ବାଜିରାଓ ମସ୍ତାନୀ (୨୦୧୫ର ହିନ୍ଦୀ କଥାଚିତ୍ର)
ବାଜିରାଓ ମସ୍ତାନୀ ହେଉଛି ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଐତିହାସିକ କଥାବସ୍ତୁ ଉପରେ ପର୍ଯ୍ୟବସିତ ତଥା ପ୍ରେମ ପ୍ରସଙ୍ଗ ଯୁକ୍ତ ହିନ୍ଦୀ ଚଳଚ୍ଚିତ୍ର ।[୧] [୨]ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ସଞ୍ଜୟ ଲୀଲା ଭଂସାଲୀ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ତନ୍ୱି ଆଜମି ଇତ୍ୟାଦି । ସଞ୍ଜୟ ଲୀଲା ଭଂସାଲୀ ଏବଂ କିଶୋର ଲୁଲ୍ଲାଙ୍କଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଭଂସାଲୀ ପ୍ରଡକସନସ୍ ବ୍ୟାନରରେ ନିର୍ମିତ । ଚଳଚ୍ଚିତ୍ରର ପ୍ରମୁଖ ଅଂଶ ମୁମ୍ବାଇର ଫିଲ୍ମସିଟି ଷ୍ଟୁଡିଓରେ ଶୁଟିଂ ହୋଇଛି ।[୩]
ବାଜିରାଓ ମସ୍ତାନୀ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ଲୀଲା ଭଂସାଲୀ |
ପ୍ରଯୋଜକ | ସଞ୍ଜୟ ଲୀଲା ଭଂସାଲୀ ,କିଶୋର ଲୁଲ୍ଲା |
ଚିତ୍ରନାଟ୍ୟ | ପ୍ରକାଶ ଆର୍ କପାଡିଆ |
କଳାକାର | ରଣବୀର ସିଂ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ତନ୍ୱି ଆଜମି |
ବର୍ଣ୍ଣନା | ଇର୍ଫାନ ଖାନ |
ସଙ୍ଗୀତ | ସଞ୍ଜୟ ଲୀଲା ଭଂସାଲୀ, ସଞ୍ଚିତ ବାଲହରା |
ଚିତ୍ରଗ୍ରହଣ | ସୁଦୀପ ଚାଟାର୍ଜୀ |
ସମ୍ପାଦକ | ରାଜେଶ ଜି ପାଣ୍ଡେ |
ବିତରକ | ଇରୋଶ ଇଣ୍ଟେର୍ନ୍ୟାସନାଲ |
ମୁକ୍ତିଲାଭ ତାରିଖ | ଡିସେମ୍ବର, ୨୦୧୫ |
କଥାଚିତ୍ରର ସମୟ | ୧୫୮ ମିନିଟ |
ଦେଶ | ଭାରତ |
ଭାଷା | ହିନ୍ଦୀ |
କାହାଣୀ
ସମ୍ପାଦନାNagnath S. Inamdarଙ୍କ ଲିଖିତ ମରାଠୀ ଉପନ୍ୟାସ ରାଉର କାହାଣୀ (ମରାଠା ପେଶୱା ବାଜିରାଓଙ୍କ କାହାଣୀ) ନେଇ ଚଳଚ୍ଚିତ୍ରଟି ନିର୍ମିତ । ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ମରାଠା ରାଜା ଛତ୍ରପତି ଶାହୁଜୀ ଏକ ନୂଆ ପେଶୱା (ରାଜ ଦରବାରରେ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରମୁଖ ଅଧିକାରୀ) ନିଯୁକ୍ତି କରିବାକୁ ଚାହିଁଲେ । ଶ୍ରୀପଦ ରାଓ ନିଜେ ଏହି ପଦବୀ ନିମିତ୍ତ ଏକ ଦାବେଦାର ଥିଲେ ମଧ୍ୟ ଅମ୍ବାଜି ପନ୍ତ ବାଜିରାଓ ନାମକ ଆଉ ଏକ ଯୁବକଙ୍କ ନାମ ଏଥିପାଇଁ ମନୋନୀତ କଲେ । ତେବେ ପଦବୀ ମଣ୍ଡିତ କରିବା ଆଗରୁ ଏହି ଯୁବକର ଆଧ୍ୟାତ୍ମିକ ଜ୍ଞାନ ତଥା ଯୁଦ୍ଧ ପଟୁତା ପରୀକ୍ଷା କରିବା ଜରୁରୀ ଥିଲା । ଶ୍ରୀପଦ ଏହି ପରୀକ୍ଷା କରିବା ଆଳରେ ତାକୁ ଧନୁ ଶରଦ୍ୱାରା ଏକ ମୟୂରର ପକ୍ଷିକୁ ଦୁଇଫାଳ କରିବାକୁ ଆଦେଶ ଦେବାମାତ୍ରେ ସେ ତାହା କରି ଦେଖାଇଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତେ ତାଙ୍କୁ ପେଶୱା ପଦବୀରେ ନିଯୁକ୍ତି ଦିଆଗଲା ।
ଘଟଣାର ଦଶ ବର୍ଷ ପରେ ଥରେ ବାଜିରାଓଙ୍କ ପତ୍ନୀ କାଶୀବାଇଙ୍କୁ ଭେଟିବାକୁ ତାଙ୍କ ପିଲାଦିନର ସାଥୀ ଭାନୁ (ଯିଏ କି ବିଧବା ହୋଇସାରିଥିଲେ) ଆସିଥିଲେ । ଏଠାରେ କହିରଖେ ଯେ ଭାନୁର ସ୍ୱାମୀ ରାଜ୍ୟ-ବିରୋଧୀ ଗୁପ୍ତଚର ଗତିବିଧୀ ପାଇଁ ବାଜିରାଓଙ୍କ ଆଦେଶ କ୍ରମେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏହି ଦେଖା ସାକ୍ଷାତ ବେଳେ ଭାନୁ କୁହନ୍ତି ଯେ ଆଜି ସେ ଯେପରି ତାଙ୍କ ପରଲୋକଗତ ସ୍ୱାମୀଙ୍କ ପାଇଁ ବିଳାପ କରୁଛନ୍ତି, ଦିନ ଆସିବେ କାଶିବାଇ ମଧ୍ୟ ବାଜିରାଓଙ୍କ ପାଇଁ ବିଳାପ କରିବ ।
ବାଜିରାଓଙ୍କ ସିରୋଞ୍ଜା ଗସ୍ତ ବେଳର କଥା । ବାଜିରାଓଙ୍କ ଅସ୍ଥାୟୀ ତମ୍ବୁ ଭିତରକୁ ହଠାତ ଏକ ମହିଳା ପଶିଆସିଲେ । ନିଜକୁ ମସ୍ତାନୀ (ବୁନ୍ଦେଲଖଣ୍ଡର ରାଜଦୂତ) ପରିଚୟ ଦେଇ ସେ ବୁନ୍ଦେଲଖଣ୍ଡ ସୀମାରୁ ଆକ୍ରମଣକାରୀଙ୍କୁ ତଡିବାରେ ବାଜିରାଓଙ୍କ ସାହାଯ୍ୟ ଭିକ୍ଷା କଲେ । ଜଣେ ହିନ୍ଦୁ ରାଜପୁତ ରାଜା ଛତ୍ରଶାଳଙ୍କ ଝିଅ ବୋଲି ପରିଚୟ ହେଉଥିବା ଏହି ଝିଅର ଯୁଦ୍ଧ ପଟୁତାରେ ବାଜିରାଓ ଅତ୍ୟନ୍ତ ପ୍ରୀତ ହୋଇ ନିଜର ସୈନ୍ୟ ସାମନ୍ତଙ୍କୁ ନେଇ ବୁନ୍ଦେଲଖଣ୍ଡର ସହାୟତା କରି ସୀମାରୁ ଆକ୍ରମଣ କାରୀଙ୍କୁ ତଡିବାରେ ସମର୍ଥ ହେଲେ । ବୁନ୍ଦେଲଖଣ୍ଡର ଅନୁରୋଧ କ୍ରମେ ଏହି ବିଜୟ ଉତ୍ସବରେ ବାଜିରାଓ ଯୋଗଦେଲେ । ଘଟଣା ଚକ୍ରରେ ବାଜିରାଓ ଏବଂ ମସ୍ତାନୀଙ୍କ ମଧ୍ୟରେ ସମ୍ପର୍କ ପ୍ରେମର ରୁପ ନେଲା ।
କାହାଣିରେ ଅନେକ ରୋଚକ ମୋଡ ତଥା ପ୍ରେମ ପାଇଁ ବଳିଦାନର ନିଦର୍ଶନ ରହିଛି । ଜୀବଦ୍ଦଶାରେ ବାଜିରାଓ ଏବଂ ମସ୍ତାନୀ ପରସ୍ପରଠାରୁ ଅଲଗା ହୋଇଛନ୍ତି ଏବଂ କାହାଣି ଶେଷରେ ଏକ ଦୁଃଖଦ ଅନ୍ତରେ ଦୁହେଁ ମୃତ୍ୟୁବରଣ କରିଛନ୍ତି ।
ଚରିତ୍ର
ସମ୍ପାଦନା- ରଣବୀର ସିଂ,--- ବାଜିରାଓ(ପ୍ରଥମ) ଭୁମିକାରେ
- ଦୀପିକା ପାଦୁକୋନ,--- ମସ୍ତାନୀ ଭୁମିକାରେ
- ପ୍ରିୟଙ୍କା ଚୋପ୍ରା -- କାଶିବାଇ ଭୁମିକାରେ
- ତନ୍ଭୀ ଆଜମି --- ରାଧାବାଇ ଭୁମିକାରେ
- ମିଲିନ୍ଦ ସୋମନ-- ଅମ୍ବାଜି ପନ୍ତ ଭୁମିକାରେ
ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଇର୍ଫାନ ଖାନ, ଆଦିତ୍ୟ ପାଞ୍ଚୋଲି ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।[୪]
କଣ୍ଠଶିଳ୍ପୀ
ସମ୍ପାଦନାଗୀତ | କଣ୍ଠଶିଳ୍ପୀ | ଅବଧୀ |
---|---|---|
ଦିୱାନୀ ମସ୍ତାନୀ | ଶ୍ରେୟା ଘୋଷାଲ | ୫ ମିନିଟ୍ ୪୦ ସେକେଣ୍ଡ |
ଆୟତ୍ତ | ଅରିଜିତ ସିଂ | ୪ ମିନିଟ୍ ୨୨ ସେକେଣ୍ଡ |
ମଲ୍ହାରୀ | ବିଶାଲ ଦଦ୍ଲାନୀ | ୪ ମିନିଟ୍ ୦୫ ସେକେଣ୍ଡ |
ମୋହେ ରଙ୍ଗ ଦେ ଲାଲ | ପଣ୍ଡିତ ବିର୍ଜୁ ମହାରାଜ, ଶ୍ରେୟା ଘୋଷାଲ | ୩ ମିନିଟ୍ ୫୨ ସେକେଣ୍ଡ |
ଅଲବେଲା ସାଜନ | ଶଶୀ ସୁମନ, କୁନାଲ ପଣ୍ଡିତ | ୩ ମିନିଟ୍ ୨୯ ସେକେଣ୍ଡ |
ଅବ ଅତୋହେ ଜାନେ ନା ଦୁଁଙ୍ଗି | ପାୟଲ ଦେବ, ଶ୍ରେୟସ ପୂରନୀକା | ୩ ମିନିଟ୍ ୫୪ ସେକେଣ୍ଡ |
ପିଙ୍ଗା | ଶ୍ରେୟା ଘୋଷାଲ, ବୈଶାଲୀ ମାହାଦେ | ୪ ମିନିଟ୍ ୧୬ ସେକେଣ୍ଡ |
ଆଜ ଇବାଦତ୍ତ | ଜାଭେଦ ବଶୀର | ୪ ମିନିଟ୍ ୪୫ ସେକେଣ୍ଡ |
ଫିତୁରୀ | ବୈଶାଲୀ ମାହାଦେ | ୩ ମିନିଟ୍ ୫୬ ସେକେଣ୍ଡ |
ଗଜାନନ | ସୁଖବିନ୍ଦର ସିଂ | ୩ ମିନିଟ୍ ୩୪ ସେକେଣ୍ଡ |
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଏସୀୟାନ ଫିଲ୍ମ ଆୱାର୍ଡ ---ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ
- ଫିଲ୍ମଫେୟାର ଆୱାର୍ଡ --- ଶ୍ରେଷ୍ଠ ଚଳଚ୍ଚିତ୍ର ,ଶ୍ରେଷ୍ଠ ନିର୍ଦ୍ଦେଶକ(ସଞ୍ଜୟ ଲୀଲା ଭ୍ଂସାଲୀ), ଶ୍ରେଷ୍ଠ ଅଭିନେତା(ରଣବୀର ସିଂ) , ଶ୍ରେଷ୍ଠ ଅଭିନେତ୍ରୀ (ଦୀପିକା ପାଦୁକୋନ)
- ଆଇଫା ଆୱାର୍ଡ --- ଶ୍ରେଷ୍ଠ ନିର୍ଦ୍ଦେଶକ(ସଞ୍ଜୟ ଲୀଲା ଭ୍ଂସାଲୀ), ଶ୍ରେଷ୍ଠ ଅଭିନେତା(ରଣବୀର ସିଂ)
ଆଧାର
ସମ୍ପାଦନା- ↑ "Bajirao Mastani Movie Review". Retrieved 31 May 2018.
- ↑ "6 Epic Films That Took Forever To Make". Retrieved 31 May 2018.
- ↑ "Major portions of Bajirao Mastani shoot in Mumbai's Film City studios". Retrieved 31 May 2018.
- ↑ "Bajirao Mastani Cast & Crew". Retrieved 31 May 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବାଜିରାଓ ମସ୍ତାନୀ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |