ବଦ‌ହଜମି (ଇଂରାଜୀ ଭାଷାରେ Indigestion), ଡିସପେପିଆ ବା ପେଟ ଖରାପ ବୋଲି ମଧ୍ୟ କୁହାଯାଏ, ରୋଗରେ ଉଦରର ଉପର ଭାଗରେ ଅସ୍ୱାଭାବିକ ନ‌, ବୁକୁଜ୍ୱାଳା କିମ୍ବା ଅମ୍ଳ ଲକ୍ଷଣ ଦେଖାଯାଏ ।[] ଏଥିରେ ପେଟରେ ପୂର୍ଣ୍ଣତା ଲାଗେ, ବାନ୍ତି, ଢକାର ଏବଂ ଖାଇବା ସମୟରେ ଆଶାଠାରୁ ଅଧିକ ପୂର୍ଣ୍ଣ ଅନୁଭବ ହୋଇପାରେ ।[] [] ଏହି ଲକ୍ଷଣଗୁଡ଼ିକ ଦୀର୍ଘକାଳୀନ କିମ୍ବା ବାରମ୍ବାର ହୋଇଥାଏ ।[] ଏହା ଜୀବନ‌ଚର୍ଯ୍ୟର ଗୁଣ ହ୍ରାସ କରିପାରେ ।[]

Dyspepsia, upset stomach
Location of the upper abdomen, also known as the epigastrium
ବିଭାଗGastroenterology
ଲକ୍ଷଣUpper abdominal discomfort, heartburn, reflux[][]
କାରଣGERD, gastritis, peptic ulcer disease, esophageal spasm, delayed gastric emptying, lactose intolerance, coronary artery disease, cancer[]
ରୋଗ ନିର୍ଣ୍ଣୟ ପଦ୍ଧତିResting for H. pylori, endoscopy[]
ପ୍ରତିକାରAvoiding smoking, alcohol, coffee, chocolate, fatty foods, and being overweight[]
ଚିକିତ୍ସାAntacids, proton pump inhibitors, H2 receptor antagonists[][]
ପୁନଃପୌନିକCommon[]

ଏହାର କାରଣ ମଧ୍ୟରେ ଗ୍ୟାଷ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ (GERD), ପାଇସ୍ଥଳୀ ପ୍ରଦାହ, ପାକସ୍ଥଳୀ ଘାଆ,ଏସୋଫେଜିଆଲ ସ୍ପାଜ୍ମ, ପାକସ୍ଥଳୀ ଖାଲି ହେବାରେ ବିଳମ୍ବ, ଲାକ୍ଟୋଜ ଅସହନଶୀଳତା, କରୋନାରୀ ଧମନୀ ରୋଗ ଏବଂ କର୍କଟ ହୋଇପାରେ ।[] ଅନେକ ପ୍ରକାର ଔଷଧ ଯେପରିକି ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ, ବାଇଫସଫୋନେଟ ଏବଂ କର୍ଟିକୋଷ୍ଟିରଏଡ ଏହିଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।[] ବ୍ୟବ‌ହାରିକ ଅଜୀର୍ଣ୍ଣ ନିର୍ଣ୍ଣୟ କରାଯାଇପାରେ ଯେତେବେଳେ ଲକ୍ଷଣ ଥାଏ କିନ୍ତୁ ଅନ୍ତର୍ନିହିତ ରୋଗର କୌଣସି ପ୍ରମାଣ ନ ଥାଏ ।[]

୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ମଧ୍ୟରେ ଚିନ୍ତାଜନ‌କ ଲକ୍ଷଣ, ଗିଳିବାରେ ଅସୁବିଧା, ଓଜନ ହ୍ରାସ, କିମ୍ବା ସ୍ୱଳ୍ପ ଲୋହିତ ରକ୍ତ କଣିକା ଥିଲେ ଏଣ୍ଡୋସ୍କୋପି (ଏକ ପଦ୍ଧତି ଯେଉଁଠାରେ ଏକ ନମନୀୟ ଟ୍ୟୁବରେ କ୍ୟାମେରା ପେଟକୁ ଗଳା ତଳେ ଭର୍ତ୍ତି କରାଯାଇଥାଏ) କରି ସମ୍ଭାବ୍ୟ କାରଣ ଆକଳନ କରିବାକୁ ପରାମର୍ଶ ଦିଆଯାଏ ।[] ୬୦ ବର୍ଷରୁ କମ୍ ବୟସ୍କ ଲୋକଙ୍କଠାରେ ଜୀବାଣୁ ଏଚ ପାଇଲୋରି (H. pylori ) ପାଇଁ ପରୀକ୍ଷାରେ ଯଦି ସକରାତ୍ମକ ହୁଏ, ତେବେ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ | [] ଏସିଆରେ ୩୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏଣ୍ଡୋସ୍କୋପି ସୁପାରିଶ କରାଯାଏ ।[]

ଧୂମପାନ, ମଦ୍ୟପାନ, କଫି, ଚକୋଲେଟ୍, ଚର୍ବିଯୁକ୍ତ ଖାଦ୍ୟ ଏବଂ ଅଧିକ ଓଜନିଆ ହେବାରେ ସାହାଯ୍ୟ କରୁଥିବା ପଦକ୍ଷେପଗୁଡିକ ପରିହାର କରିବା ଉଚିତ ।[] ଠିକ ଶୋଇବା ପୂର୍ବରୁ ନ ଖାଇଲେ ଏବଂ ଶଯ୍ୟାର ମୁଣ୍ଡ ପାଖ ଟେକିଦେଲେ ମଧ୍ୟ ସାହାଯ୍ୟ କରିଥାଏ ।[] ଆଣ୍ଟାସିଡ୍ ସାହାଯ୍ୟ କରିଥାଏ, ଯଦି ଭିସକସ ଲିଡୋକେନ ଅସ୍ପଷ୍ଟ ଲାଭଦାୟକ ହୁଏ ।[] ପ୍ରୋଟୋନ୍ ପମ୍ପ ଇନହିବିଟରଗୁଡ଼ିକ ପ୍ରାୟତଃ ବ୍ୟବହୃତ ହୁଏ, ଏବଂ ଏଥିରେ ଏଚ୨ (H2) ରିସେପ୍ଟର ଆଣ୍ଟାଗୋନିଷ୍ଟ ଯୋଗ କରାଯାଇପାରେ ।[]

ବଦ‌ହଜମି ଏକ ସାଧାରଣ ରୋଗ ଯାହା ପ୍ରାୟ ୨୦% ଲୋକଙ୍କୁ ସେମାନଙ୍କ ଜୀବନର କିଛି ସମୟରେ ପ୍ରଭାବିତ କରିଥାଏ ।[] ପାଶ୍ଚାତ୍ୟ ଦେଶଗୁଡିକରେ କାର୍ଯ୍ୟକ୍ଷମ ବଦ‌ହଜମି ପ୍ରାୟ ୧୫% ଲୋକଙ୍କୁ ପ୍ରଭାବିତ କରିଥାଏ ।[] [] ବଦ‌ହଜମି ସହିତ ଆୟୁଷ ହ୍ରାସ ଜଡ଼ିତ ନୁହେଁ ।[] ଏହି ଶବ୍ଦଟି ଗ୍ରୀକ୍ "ଡିସ୍" ର ଅର୍ଥ ହେଉଛି "ଖରାପ" ଏବଂ "ପେପ୍ସ" ଅର୍ଥାତ୍ "ହଜମ" ।[] ୧୮ତମ ଶତାବ୍ଦୀରୁ ଏହି ଅବସ୍ଥାର ବର୍ଣ୍ଣନା ଚାଲି ଆସିଛି ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Eusebi, Leonardo H; Black, Christopher J; Howden, Colin W; Ford, Alexander C (11 December 2019). "Effectiveness of management strategies for uninvestigated dyspepsia: systematic review and network meta-analysis". BMJ. 367: l6483. doi:10.1136/bmj.l6483. PMC 7190054. PMID 31826881.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Recommendations | Gastro-oesophageal reflux disease and dyspepsia in adults: investigation and management | Guidance | NICE". www.nice.org.uk. 3 September 2014. Archived from the original on 21 May 2023. Retrieved 19 June 2023.
  3. ୩.୦ ୩.୧ ୩.୨ "Dyspepsia - Gastrointestinal Disorders". Merck Manuals Professional Edition. Archived from the original on 23 March 2023. Retrieved 19 June 2023.
  4. ୪.୦ ୪.୧ Ton, Joey (3 May 2021). "#289 Keeping it Simple for Emergency Room Dyspepsia". CFPCLearn. Archived from the original on 1 July 2023. Retrieved 15 June 2023.
  5. ୫.୦ ୫.୧ ୫.୨ Schmidt-Martin, Daniel; Quigley, Eamonn M. M. (2011). "1. The definition of dyspepsia". In Duvnjak, Marko (ed.). Dyspepsia in clinical practice (1. Aufl. ed.). New York: Springer. p. 2. ISBN 9781441917300. Archived from the original on 2023-01-10. Retrieved 2022-03-28.
  6. ୬.୦ ୬.୧ Talley NJ, Vakil N (October 2005). "Guidelines for the management of dyspepsia". Am. J. Gastroenterol. 100 (10): 2324–37. doi:10.1111/j.1572-0241.2005.00225.x. PMID 16181387.
  7. Saad RJ, Chey WD (August 2006). "Review article: current and emerging therapies for functional dyspepsia". Aliment. Pharmacol. Ther. 24 (3): 475–92. doi:10.1111/j.1365-2036.2006.03005.x. PMID 16886913. Archived from the original (PDF) on 2022-05-07. Retrieved 2022-03-28.
  8. Ford, Alexander C.; Mahadeva, Sanjiv; Carbone, M. Florencia; Lacy, Brian E.; Talley, Nicholas J. (2020-11-21). "Functional dyspepsia". The Lancet (in English). 396 (10263): 1689–1702. doi:10.1016/S0140-6736(20)30469-4. ISSN 0140-6736. PMID 33049222. Archived from the original on 2022-05-07. Retrieved 2022-03-28.{{cite journal}}: CS1 maint: unrecognized language (link)