ଗତି ରୋଗ

ଗତି ରୋଗ, (ଇଂରାଜୀ ଭାଷାରେ Motion sickness) ପ୍ରକୃତ ଏବଂ ଆକାଙ୍କ୍ଷିତ ଗତି ମଧ୍ୟରେ ପାର୍ଥକ୍ୟ ହେତୁ ହୁଏ |
(Motion sicknessରୁ ଲେଉଟି ଆସିଛି)

 

Motion sickness
Kinetosis, travel sickness, seasickness, airsickness, carsickness, simulation sickness, space motion sickness, space adaptation syndrome
Sea-sickness - published by G.S. Tregear, 96 Cheapside (cropped).jpg
A drawing of people with sea sickness from 1841
ବିଭାଗNeurology
ଲକ୍ଷଣNausea, vomiting, cold sweat, increased salivation[୧]
କାରଣReal or perceived motion[୧]
ବିପଦ କାରକPregnancy, migraines, Meniere’s disease[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୧]
ସଠିକ ରୋଗ ନିର୍ଣ୍ଣୟBenign paroxysmal positional vertigo, vestibular migraine, stroke[୧]
ପ୍ରତିକାରAvoidance of triggers[୧]
ଔଷଧScapolamine, dimenhydrinate, dexamphetamine[୨]
ଚିକିତ୍ସାBehavioral measures, medications[୨]
PrognosisGenerally resolve within a day[୧]
ପୁନଃପୌନିକNearly all people with sufficient motion[୨]

ଗତି ରୋଗ, (ଇଂରାଜୀ ଭାଷାରେ Motion sickness) ପ୍ରକୃତ ଏବଂ ଆକାଙ୍କ୍ଷିତ ଗତି ମଧ୍ୟରେ ପାର୍ଥକ୍ୟ ହେତୁ ହୁଏ | [୧] ସାଧାରଣତଃ ଅଇ, ବାନ୍ତି, ଥଣ୍ଡା ଝାଳ, ମୁଣ୍ଡବିନ୍ଧା, ନିଦ୍ରାଳୁ, ହାଇ, ଅରୁଚି ଏବଂ ଅଧିକ ଲାଳ ବୋହିବା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ | [୧] କ୍ୱଚିତ ଜଟିଳ ହେଲେ ନିର୍ଜଳନ, ଇଲେକ୍ଟ୍ରୋଲାଇଟ ସମସ୍ୟା କିମ୍ବା ଏକ ଗ୍ରାସନଳୀର ନିମ୍ନ ଭାଗ ଚିରିଯିବା ଦେଖାଯାଏ | [୧]

ଗତି ରୋଗର କାରଣ ହେଉଛି ବାସ୍ତବ ବା ଅନୁଭବ ହୋଇଥିବା ଗତି | [୧] ଏହା କାର ଭ୍ରମଣ, ବିମାନ ଯାତ୍ରା, ସମୁଦ୍ର ଭ୍ରମଣ, ବାସ୍ତବତା ଅନୁକରଣ କିମ୍ବା ମହାକାଶ ଯାତ୍ରା କଲେ ହୋଇପାରେ ।[୧] ଗର୍ଭାବସ୍ଥା, ଅଧକପାଳି ଏବଂ ମିନିଅର୍ସ ରୋଗ ଇତ୍ୟାଦି ଏହି ସଙ୍କଟ ସୃଷ୍ଟି କରିପାରେ । [୧] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ନିର୍ଭର କରେ। [୧]

ବ୍ୟବ‌ହାରିକ ପଦକ୍ଷେପ କିମ୍ବା ଔଷଧ ଦେଇ ଏହାର ଚିକିତ୍ସା କରାଯାଏ | [୨] ବ୍ୟବ‌ହାରିକ ପଦକ୍ଷେପରେ ମୁଣ୍ଡ ସ୍ଥିର ରଖିବା ଏବଂ ଦିଗବଳୟ ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବାକୁ ଉପଦେଶ ଦିଆଯାଏ | [୧] ତିନି ପ୍ରକାରର ଔଷଧ: ସ୍କୋପୋଲାମିନ ଭଳି ଆଣ୍ଟିମସ୍କାରିନ, ଡାଇମେନହାଇଡ୍ରିନେଟ ଭଳି ଏଚ୧ ଆଣ୍ଟିହିଷ୍ଟାମିନ ଓ ଡେକ୍ସଆମ୍ଫେଟାମିନ ଭଳି ଆମ୍ଫେଟାମିନ ଦିଆଯାଏ । [୨] ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏଗୁଡ଼ିକର ବ୍ୟବହାରକୁ ସୀମିତ କରାଯାଏ | [୨] ଅନଡାନସେଟ୍ରନ୍ ଭଳି ଅନେକ ଔଷଧ ଗତି ରୋଗ ପାଇଁ ପ୍ରଭାବଶାଳୀ ହୁଏନାହିଁ | [୨]

ଅଧିକ ଗତି ହେଲେ ପ୍ରାୟ ସମସ୍ତ ଲୋକ ପ୍ରଭାବିତ ହୁଅନ୍ତି | [୧] ସମ୍ବେଦନଶୀଳତା କିନ୍ତୁ ପରିବର୍ତ୍ତନଶୀଳ | [୧] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। [୧] ହିପୋକ୍ରେଟସ ଅମଳରୁ ଗତି ରୋଗ ବିଷୟରେ ବର୍ଣ୍ଣନା କରାଯାଇଛି | [୧] "ଅଇ"ର ଗ୍ରୀକ୍ ପ୍ରତିଶବ୍ଦ ନାଉସ୍ ଜାହାଜରୁ ଆସିଛି | [୧]  

ଆଧାରସମ୍ପାଦନ କରନ୍ତୁ

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Takov, V; Tadi, P (January 2019). "Motion Sickness". PMID 30969528. Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Golding, J. F. (2016). "Motion sickness". Handbook of Clinical Neurology. 137: 371–390. doi:10.1016/B978-0-444-63437-5.00027-3. ISBN 9780444634375. ISSN 0072-9752. PMID 27638085.