ବାମନତ୍ୱ
ବାମନତ୍ୱ କୁହାଯାଏ ଯେତେବେଳେ ଜଣେ ବ୍ୟକ୍ତିର ଉଚ୍ଚତା ଅତି ଛୋଟ ଥାଏ ।[୧] ବେଳେବେଳେ ୧୪୭ ସେମି ବା ୪ଫୁଟ ୧୦ ଇଞ୍ଚରୁ କମ ଉଚ୍ଚତା ଭାବରେ ଏହାକୁ ବ୍ୟାଖ୍ୟା କରାଯାଇଥାଏ ।[୨] ଏହାର ଦୁଇଟି ମୁଖ୍ୟ ପ୍ରକାର ଅଛି: କ୍ଷୁଦ୍ର ଅଙ୍ଗ ସହିତ ଅଣଆନୁପାତିକ ଖର୍ବତା ଏବଂ ଉଭୟ କ୍ଷୁଦ୍ର ଅଙ୍ଗ ଏବଂ କ୍ଷୁଦ୍ର ଅବୟବ ସହିତ ଆନୁପାତିକ ଖର୍ବତା ।[୧] ଏମାନଙ୍କର ବୁଦ୍ଧିମତ୍ତା ଓ ଆୟୁଷ ସାଧାରଣ ଥାଏ ।[୨] ଅନ୍ୟାନ୍ୟ ଲକ୍ଷଣ ଏହାର ମୂଳ କାରଣ ଉପରେ ନିର୍ଭର କରିପାରେ । [୫]
Dwarfism | |
---|---|
Restricted growth, dwarf, little person (LP), person of short stature | |
ଉଚ୍ଚାରଣ | |
ବିଭାଗ | Endocrinology, medical genetics |
କାରଣ | Short parents, growth hormone deficiency, genetic disorders[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Height < 147 centimetres (4 ft 10 in)[୨] |
ଔଷଧ | Growth hormone therapy[୩] |
ଚିକିତ୍ସା | Based on the cause[୩] |
Prognosis | Generally normal life expectancy[୨] |
ପୁନଃପୌନିକ | ~2.5% (USA)[୪] |
ଆନୁପାତିକ ବାମନତ୍ୱ ସବୁଠାରୁ ସାଧାରଣ କାରଣ ହେଉଛି ଛୋଟ ପିତାମାତା; ଯଦିଓ ଏହା ବୃଦ୍ଧି ହରମୋନ୍ ଅଭାବ, ଟର୍ନର ସିଣ୍ଡ୍ରୋମ ଏବଂ ଅନ୍ୟାନ୍ୟ ଜେନେଟିକ୍ କାରଣ ହେତୁ ହୋଇପାରେ ।[୧] ଅସନ୍ତୁଳିତ ଖର୍ବତା ସାଧାରଣତଃ ଆକଣ୍ଡ୍ରୋପ୍ଲାସିଆ ରୋଗ କାରଣରୁ ହୋଇଥାଏ ।[୧] ତିନି ଶହରୁ ଅଧିକ କାରଣ ଯୋଗୁ ବାମନତ୍ୱ ସୃଷ୍ଟି ହୋଇପାରେ । [୨] ଜନ୍ମ ପୂର୍ବରୁ, ଜନ୍ମ ସମୟରେ କିମ୍ବା ଜନ୍ମର କିଛି ସମୟ ପରେ ରୋଗ ନିର୍ଣ୍ଣୟ ହୋଇପାରେ । [୧]
ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ ।[୩] ଗ୍ରୋଥ ବା ଅଭିବୃଦ୍ଧି ହରମୋନ୍ ଅଭାବ ଏବଂ ଅନ୍ୟାନ୍ୟ ଅବସ୍ଥା ଥିବା ବ୍ୟକ୍ତିଙ୍କୁ ଗ୍ରୋଥ ହରମୋନ ଥେରାପି ସହିତ ଚିକିତ୍ସା କରାଯାଇପାରେ ।[୩] ଗୋଡ଼ କ୍ଷୁଦ୍ର ଥଲେ ଲମ୍ବା କରିବା ପାଇଁ ଅସ୍ତ୍ରୋପଚାର କରାଯାଇପାରେ, ଯଦିଓ ଏହା ସାଧାରଣତଃ ସୁପାରିଶ କରାଯାଏ ନାହିଁ | [୩] [୪] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଫିଜିଓଥେରାପି ଏବଂ ବ୍ୟକ୍ତିଗତ ପରିବେଶର ପରିବର୍ତ୍ତନ ଅନ୍ତର୍ଭୁକ୍ତ ହୋଇପାରେ । [୩] [୬] ଆକ୍ରାନ୍ତ ମହିଳାମାନେ ଗର୍ଭବତୀ ହେଲେ ସାଧାରଣତଃ ସିଜରିଆନ ସେକସନ ପ୍ରସବ ଆବଶ୍ୟକ କରନ୍ତି ।[୭]
ଯୁକ୍ତରାଷ୍ଟ୍ରର ପ୍ରାୟ ୨.୫ ଲୋକଙ୍କୁ ବାମନତ୍ୱ ପ୍ରଭାବିତ କରିଥାଏ । [୪] ଅଧିକାଂଶ ଲୋକ ସେମାନଙ୍କ ନାମର ବ୍ୟବହାରକୁ ପସନ୍ଦ କରନ୍ତି; ଯଦିଓ “ଛୋଟ ବ୍ୟକ୍ତି”, “ଗେଡ଼ା” ପରି ଶବ୍ଦ ବ୍ୟବହାର କରାଯାଇପାରେ । [୮] ଐତିହାସିକ ଭାବରେ ଇଂରାଜୀରେ ମିଡଗେଟ ବା "ମିଜେଟ୍" ଶବ୍ଦ ବ୍ୟବହୃତ ହୋଇଥିଲା, ତଥାପି ଏହି ଶବ୍ଦଟି ବର୍ତ୍ତମାନ ଅପମାନଜନକ ଭାବରେ ପରିଗଣିତ ହେଉଛି [୯] [୭] ପ୍ରଭାବିତମାନେ ଉଚ୍ଚତା ଭେଦଭାବ ଏବଂ ଗାଳିଗୁଲଜର ସମ୍ମୁଖୀନ ହୋଇପାରନ୍ତି । [୭] ସମର୍ଥକ ଗୋଷ୍ଠୀ ସେବା ଏବଂ ଉତ୍ସ ପ୍ରଦାନ କରିପାରନ୍ତି ।[୧୦]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Restricted growth (dwarfism)". nhs.uk (in ଇଂରାଜୀ). 23 October 2017. Archived from the original on 14 December 2021. Retrieved 8 February 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ "MedlinePlus: Dwarfism". MedlinePlus. National Institute of Health. 2008-08-04. Archived from the original on 2015-09-05. Retrieved 2008-10-03.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Restricted growth (dwarfism) - Treatment". nhs.uk (in ଇଂରାଜୀ). 21 February 2018. Archived from the original on 11 September 2021. Retrieved 8 February 2022.
- ↑ ୪.୦ ୪.୧ ୪.୨ Jain, Megha; Saber, Ahmed Y. (2022). "Dwarfism". StatPearls. StatPearls Publishing. Archived from the original on 11 October 2021. Retrieved 8 February 2022.
- ↑ "Restricted growth (dwarfism) - Symptoms". nhs.uk (in ଇଂରାଜୀ). 21 February 2018. Archived from the original on 16 August 2021. Retrieved 8 February 2022.
- ↑ "A Guide To Home Modifications". www.lpaonline.org. Archived from the original on 7 October 2021. Retrieved 8 February 2022.
- ↑ ୭.୦ ୭.୧ ୭.୨ "Dwarfism - Symptoms and causes". Mayo Clinic (in ଇଂରାଜୀ). Archived from the original on 12 December 2013. Retrieved 8 February 2022.
- ↑ "FAQ". www.lpaonline.org. Archived from the original on 4 February 2022. Retrieved 8 February 2022.
- ↑ "Definition of MIDGET". Merriam-webster.com. Archived from the original on 2017-11-14. Retrieved 2022-01-26.
- ↑ "Dwarfism - Diagnosis and treatment - Mayo Clinic". www.mayoclinic.org. Archived from the original on 9 May 2021. Retrieved 8 February 2022.