ବିନ୍ଦୁ ବିନ୍ଦୁ ଜଳ ଧାରାରୁ ସୃଷ୍ଟ ବିନ୍ଦୁସାଗର । କେବଳ ସାମାଜିକ କାର୍ଯ୍ୟକଳାପ ନୁହେଁ । ଐତିହାସିକ ତଥା ପୌରଣିକ ଦୃଷ୍ଟିକୋଣର ମଧ୍ୟ ବେଶ୍‌ ଗୁରୁତ୍ୱ ବହନ କରେ ବିନ୍ଦୁସାଗର । 22 ଏକର ପରିମିତ ଜଳାଶୟ ବିନ୍ଦୁସାଗର । କୁହାଯାଏ ଜନବସତି ଗଢି ଉଠିବା ପୂର୍ବରୁ ଘଞ୍ଚ ଜଙ୍ଗଲମୟ ଥିଲା ଭୁବନେଶ୍ୱର । ଜଙ୍ଗଲ ଭିତରୁ ବୋହି ଆସିଥିବା ପାଣି ଏହି ସମତଳ ଭୂମିରେ ଜମା ହୋଇ ଧୀରେ ଧୀରେ ବିଶାଳ ଜଳାଶୟରେ ପରିଣତ ହୋଇଛି । ନିତିଦିନିଆ ବ୍ୟବହାର ସହ ଏହି ପାଣିକୁ ଲୋକେ ବିଶେଷ କରି ଚାଷ କାମରେ ବ୍ୟବହାର କଲେ । ତେବେ ଐତିହାସିକ ମତ ଅନୁସାରେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାଦ୍ଦୀରେ ଅଶୋକ ନିଜ ବାପା ବିନ୍ଦୁସରଙ୍କ ନାଁ ଅନୁସାରେ ଏହି ଉତ୍ସର ନାମ କରଣ କରିଥିଲେ । ଧୀରେ ଧୀରେ ବିନ୍ଦୁସାର ପରିଣତ ହେଲା ବିନ୍ଦୁସାଗରରେ । କିନ୍ତୁ ପୁରାଣ କହେ ଯେତେବେଳେ ମହାଦେବ ମାତା ପାର୍ବତୀଙ୍କୁ ବ୍ରହ୍ମଜ୍ଞାନ ଦେବାକୁ ଚାହିଁଲେ ଏକାମ୍ରକ୍ଷେତ୍ରକୁ ଶ୍ରେଷ୍ଠ ସ୍ଥାନ ଭାବେ ବାଛିଥିଲେ । ବ୍ରହ୍ମଜ୍ଞାନ ଦେବା ଭିତରେ ମାତା ପାର୍ବତୀଙ୍କୁ ଶୋଷ ଲାଗିଥିଲା । ତେଣୁ ତାଙ୍କ ତୃଷ୍ଣା ମେଣ୍ଟେଇବା ପାଇଁ ମହାଦେବ ସେଠାରେ ତ୍ରିଶୂଳ ନିକ୍ଷେପ କରି ଜଳଧାରା ବାହର କରିଥିଲେ । ଯେଉଁଠାରେ ତ୍ରିଶୂଳ ନିକ୍ଷେପ କରିଥିଲେ ତାର ନାଁ ଶଙ୍କର ବାମ୍ଫିଂ । ପଙ୍କୋଦ୍ଧାର ସମୟରେ ସେ ବାମ୍ଫି ଦେଖିବାକୁ ମିଳିଥାଏ । ଯେଉଁଠାରୁ ବିନ୍ଦୁସାଗରର ଉତ୍ପତ୍ତି । ପୁରୁଣା ଭୁବନେଶ୍ୱରବାସୀଙ୍କ ଏକ ପ୍ରମୁଖ ଜଳଉତ୍ସ ହେଉଛି ବିନ୍ଦୁସାଗର । ସ୍ନାନ, ଶୌଚ ଠାରୁ ରୋଷେଇ ଓ ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ବ୍ୟବହାର ହୁଏ ଏହି ଜଳ । ତାସହ ମାଛ ଚାଷ କରି ଲୋକେ ଜୀବନ ଜୀବିକା ନିର୍ବାହ କରୁଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ପାଇଁ ବ୍ୟବହାର ହୁଏ ପବିତ୍ର ବିନ୍ଦୁସାଗର ଜଳ । ଶିବରାତ୍ରୀରେ 108 ଗରା ଜଳରେ ସ୍ନାନ, ଚନ୍ଦନଯାତ୍ରା ଏବଂ ଲିଙ୍ଗରାଜଙ୍କ ପ୍ରତିଟି ନିତିକାନ୍ତି ସହ ଜଡ଼ିତ ବିନ୍ଦୁସାଗର । ବିଶ୍ୱାସ ରହିଛି ବିନ୍ଦୁସାଗରରେ ସ୍ନାନ କରି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମନୋସ୍କାମନା ପୂରଣ ହୋଇଥାଏ ।

ବିନ୍ଦୁସାଗର
Bindu Sagar, Old Town, Bhubaneswar.jpg
ଭୌଗୋଳିକ ଅବସ୍ଥିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ଅବସ୍ଥିତିଭୁବନେଶ୍ୱର
ତିଆରି ଶୈଳୀKalingan Pancharatha Style
(Kalinga Architecture)
ଇତିହାସ ଓ ପାଳନ
ନିର୍ମାଣ କାଳ7th/8th century A.D.