ବାଘମାରୀ

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବାଘମାରୀ
Village
Country India
StateOrissa
DistrictKhurda
Area
 • ସମୁଦାୟ5 km2 (2 sq mi)
Population
 • Total୩୦,୦୦୦
 • Density6,000/km2 (16,000/sq mi)
Languages
Time zoneUTC+5:30 (IST)

ବାଘମାରୀ , ଭାରତୀୟ ରାଜ୍ୟ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଗ୍ରାମ । ଏହାର ଜନସଂଖ୍ୟା ୨୦,୦୦୦ରୁ ବେଶୀ । ସ୍ୱାଧୀନତା ପୂର୍ବ କାଳରେ ଏହି ଅଞ୍ଚଳ ଘନ ବନାନୀରେ ପରିପୂର୍ଣ ଥିଲା ଓ ଅନେକ ବନ୍ୟ ପ୍ରାଣୀ ଓ ବ୍ୟାଘ୍ର ଏହି ଅଞ୍ଚଳରେ ଥିଲେ । 

ଇତିହାସ  ସମ୍ପାଦନା

ଗଜପତି ମୁକୁନ୍ଦ ଦେବଙ୍କ ଓ ଖୋର୍ଦ୍ଧାର ରାଜା ରାମଚନ୍ଦ୍ର ଦେବଙ୍କ ରାଜୁତି ସମୟରେ ମାଦଳା ପାଞ୍ଜିରେ ଲିଖିତ ବିବରଣୀରେ ବାଘମାରୀ ଗ୍ରାମ କଥା ଲେଖାଯାଇଥିଲା । ୧୮୧୭ ମସିହାରେ ପାଇକ ବିଦ୍ରୋହ ସମୟରେ ବାଘମାରୀ ଗ୍ରାମରେ ମୁକୁନ୍ଦ ଦେବଙ୍କ ଗ୍ରୀଷ୍ମ କାଳୀନ ଆବାସ ଥିଲା । ପାଇକ ବିଦ୍ରୋହ ସମୟରେ ଏହି ଗ୍ରାମ ରାଜାଙ୍କ ଏକ ବଳିଷ୍ଠ କେନ୍ଦ୍ର ଥିବା ସହ ଏହା ଖୋର୍ଦ୍ଧାର ପ୍ରମୂଖ ୭୪ଗଡ଼(ସାମରିକ ଘାଟି) ମଧ୍ୟରୁ ଗୋଟିଏ ଥିଲା । ବ୍ରଜନାଥ ବଡଜେନାଙ୍କ ଲିଖିତ ତଥ୍ୟାବଳିରେ ଏହି ଗ୍ରାମର ଉଲ୍ଲେଖ ବିଶେଷ ଭାବରେ ରହିଛି । 

ଭୌଗୋଳିକ ସ୍ଥିତି  ସମ୍ପାଦନା

ବାଘମାରୀର ଭୌଗୋଳିକ ଅବସ୍ଥିତି  20°13′14″N 85°30′05″E / 20.22056°N 85.50139°E / 20.22056; 85.50139ଠାରେ । ମହାନଦୀର ଏକ ଉପନଦୀ କେନ୍ଦୁଳି ନଦୀ ଏହି ଗ୍ରାମର ପଶ୍ଚିମ-ଉତ୍ତର ଦିଗରେ ପ୍ରବାହିତ ହୁଏ । ଗ୍ରାମର ମୁଖ୍ୟ ଅଞ୍ଚଳ ସବୁଜ କୃଷି କ୍ଷେତ୍ରଦ୍ୱାରା ଆବଦ୍ଧ । ଗ୍ରାମର ଦକ୍ଷିଣ-ପୂର୍ବ ଅଞ୍ଚଳରେ ପ୍ରସିଦ୍ଧ ଅଟ୍ରି ଉଷ୍ମପ୍ରସ୍ରବଣ ରହିଛି । ଏଠାରେ ସଲଫର ଯୁକ୍ତ ଉଷ୍ମ ଜଳ ନିର୍ଗତ ହୁଏ ଓ ଏହା ଏହି ଅଞ୍ଚଳର ଏକ ମୁଖ୍ୟ ଦର୍ଶନୀୟ ପର୍ଯ୍ୟଟନ ସ୍ଥଳୀ । 

ଜନସଂଖ୍ୟା  ସମ୍ପାଦନା

ଗ୍ରାମର ଲୋକ ସଂଖ୍ୟା ୨୦,୦୦୦ରୁ ବେଶୀ । ମହିଳା ପୁରୁଷ ହାର ୯୭୨:୧୦୦୦ ।

ଗ୍ରାମଟି ରାଜ୍ୟ ରାଜପଥ 1 ଉପରେ ଅବସ୍ଥିତ । ପୂର୍ବରୁ ଜାତିଗତ ଭିତ୍ତିରେ " ସାହି "ସବୁ ଥିବା ବେଳେ ଅଧୁନା ତାହା ଆଉ ନାହି । 

ଗ୍ରାମର ଅବସ୍ଥିତି ମାନଚିତ୍ର  ସମ୍ପାଦନା

 
ବାଘମାରୀର ମାନଚିତ୍ର

ଗ୍ରାମର ଜନବସତି ସ୍ଥଳ ଦୁଇଟି ଭିନ୍ନ ଅଞ୍ଚଳ ଭାବେ ରହିଛି । ଗ୍ରାମ ଭିତରସ୍ଥ ରାସ୍ତାର ଦୁଇ ପାଟରେ ଗୃହ ସବୁ ରହିଥାଏ । 

ଅର୍ଥନୈତିକ ଅବସ୍ଥା  ସମ୍ପାଦନା

ଏହା ଏକ କୃଷି ପ୍ରଧାନ ଗ୍ରାମ । ପଥର ଖଦାନ ମନ ମଧ୍ୟ ରହି ଲୋକଙ୍କ ଜୀବିକାକୁ ସହାୟତା କରେ । ଜଳସେଚନର ଅଭାବରୁ ଗ୍ରାମରେ କୃଷି ପ୍ରଭାବିତ ହେଇଥାଏ । 

ସ୍ଥାନାନ୍ତର  ସମ୍ପାଦନା

ସହରର ଆକର୍ଷଣ ଯୋଗୁ ଓ ଉନ୍ନତ ଜୀବନ ଶୈଳୀ ପାଇବାକୁ ଏହି ଗ୍ରାମର ଜନସଂଖ୍ୟା କ୍ରମଶଃ ହ୍ରାସ ପାଇ ଏଠାରୁ ଅନେକ ଅଧିବାସୀ ଖୋର୍ଦ୍ଧା ଓ ଭୁବନେଶ୍ୱର ଆଦି ସହରକୁ ସ୍ଥାୟୀ ଭାବରେ ସ୍ଥାନତର ହଉଥିବାର ଦେଖା ଯାଏ । 

ଶିକ୍ଷା  ସମ୍ପାଦନା

ଏଠାରେ ସାକ୍ଷରତା ହାର ୬୩% ଥିଲେ ମଧ୍ୟ ପର୍ଯ୍ୟାପ୍ତ ଶିକ୍ଷା ବ୍ୟବସ୍ଥା ନଥିବାର ଦେଖାଯାଏ । ଏଠାରେ କେବଳ ମାତ୍ର ଗୋଟିଏ ବିଦ୍ୟାଳୟ ହାଇସ୍କୁଲ ସ୍ତର ଯାଏ ଶିକ୍ଷା ପାଇଁ ରହିଛି ।  .

ଦର୍ଶନୀୟ ସ୍ଥାନ ସମ୍ପାଦନା

 
ହଟକେଶ୍ୱର

ଅଟ୍ରି ଉଷ୍ମପ୍ରସ୍ରବଣ  ସମ୍ପାଦନା

ଅଟ୍ରି ଉଷ୍ମପ୍ରସ୍ରବଣ ଏହି ଗ୍ରାମର ମୁଖ୍ୟ ଆକର୍ଷଣ । ଏଠାରେ ଭଗବାନ ହାଟକେଶ୍ୱରଙ୍କ ଏକ ମନ୍ଦିର ରହିଛି । ସେଠାରେ ମକର ମେଳା ପ୍ରତିବର୍ଷ ମହାସମାରୋହରେ ପାଳିତ ହୁଏ । ଏହା ୩୦ଦିନ ଧରି ଚାଲେ ଓ ପ୍ରାୟ ଏକ ଲକ୍ଷ ଲୋକ ଏଠାକୁ ଆସନ୍ତି । 

ଆଧାର  ସମ୍ପାଦନା

  • Orissa: Volumes:1 & 2 by William Wilson Hunter
  • Cultural History of Orissa by Rajiva Ranjan Mishra
  • Comprehensive History and Culture of Orissa by P.K. Misra, J.K. Samal, and J.K. Samal
  • History of Modern Orissa by J.K. Samal

ବାହାର ଲିଙ୍କ  ସମ୍ପାଦନା