ଗ୍ରୋଥ ହରମୋନ ଅଭାବ
ଗ୍ରୋଥ ହରମୋନ ଅଭାବ ବା ଜିଏଚଡି (ଇଂରାଜୀ ଭାଷାରେ Growth hormone deficiency/ (GHD) ଏକ ବେମାରୀ ଯେଉଁଥିରେ ଯଥେଷ୍ଟ ଗ୍ରୋଥ ହରମୋନ (ଜିଏଚ) (growth hormone) ନଥାଏ ।[୨] ସାଧାରଣତଃ ଛୋଟ ଉଚ୍ଚତା ଥାଏ (short height) ଏହି ରୋଗୀର ଧ୍ୟାନ ଆକର୍ଷଣକାରୀ ଲକ୍ଷଣ ହୁଏ ।[୧] ନବଜାତ ଶିଶୁର ନିମ୍ନ ରକ୍ତ ଶର୍କରା ବା ଛୋଟ ଲିଙ୍ଗ (small penis) ଥାଏ ।[୩] ଯୁବକମାନଙ୍କର କମ ମାଂସପେଶୀ, ଅଧିକ କୋଏସ୍ଟେରୋଲ ସ୍ତର ବା ଓଷ୍ଟିଓପୋରୋସିସ ଥାଏ ।[୧]
ଗ୍ରୋଥ ହରମୋନ ଅଭାବ (Growth hormone deficiency) | |
---|---|
ପିଟୁଇଟାରି ଡ୍ୱାର୍ଫିଜ୍ମ (Pituitary dwarfism) | |
ବିଭାଗ | ଅନ୍ତସ୍ରାବୀ ଗ୍ରନ୍ଥି ବିଜ୍ଞାନ (Endocrinology) |
ଲକ୍ଷଣ | ଛୋଟ ଉଚ୍ଚତା (short height)[୧] |
କାରଣ | ଯଥେଷ୍ଟ ଗ୍ରୋଥ ହରମୋନ (ଜିଏଚ) (growth hormone) ଅଭାବ[୨] |
ବିପଦ କାରକ | ଜେନେଟିକ (Genetics), ଆଘାତ, ସଂକ୍ରମଣ, ଅର୍ବୁଦ tumors, ରାଡିଏସନ ଥେରାପି (radiation therapy)[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଗ୍ରୋଥ ହରମୋନ ନିମନ୍ତେ ରକ୍ତ ପରୀକ୍ଷା[୩] |
ସଠିକ ରୋଗ ନିର୍ଣ୍ଣୟ | Small for gestational age, ଟର୍ନର ସିଣ୍ଡ୍ରୋମ, ନୁନାନ ସିଣ୍ଡ୍ରୋମ (Noonan syndrome), ପ୍ରେଡର-ୱିଲି ସିଣ୍ଡ୍ରୋମ (Prader-Willi syndrome)[୩] |
ଚିକିତ୍ସା | ଗ୍ରୋଥ ହରମୋନ ପ୍ରତିସ୍ଥାପନ (Growth hormone replacement)[୧] |
ପୁନଃପୌନିକ | ଅସ୍ପଷ୍ଟ[୩] |
ଏହି ଜିଏଚଡି ରୋଗ ଜନ୍ମରୁ (Congenital) ଥାଇପାରେ ବା ପରେ ଉତ୍ପନ୍ନ ହୋଇପାରେ ।[୧] ଏହାର କାରଣ ସ୍ୱରୁପ ଜେନେଟିକ (Genetics), ଆଘାତ, ସଂକ୍ରମଣ, ଅର୍ବୁଦ tumors, ରାଡିଏସନ ଥେରାପି (radiation therapy) ଇତ୍ୟାଦି ଥାଏ । [୩] ଜିଏଚ୧ (GH1), ଜିଏଚଆରଏଚଆର (GHRHR), ବା ବିଟିକେ (BTK) ଭଳି ଜିନ ଯୋଗୁ ମଧ୍ୟ ଏହି ରୋଗ ହୋଇପାରେ ।[୨] ଏକ ତୃତୀୟାଂଶ କେଶ୍ମାନଙ୍କରେ କୌଣସି କାରଣ ପ୍ରତୀୟମାନ ହୁଏନି ।[୩] ପିଟୁଇଟାରି ଗ୍ରନ୍ଥିରେ (pituitary gland) ସମସ୍ୟା ଥିବା ଜଣାଯାଏ ।[୩] ଅନ୍ୟ କେତେକ ପିଟୁଇଟାରି ହରମୋନର (pituitary hormone) ମଧ୍ୟ ଅଭାବ ଥାଇପାରେ ଓ ତାହାକୁ ମିଳିତ ପିଟୁଇଟାରୀ ହରମୋନ ଅଭାବ (combined pituitary hormone deficiency) ନାମ ଦିଆଯାଏ ।[୪] ରକ୍ତରେ ଗ୍ରୋଥ ହରମୋନ ସ୍ତର ମାପ କରି ରୋଗ ନିର୍ଣ୍ଣୟ କରାଯାଏ ।[୩]
ଗ୍ରୋଥ ହରମୋନ ପ୍ରତିସ୍ଥାପନ (growth hormone replacement) କରି ଚିକିତ୍ସା କରାଯାଏ ।[୧] କେତେ ଜଣକୁ ଏ ରୋଗ ହୁଏ ତାହାର ହିସାବ ଅସ୍ପଷ୍ଟ ଅଛି ।[୩] ଅଧିକାଂଶ କେଶ୍ ପିଲାଙ୍କଠାରେ ଦେଖାଯାଏ ।[୧] ପ୍ରାୟ ୭,୦୦୦ ଲୋକରେ ଜଣକୁ ଏ ରୋଗ ଆକ୍ରମଣ କରେ । [୨] ପୁରୁଷ ଓ ମହିଳା ଉଭୟଙ୍କୁ ସମ ଭାବରେ ରୋଗ ହେଲେ ମଧ୍ୟ ପୁରୁଷଙ୍କର ଅଧିକ ନିର୍ଣ୍ଣୟ କରାଯାଏ ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Growth hormone deficiency". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2016. Retrieved 12 December 2017.
- ↑ ୨.୦ ୨.୧ ୨.୨ ୨.୩ "isolated growth hormone deficiency". Genetics Home Reference (in ଇଂରାଜୀ). February 2012. Retrieved 12 December 2017.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ "Growth Hormone Deficiency". NORD (National Organization for Rare Disorders). 2016. Retrieved 12 December 2017.
- ↑ "Combined pituitary hormone deficiency". Genetics Home Reference (in ଇଂରାଜୀ). August 2010. Retrieved 13 December 2017.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- Growth Hormone Deficiency In Adults Archived 2012-01-07 at the Wayback Machine. The Pituitary Foundation supporting pituitary patients, their families, friends and carers
- Am Assoc Clinical Endocrinologists Archived 2008-05-16 at the Wayback Machine. - practice guidelines and recommendations for diagnosis and treatment of GH deficiency, reflecting standard practice among U.S. endocrinologists