ଦହି ବାଇଗଣ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଓ ଏହା ଦହିରେ ଭଜା ବାଇଗଣ ମିଶାଇ ତିଆରି କରାଯାଇଥାଏ ।

ଦହି ବାଇଗଣ
ଦହି ବାଇଗଣ
ଆରମ୍ଭ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନବାଇଗଣ, ଦହି

ଉପାଦାନ ସମ୍ପାଦନା

ପ୍ରଣାଳୀ ସମ୍ପାଦନା

 
ଦହି ବାଇଗଣ ।

ପ୍ରଥମେ ବାଇଗଣକୁ ଭଲ ଭାବେ ଧୋଇ ପତଳା ପତଳା କଟାଯାଏ । କଢେଇରେ ତେଲ ଗରମ କରି ସେଥିରେ ଗୋଟା ସୋରିଷ, ଭୃଷଙ୍ଗ ପତ୍ର, ରସୁଣ ଛେଚା, ଲଙ୍କା, ସାମାନ୍ୟ ହଳଦୀ ମିଶେଇଲା ପରେ କଟାଯାଇଥିବା ବାଇଗଣକୁ ସେଥିରେ ଭଜାଯାଏ । ଶେଷରେ ସେହି ଭଜା ବାଇଗଣକୁ ଟିକେ ଥଣ୍ଡା ହୋଇ ଆସିବା ପରେ ଦହିରେ ମିଶାଇ ସ୍ୱାଦ ଅନୁସାରେ ଲୁଣ, ଜିରାଲଙ୍କା ଗୁଣ୍ଡ ମିଶାଯାଏ ।

ପରସା ସମ୍ପାଦନା

ଏହା ସାଧାରଣତଃ ଭାତ ସହିତ ଖିଆଯାଏ ।