ଲାକ୍ଟୋଜ ଅସ‌ହନଶୀଳତା

ଦୁଗ୍ଧଜାତ ପଦାର୍ଥ ଲାକ୍ଟୋଜକୁ ହଜମ କରିବା ଅସାମର୍ଥ୍ୟ


ଲାକ୍ଟୋଜ ଅସ‌ହନଶୀଳତା (ଇଂରାଜୀ ଭାଷାରେ Lactose intolerance) ଏକ ବେମାରୀ ଯେଉଁଥିରେ ଏକ ଦୁଗ୍ଧଜାତ ପଦାର୍ଥ (milk products) ଲାକ୍ଟୋଜକୁ (lactose) (ଏକ ପ୍ରକାର ଶର୍କରା) ହଜମ କରିବା ସାମର୍ଥ୍ୟ କମିଯାଇଥାଏ । ଏହି ଅସ‌ହନଶୀଳତା ଲୋକ ଅନୁସାରେ ଭିନ୍ନ ଭିନ୍ନ ଲାକ୍ଟୋଜ ପରିମାଣ ଉପରେ ନିର୍ଭର କରେ । ଏହି ବେମାରୀରେ ପେଟ ଯନ୍ତ୍ରଣା, ପେଟ ଫୁଲା (bloating), ତରଳ ଝାଡ଼ା, ବାୟୁ ଓ ଅଇ (nausea) ଇତ୍ୟାଦି ଲକ୍ଷଣ ଦେଖାଯାଏ । କ୍ଷୀର ପିଇବାର ୧/୨ରୁ ଦୁଇ ଘଣ୍ଟା ମଧ୍ୟରେ ଏହି ଲକ୍ଷଣ ପ୍ରକାଶ ପାଏ । ଖାଇବା ବା ପିଇବାର ପରିମାଣ ଉପରେ ଲକ୍ଷଣମାନଙ୍କର ଭୟାବ‌ହତା ନିର୍ଭର କରେ । [୧] ଏହା ଖାଦ୍ୟନଳୀର (gastrointestinal tract) କୌଣସି କ୍ଷତି ସାଧନ କରେନାହିଁ ।[୨]

ଲାକ୍ଟୋଜ ଅସ‌ହନଶୀଳତା
ଇଂରାଜୀ ପ୍ରତିଶବ୍ଦ - lactase deficiency, hypolactasia
Lactose Haworth.svg
ଦୁଇଟି ସରଳ ଶର୍କରା ବା ଡାଇସାକାରାଇଡକୁ ନେଇ ତିଆରି ହୋଇଛି ଲାକ୍ଟୋଜ (two simple sugars)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGastroenterology
ଆଇସିଡ଼ି-୧୦E73.
ଆଇସିଡ଼ି-୯-ସିଏମ୍271.3
ଓଏମ୍‌ଆଇଏମ୍223100 150220
ରୋଗ ଡାଟାବେସ7238
ମେଡ଼ିସିନ-ପ୍ଲସ000276
ଇ-ମେଡ଼ିସିନmed/3429 ped/1270
Patient UKଲାକ୍ଟୋଜ ଅସ‌ହନଶୀଳତା
MeSHD007787

ଏହି ବେମାରୀରେ କ୍ଷୁଦ୍ରାନ୍ତ୍ରରେ ଯଥେଷ୍ଟ ଲାକ୍ଟେଜ ଏନ‌ଜାଇମ (enzyme) ନ ଥିବାରୁ ଲାକ୍ଟୋଜରୁ ଗ୍ଲୁକୋଜ (glucose) ଓ ଗାଲାକ୍ଟୋଜ (galactose) ତିଆରି ହୋଇପାରେ ନାହିଁ । [୩] ଚାରି ପ୍ରକାର ଲାକ୍ଟୋଜ ଅସ‌ହନଶୀଳତା ଦେଖାଯାଏ ଯଥା:- ପ୍ରାଇମେରୀ, ସେକେଣ୍ଡାରୀ, ବିକାଶମୂଳକ ଓ ଜନ୍ମଗତ । ବ‌ୟସ୍କ ଲୋକଙ୍କର ଲାକ୍ଟେଜ ପରିମାଣ କମିଯିବାରୁ ପ୍ରାଥମିକ ଲାକ୍ଟୋଜ ଅସ‌ହନଶୀଳତା ହୁଏ । ଆଘାତ ବା ଅନ୍ତନଳୀରେ ଆଘାତ ହେଲେ ସେକେଣ୍ଡାରୀ ଲାକ୍ଟୋଜ ଅସ‌ହନଶୀଳତା ଯେପରିକି ସଂକ୍ରମଣ, ସିଲିଆକ ଡିଜିଜ (celiac disease), ଇନଫ୍ଲାମେଟରୀ ବାୱେଲ ଡିଜିଜ (inflammatory bowel disease) ଓ ଅନ୍ୟାନ୍ୟ ରୋଗ । [୧][୪] ଅସାମୟିକ ଶିଶୁର (premature babies) ଲାକ୍ଟୋଜ ଅସ‌ହନଶୀଳତା ହୋଇପାରେ କିନ୍ତୁ କିଛି କାଳ ମଧ୍ୟରେ ଉନ୍ନତି କରେ । ଜନ୍ମଗତ ଲାକ୍ଟୋଜ ଅସ‌ହନଶୀଳତା ରୋଗ ଏକ ଜେନେଟିକ ରୋଗ (genetic disorder) ଯାହା କ୍ୱଚିତ ହୁଏ ଓ ଏଥିରେ ଜନ୍ମରୁ ଆଦୌ ଲାକ୍ଟେଜ ତିଆରି ହୁଏନାହିଁ ।[୧]

ଲାକ୍ଟୋଜ ନ ଥିବା ଖାଦ୍ୟ ଖାଇବା ପରେ ଲକ୍ଷଣ ଉପଶମ ହୋଇଗଲେ ଏହି ରୋଗ ନିର୍ଣ୍ଣୟ ହୋଇଯାଏ । ଅନ୍ୟାନ୍ୟ ସମର୍ଥନ‌କାରୀ ପରୀକ୍ଷା ଯେପରିକି ହାଇଡ୍ରୋଜେନ ବ୍ରେଥ ଟେଷ୍ଟ (hydrogen breath test) ଓ ସ୍ଟୁଲ ଏସିଡିଟି ଟେଷ୍ଟ କରି (stool acidity test) ରୋଗ ନିଧାର୍ଯ୍ୟ କରାଯାଏ । ଅନୁରୂପ ଲକ୍ଷଣ ପ୍ରକାଶ କରୁଥିବା ରୋଗମାନଙ୍କର ନାମ: ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍, ସିଲିଆକ ଡିଜିଜ (celiac disease) ଓ ଇନଫ୍ଲାମେଟରି ବାୱେଲ ଡିଜିଜ ।[୧] ଦୁଗ୍ଧ ଆଲର୍ଜି ଓ ଲାକ୍ଟୋଜ ଅସ‌ହନଶୀଳତା, ଏହି ଦୁଇଟି ଭିନ୍ନ ଭିନ୍ନ ବେମାରୀ । ଖାଦ୍ୟରେ ଲାକ୍ଟୋଜ ଓ ଲାକ୍ଟୋଜ ଅନୁପୂରକ (lactase supplements) ପରିମାଣ କମେଇ ଏହି ବେମାରୀର ଚିକିତ୍ସା କରାଯାଏ । [୧] ବିନା ଲକ୍ଷଣରେ ରୋଗୀ ଦିନ‌କୁ ଗୋଟିଏ ଗ୍ଲାସ କ୍ଷୀର ପିଇପାରିବେ, ଏହାଠାରୁ ଅଧିକ କ୍ଷୀର ଖାଦ୍ୟ ସାଥୀରେ ଖାଇପାରିବେ ବା ଦିନଭରି ବାଣ୍ଟିକରି ଖାଇପାରିବେ । [୧][୫]

ଲାକ୍ଟୋଜ ଅସ‌ହନଶୀଳତା ସମ୍ପନ୍ନ ଲୋକଙ୍କ ସଂଖ୍ୟା ଅଜ୍ଞାତ ଅଛି ।[୬] ବ‌ୟସାଧିକ୍ୟରେ ଲାକ୍ଟୋଜ କମୁଥିବା ସଂଖ୍ୟା ଉତ୍ତର ୟୁରୋପରେ ୧୦%ରୁ କମ୍ ଓ ଏସିଆ ତ‌ଥା ଆଫ୍ରିକାରେ ପ୍ରାୟ ୯୫% । [୩] ଯୁବାବସ୍ଥା ଓ ପିଲାବସ୍ଥାର ଶେଷଭାଗରେ ଏହି ରୋଗ ଆରମ୍ଭ ହୁଏ । [୧] ବିଗତ ୧୦,୦୦୦ବର୍ଷରେ କେତେକ ମାନବ ଜନ ସଂଖ୍ୟାରେ ଲାକ୍ଟୋଜ ହଜମକାରୀ ଶକ୍ତି ବିକାଶ ପ୍ରାପ୍ତ ହୋଇଛି ।[୩][୭]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Lactose Intolerance". NIDDK. June 2014. Retrieved 25 October 2016.
  2. Heyman MB (2006). "Lactose Intolerance in Infants, Children, and Adolescents". Pediatrics (Review). 118 (3): 1279–1286. doi:10.1542/peds.2006-1721. PMID 16951027.
  3. ୩.୦ ୩.୧ ୩.୨ Deng Y, Misselwitz B, Dai N, Fox M (2015). "Lactose Intolerance in Adults: Biological Mechanism and Dietary Management". Nutrients (Review). 7 (9): 8020–35. doi:10.3390/nu7095380. PMC 4586575. PMID 26393648.CS1 maint: multiple names: authors list (link)
  4. Berni Canani R, Pezzella V, Amoroso A, Cozzolino T, Di Scala C, Passariello A (Mar 10, 2016). "Diagnosing and Treating Intolerance to Carbohydrates in Children". Nutrients (Review). 8 (3): pii: E157. doi:10.3390/nu8030157. PMC 4808885. PMID 26978392.
  5. Suchy FJ, Brannon PM, Carpenter TO, Fernandez JR, Gilsanz V, Gould JB; et al. (2010). "NIH consensus development conference statement: Lactose intolerance and health". NIH Consens State Sci Statements (Consensus Development Conference, NIH. Review). 27 (2): 1–27. PMID 20186234. Explicit use of et al. in: |author= (help)CS1 maint: multiple names: authors list (link)
  6. "How many people are affected or at risk for lactose intolerance?". NICHD. 6 May 2014. Retrieved 25 October 2016.
  7. Ingram, Catherine J. E.; Mulcare, Charlotte A.; Itan, Yuval; Thomas, Mark G.; Swallow, Dallas M. (2008-11-26). "Lactose digestion and the evolutionary genetics of lactase persistence". Human Genetics (in ଇଂରାଜୀ). 124 (6): 579–591. doi:10.1007/s00439-008-0593-6. ISSN 0340-6717.