, ଅନନ୍ତ ମିଶ୍ର, ଐଶ୍ୱର୍ଯ୍ୟା ଆଦି ବିଭିନ୍ନ ଭୂମିକା ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର କଟକର ଜୟଶ୍ରୀ ସିନେମା ହଲ୍‌ରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ।[୧] ଏହି ପ୍ରଦର୍ଶନରେ ଚନ୍ଦା ଲୋକମାନଙ୍କ ପାଇଁ ମାଗଣା ଫିଲ୍ମ ଦେଖିବାର ବ୍ୟବସ୍ଥା କରାଯାଇଥିଲା ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଜେମ୍‌ସ୍ ଭରତ, ଅଭିଜିତ ମଜୁମଦାର, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

All tracks written by ନିର୍ମଳ ନାୟକ.

କ୍ରମଗୀତଗାୟକସମୟ
1."ଟୋପି ଖୋଲ ମାମୁଁ"ଅଭିଜିତ ମଜୁମଦାର 
2."ବାଳକୁ ସମ୍ଭାଳ"ଅଭିଜିତ ମଜୁମଦାର, ଜେମ୍‌ସ୍ ଭରତ, ସଞ୍ଜୁ ମହାନ୍ତି 
3."ହାଏ ହାଏ ମୋ ଦିଲ୍"ହ୍ୟୁମାନ ସାଗର 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "ରିଲିଜ୍ ହେଲା ଫିଲ୍ମ 'ବାଳ-ଦି ରିଦିମ ଅଫ୍ ଲାଇଫ୍' | OTV Khabar". OTV. 1 November 2019. Archived from the original on 5 November 2019. Retrieved 5 November 2019.
  2. "ଆଜି ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଶେଷ ରାତି'". ସମ୍ବାଦ. ଭୁବନେଶ୍ୱର: sambad.in. 5 August 2022. Archived from the original on 3 November 2022. Retrieved 3 November 2022.
  3. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  4. "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  5. "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.
  6. "ଅସୀତା ଯାହା ଚାହୁଁଥିଲେ". ଧରିତ୍ରୀ. 26 November 2020. Archived from the original on 20 January 2021. Retrieved 20 January 2021.

ବାହାର ଆଧାର ସମ୍ପାଦନା