ବାଦଲ ମହାନ୍ତି

ଓଡ଼ିଆ ଔପନ୍ୟାସିକ

ବାଦଲ ମହାନ୍ତି ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମିତ ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ଔପନ୍ୟାସିକ ଓ ପୁସ୍ତକ ପ୍ରକାଶକ ।[୧] ବର୍ଷା ପବ୍ଲିକେଶନ୍ ନାମରେ ତାଙ୍କର ଏକ ପ୍ରକାଶନ ସଂସ୍ଥା ରହିଛି ।

ବାଦଲ ମହାନ୍ତି
Badal Mohanty
୨୦୨୨ ମସିହାର ଭଦ୍ରକ ପୁସ୍ତକ ମେଳାରେ ବାଦଲ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1972-08-17) ୧୭ ଅଗଷ୍ଟ ୧୯୭୨ (ବୟସ ୫୧)
ମାଲପୁର, ତିହିଡ଼ି, ଭଦ୍ରକ
ବୃତ୍ତିକବି, ପୁସ୍ତକ ପ୍ରକାଶକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର, ୨୦୨୧
ପିତାମାତାକୃତ୍ତିବାସ ମହାନ୍ତି (ବାପା)
କମଳାବାଳା ମହାନ୍ତି (ମାଆ)

ଜୀବନୀ ସମ୍ପାଦନା

ବାଦଲ ମହାନ୍ତି ୧୯୭୨ ମସିହାର ଅଗଷ୍ଟ ୧୭ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ମାଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କା ବାପାଙ୍କ ନାମ କୃତ୍ତିବାସ ମହାନ୍ତି ଓ ମାଆଙ୍କ ନାମ କମଳାବାଳା ମହାନ୍ତି ।

ସାହିତ୍ୟ ରଚନା ସମ୍ପାଦନା

ତାଙ୍କ ରଚିତ କବିତାଗୁଡ଼ିକ ସମ୍ବାଦ, ଧରିତ୍ରୀ ଭଳି ଖବର ଖବର କାଗଜରେ ନିୟମିତ ପ୍ରକାଶିତ ହେଉଛି । ତାଙ୍କ ରଚନାରୁ ପ୍ରେମପକ୍ଷ, କଲମର କୁହୁ, ଦେବୀ ଓ କବି, ମାଇଚିଆ, ଛାଇ ଯେତେ ଲମ୍ବେ, ଅସ୍ତ ଅତୀତ, ମାର୍ଫତ, ସ୍ମୃତି ସହବାସ, ମାୟାମଞ୍ଚ, ଅପୁଷ୍ପିତା ଆଦି ପୁସ୍ତକମାନ ପ୍ରକାଶିତ ହୋଇଛି । ୨୦୧୬ ମସିହାରେ ଟାଇମ୍‌ପାସ୍ ପ୍ରକାଶନଦ୍ୱାରା ତାଙ୍କ ଉପନ୍ୟାସ ପ୍ରେମପକ୍ଷ ପ୍ରକାଶିତ ହୋଇଥିଲା ।[୨]

ରଚନାବଳୀ ସମ୍ପାଦନା

କବିତା ପୁସ୍ତକ ସମ୍ପାଦନା

  • ଅସ୍ତ ଅତୀତ (ଟାଇମ୍‌ପାସ୍)
  • ମାର୍ଫତ (ଟାଇମ୍‌ପାସ୍)
  • ସ୍ମୃତି ସହବାସ (ଏଥେନା ବୁକସ୍)
  • ପ୍ରେମପକ୍ଷ (୨୦୧୬, ଟାଇମ୍‌ପାସ୍)
  • ଦେବୀ ଓ କବି (୨୦୧୭, ବର୍ଷା ପବ୍ଲିକେସନ୍)
  • ଛାଇ ଯେତେ ଲମ୍ବେ (୨୦୨୧, ବର୍ଷା ପବ୍ଲିକେସନ୍)

ଉପନ୍ୟାସ ସମ୍ପାଦନା

  • ଅପୁଷ୍ପିତା (୨୦୧୪, ପଶ୍ଚିମା ପବ୍ଲିକେସନ୍)
  • ମାୟାମଞ୍ଚ (୨୦୨୩, ମଲ୍ଲୀକା ପ୍ରକାଶନୀ)
  • ମାଇଚିଆ (୨୦୧୫, ପଶ୍ଚିମା ପବ୍ଲିକେଶନ୍)
  • ନଟୁ (୨୦୧୮, ଟାଇମ୍‌ପାସ୍)
  • ଫୁଲ ରସିଆରେ (୨୦୨୧, ବର୍ଷା ପବ୍ଲିକେଶନ୍)

ଅନ୍ୟାନ୍ୟ ସମ୍ପାଦନା

  • କଲମର କୁହୁ (୨୦୨୩, ବର୍ଷା ପବ୍ଲିକେଶନ୍)
  • ମୋ ମନର ଯେତେ କଥା (୨୦୨୩, ବର୍ଷା ପବ୍ଲିକେଶନ୍)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ବିଜୟ ପାତ୍ର ସ୍ମୃତି ସମ୍ମାନ, ୨୦୧୨ (କୋଣାର୍କ)
  • ମହାମାୟା ଯୁବ ସାହିତ୍ୟ ପୁରସ୍କାର, ୨୦୧୪ (ବାଳକାଟୀ)
  • ‘ମନ୍ଥନ’ ଯୁବ ପ୍ରତିଭା (ସାହିତ୍ୟିକ) ସମ୍ମାନ, ୨୦୧୫ 
  • ମଧୁଲିତା ଯୁବ କଥାକାର ସମ୍ମାନ, ୨୦୧୫
  • ଟାଇମ୍ ପାସ୍ ବୁକର୍ ଆୱାର୍ଡ଼, ୨୦୧୬
  • ବସନ୍ତ ମୁଦୁଲି କବିତା ପୁରସ୍କାର, ୨୦୨୧[୩]
  • ରଙ୍ଗରାଗ କବିତା ସମ୍ମାନ, ୨୦୨୨
  • ଅଜୟ ଉତ୍ସବ କବିତା ସମ୍ମାନ, ୨୦୨୩

ଆଧାର ସମ୍ପାଦନା

  1. ପଣ୍ଡା, ସୁପ୍ରିୟା (27 August 2023). "ସାହିତ୍ୟର ସୂକ୍ଷ୍ମ ସୁଖ ଆହରଣଠୁ ବଳି ବଡ଼ ଅନୁଭବ ନାହିଁ : ବାଦଲ ମହାନ୍ତି". Odisha Sambad (in ଆମେରିକୀୟ ଇଂରାଜୀ). Archived from the original on 6 November 2023. Retrieved 6 November 2023.
  2. "ଶକ୍ତି ମହାନ୍ତି ଓ ବାଦଲ ମହାନ୍ତି ପାଇବେ ଟାଇମପାସ୍ ବୁକର୍ ପୁରସ୍କାର". Odisha Reporter. 3 July 2018. Archived from the original on 6 November 2023. Retrieved 6 November 2023.
  3. "ବସନ୍ତଙ୍କ କବିତାରେ ଥିଲା ଭିନ୍ନ ଦିଗନ୍ତ". ଧରିତ୍ରୀ. 28 March 2022. p. ୧୩. Archived from the original on 30 August 2023. Retrieved 28 March 2022.

ବାହାର ଆଧାର ସମ୍ପାଦନା

ଓଡ଼ିଆ ଲୋକ