ଫ୍ଲେଗମାସିଆ ସେରୁଲିଆ ଡୋଲେନ୍ସ

ଅବୟବର ରକ୍ତ ଜମାଟ ବାନ୍ଧି ନୀଳ ରଙ୍ଗ ହୁଏ ଓ ଯନ୍ତ୍ରଣା ହୁଏ ।

ଫ୍ଲେଗମାସିଆ ସେରୁଲିଆ ଡୋଲେନ୍ସ ( PCD ) ହେଉଛି ଡିପ ଭେନ ଥ୍ରୋମ୍ବୋସିସର (DVT) ଏକ ଭୟଙ୍କର ରୂପ ଯେଉଁଥିରେ ରକ୍ତ ଗୋଟିଏ ଅବୟବରୁ ବାହାରି ନିର୍ଦ୍ଦିଷ୍ଟ ଦିଗରେ ଯିବାକୁ ଅବରୋଧ ହୋଇଥାଏ । [୨] ଏହାର ଲକ୍ଷଣ ମଧ୍ୟରେ ଇଡିମା, ଯନ୍ତ୍ରଣା ସ‌ହିତ ଅବୟବଟିର ରଙ୍ଗ ବଦଳି ନୀଳ ରଙ୍ଗ ଦେଖାଯାଏ । [୧] ସାଧାରଣତ ଗୋଡ଼ରେ ଏହା ଦେଖାଯାଏ ୧୦%ରୁ କମ୍ କ୍ଷେତ୍ରରେ ବାହୁରେ ପ୍ରଭାବ ପକାଇଥାଏ । [୩] ରୋଗ ଜଟିଳ ହେଲେ ଫୁସଫୁସ ଏମ୍ବୋଲିଜ୍ମ, କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ, ଗ୍ୟାଙ୍ଗ୍ରିନ ଏବଂ ଅଙ୍ଗ‌ହାନୀ ହୋଇପାରେ ।[୧]

Phlegmasia cerulea dolens
A person with a two hour history of phlegmasia cerulea dolens (left leg, right side of image)
ବିଭାଗVascular surgery
ଲକ୍ଷଣSwelling, pain, bluish discoloration[୧]
ବିପଦ କାରକCancer, hypercoagulability, venous stasis, surgery, major trauma, pregnancy, hormone therapy, immobilization[୧]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound[୧]
ସଠିକ ରୋଗ ନିର୍ଣ୍ଣୟArterial embolism, deep vein thrombosis, cellulitis, lymphedema[୧]
ଚିକିତ୍ସାLeg elevation, anticoagulation, thrombolysis, thrombectomy[୧]
ପୁନଃପୌନିକUncommon[୧]

ବିପଦ କାରକଗୁଡ଼ିକ ମଧ୍ୟରେ କର୍କଟ (୩୦%), ହାଇପରକୋଆଗୁଲେବିଲିଟି, ଭେନସ ସ୍ଟାସିସ, ଅସ୍ତ୍ରୋପଚାର, ପ୍ରମୁଖ ଆଘାତ, ଗର୍ଭଧାରଣ, ହରୋମୋନ ଚିକିତ୍ସା ଏବଂ ଇମ୍ମୋବିଲାଇଜେସନ ଅନ୍ତର୍ଭୁକ୍ତ; ଯଦିଓ କେତେକ କ୍ଷେତ୍ରରେ କିଛି କାରକ ମିଳେନାହିଁ ।[୪] ଅନ୍ତର୍ନିହିତ ପ୍ରଣାଳୀରେ ରକ୍ତ ଅତ୍ୟଧିକ ଜମାଟ ବାନ୍ଧିବା ଯୋଗୁ ଅବୟବର ରକ୍ତ ସଞ୍ଚାଳନ ହେବାରେ ଅସମର୍ଥ ହୁଏ । [୧] ସାଧାରଣତ ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[୧] ଏନ୍ୟ ଏକ ସମରୂପ ରୋଗରେ କମ୍ ଗୁରୁତର ଅବସ୍ଥା ହୁଏ ଯାହା ଏକ ଧଳା ଅଙ୍ଗରେ ପରିଣତ ହୁଏ, ଯାହା ଫ୍ଲେଗମାସିଆ ଆଲବା ଡୋଲେନ୍ସ ଭାବରେ ଜଣାଶୁଣା ।[୧]

ଏହା ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି । [୪] ପରିଚାଳନାରେ ଗୋଡକୁ ହୃଦୟର ସ୍ତରରୁ ଉପରକୁ ଉଠାଇବା, ହେପାରିନ ସହିତ ଆଣ୍ଟିକୋଆଗୁଲାଣ୍ଟ ଏବଂ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ ।[୧] ଜମାଟ ବନ୍ଧା ରକ୍ତକୁ ଥ୍ରୋମ୍ବୋଲାଇସିସ କିମ୍ବା ଥ୍ରୋମ୍ବେକ୍ଟୋମି କରି କାଢ଼ିଦିଆଯାଏ ।[୧] ଗୁରୁତର ଭାବରେ ପ୍ରଭାବିତ ଲୋକଙ୍କ ମୃତ୍ୟୁ ଆଶଙ୍କା ୪୦%ରୁ ଅଧିକ ଥାଏ ।[୧] ଏହି ରୋଗରୁ ବଞ୍ଚିଥିବା ଲୋକଙ୍କର ସାଧାରଣତଃ ଥ୍ରୋମ୍ବୋଟିକ ସିଣ୍ଡ୍ରୋମ ହୁଏ ।[୧]

ଫ୍ଲେଗମାସିଆ ସେରୁଲିଆ ଡୋଲେନ୍ସ ଏକ ଅସାଧାରଣ ରୋଗ ।[୪] ସାଧାରଣତଃ ୫୦ କିମ୍ବା ୬୦ ଦଶକରେ ଏହି ରୋଗ ହୁଏ ।[୧] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହି ଅବସ୍ଥା ପ୍ରଥମେ ୧୯୩୮ ମସିହାର ଗ୍ରେଗୋଏର୍ ବର୍ଣ୍ଣନା ଏବଂ ନାମକରଣ କରିଥିଲେ ।[୧] ଏହି ଶବ୍ଦର ଅର୍ଥ ହେଉଛି "ଯନ୍ତ୍ରଣାଦାୟକ ନୀଳ ପ୍ରଦାହ" ।[୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Gardella, L; Faulk, JB (January 2021). "Phlegmasia Alba And Cerulea Dolens". PMID 33085284. Archived from the original on 2021-08-28. Retrieved 2021-05-09. {{cite journal}}: Cite journal requires |journal= (help)
  2. Gardella, L; Faulk, JB (January 2021). "Phlegmasia Alba And Cerulea Dolens". PMID 33085284. Archived from the original on 2021-08-28. Retrieved 2021-05-09. {{cite journal}}: Cite journal requires |journal= (help)
  3. Greenberg, Jacques; Troutman, Douglas A.; Shubinets, Valeriy; Dougherty, Matthew J.; Calligaro, Keith D. (February 2016). "Phlegmasia Cerulea Dolens in the Upper Extremity: A Case Report and Systematic Review and Outcomes Analysis". Vascular and Endovascular Surgery (in ଇଂରାଜୀ). 50 (2): 98–101. doi:10.1177/1538574416631645. ISSN 1538-5744. Archived from the original on 2021-08-28. Retrieved 2021-02-16.
  4. ୪.୦ ୪.୧ ୪.୨ Gardella, L; Faulk, JB (January 2021). "Phlegmasia Alba And Cerulea Dolens". PMID 33085284. Archived from the original on 2021-08-28. Retrieved 2021-05-09. {{cite journal}}: Cite journal requires |journal= (help)Gardella, L; Faulk, JB (January 2021). "Phlegmasia Alba And Cerulea Dolens". PMID 33085284. Archived from the original on 2021-08-28