କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ

ରୋଗ

କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Compartment syndrome) ବେମାରୀରେ ଦେହର ଗୋଟିଏ କମ୍ପାର୍ଟମେଣ୍ଟ (compartments) ଭିତରେ କୌଣସି କାରଣ ବଶତଃ ଅଧିକ ଚାପ ସୃଷ୍ଟି ହେବା ଫଳରେ ତାହା ଭିତରେ ତନ୍ତୁ (tissue) ମଧ୍ୟକୁ ରକ୍ତ ସରବରାହ କମିଯାଏ ।[୫][୬] ଏହି ରୋଗ ଦୁଇ ପ୍ରକାର ଅଛି: ଆକ୍ୟୁଟ (acute) ଓ କ୍ରନିକ (chronic) ।[୫] ସାଧାରଣତଃ ଗୋଡ଼ ଓ ଅଗ୍ର ବାହୁରେ ଏହି ରୋଗ ହୁଏ । [୨]

କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (Compartment syndrome)
କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ରୋଗର ଅପରେଶନ
ବିଭାଗଅସ୍ଥିଶଲ୍ୟ ବିଭାଗ (Orthopedics)
ଲକ୍ଷଣଯନ୍ତ୍ରଣା, କାଲୁଆ, ଶେତା, ପ୍ରଭାବିତ ଅଙ୍ଗ କାର୍ଯ୍ୟ ଅକ୍ଷମ [୧]
କାରଣଆକ୍ୟୁଟ: ଆଘାତ ବିଶେଷତଃ ଅସ୍ଥି ଭଗ୍ନ, କ୍ରସ ଇଞ୍ଜ୍ୟୁରି (crush injury), କମ୍ ରକ୍ତ ସଞ୍ଚାଳନ[୨][୩]
କ୍ରନିକ: ପୁନଃପୌନିକ ବ୍ୟାୟାମ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, କମ୍ପାର୍ଟମେଣ୍ଟ ଚାପ[୪][୧]
ସଠିକ ରୋଗ ନିର୍ଣ୍ଣୟସେଲ୍ୟୁଲାଇଟିସ୍, ଟେଣ୍ଡୋନାଇଟିସ (tendonitis), ଡିପ ଭେନ ଥ୍ରୋମ୍ବୋସିସ (deep vein thrombosis), କ୍ରନିକ ଭେନସ ଇନସଫିସିଏନ୍ସି (venous insufficiency)[୨]
ଚିକିତ୍ସାଆକ୍ୟୁଟ: ସମୟାନୁଯାୟୀ (ଅପରେଶନ)[୪]
କ୍ରନିକ: ଫିଜିକାଲ ଥେରାପି (Physical therapy), ଅପରେଶନ[୧]

ଏହି ରୋଗରେ ଅସ‌ହ୍ୟ ଯନ୍ତ୍ରଣା, ଧୀର ନାଡ଼ି ଗତି, କାଲୁଆ ଲାଗିବା, ପ୍ରଭାବିତ ଅଙ୍ଗ ଶେତା ଦେଖାଯିବା, ପ୍ରଭାବିତ ଅଙ୍ଗ କାର୍ଯ୍ୟ ଅକ୍ଷମ ହୋଇଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୪] ସାଧାରଣତଃ ଅସ୍ଥି ଭଗ୍ନ, କ୍ରସ ଇଞ୍ଜ୍ୟୁରି (crush injury) ଇତ୍ୟାଦି ଆଘାତ (physical trauma) ଯୋଗୁ ଏହି ବେମାରୀ ହୁଏ ।[୨] ସୀମିତ ରକ୍ତ ସରାବରାହ (poor blood flow) ପରେ ଅବସ୍ଥା ସାମାନ୍ୟ ହେବାପରେ ମଧ୍ୟ ଏହା ହୋଇପାରେ । [୩] ରୋଗୀର ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଇପାରେ ।[୪] ସଠିକ୍ ସମୟରେ ଫାସିଓଟୋମି (surgery to open the compartment) ଅପରେଶନ କରି ଏହାର ଚିକିତ୍ସା କରାଯାଏ ।[୪] ରୋଗ ଆରମ୍ଭ ହେବାର ୬ ଘଣ୍ଟା ମଧ୍ୟରେ ଚିକିତ୍ସା ନ ହେଲେ ପ୍ରଭାବିତ ମାଂସପେଶୀ ଓ ସ୍ନାୟୁ ସ୍ଥାୟୀ ଭାବରେ ନଷ୍ଟ ହୋଇଯାଏ ।[୪]

କ୍ରନିକ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ରୋଗରେ ବ୍ୟାୟାମ କଲାବେଳେ କଷ୍ଟ ହୁଏ ।[୧] କାଲୁଆ ଲକ୍ଷଣ ମଧ୍ୟ ଦେଖାଯାଏ ।[୧] ବିଶ୍ରାମ ନେଲେ ଲକ୍ଷଣ ଚାଲିଯାଏ ।[୧] ଦୌଡ଼ିଲେ ଓ ଦୁଇ ଚକିଆ ଚଲେଇଲେ ରୋଗ ବାହାରେ । [୧] ଏହା ଫଳରେ ସ୍ଥାୟୀ କ୍ଷତି ହୁଏନାହିଁ ।[୧] ଏହା ସାଥୀରେ ସ୍ଟ୍ରେସ ଅସ୍ଥି ଭଗ୍ନ (stress fractures) ଓ ଟେଣ୍ଡିନାଇଟିସ (tendinitis) ମଧ୍ୟ ଥାଇପାରେ ।[୧] ଏହି ରୋଗ ନିମନ୍ତେ ଫିଜିକାଲ ଥେରାପି (physical therapy) କରାଯାଏ ଓ ଏହା କାମ ନ କଲେ ଅପରେଶନ କରାଯାଏ । [୧]

ଅଗ୍ରବାହୁ ଅସ୍ଥି ଭଗ୍ନ ହୋଇଥିବା ଲୋକଙ୍କ ମଧ୍ୟରୁ ୩% ଲୋକଙ୍କର ଏହି କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହୋଇଥାଏ ।[୭] ଅନ୍ୟ ସ୍ଥାନର ଓ କ୍ରନିକ କେଶ୍‌ ହାରର କୌଣସି ହିସାବ ଅଜ୍ଞାତ ଅଛି ।[୭][୮] ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଓ ୩୫ ବର୍ଷ ବୟସ ତଳକୁ ଏହି ଅବସ୍ଥା ଅଧିକ ହୁଏ ।[୨] ସନ ୧୮୮୧ରେ ସର୍ବ ପ୍ରଥମେ ରିଚାର୍ଡ଼ ଭନ ଭକମାନ (Richard von Volkmann) ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[୪] ଆକ୍ୟୁଟ କେଶ ଭଲ ଚିକିତ୍ସା ନ ପାଇଲେ ଭକମାନସ କଣ୍ଟ୍ରକଚର (Volkmann's contracture) ରୋଗ ହୁଏ ।[୯]

ଅଧିକ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Compartment Syndrome-OrthoInfo - AAOS". www.orthoinfo.org. October 2009. Archived from the original on 14 March 2017. Retrieved 29 July 2017.
  2. ୨.୦ ୨.୧ ୨.୨ ୨.୩ ୨.୪ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 317. ISBN 9780323529570. Archived from the original on 2017-07-29.
  3. ୩.୦ ୩.୧ Schmidt, AH (July 2016). "Acute Compartment Syndrome". The Orthopedic clinics of North America. 47 (3): 517–25. doi:10.1016/j.ocl.2016.02.001. PMID 27241376.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Donaldson, J; Haddad, B; Khan, WS (2014). "The pathophysiology, diagnosis and current management of acute compartment syndrome". The open orthopaedics journal. 8: 185–93. doi:10.2174/1874325001408010185. PMC 4110398. PMID 25067973.
  5. ୫.୦ ୫.୧ "Compartment Syndrome - National Library of Medicine". PubMed Health. Archived from the original on 10 September 2017. Retrieved 25 July 2017.
  6. Peitzman, Andrew B.; Rhodes, Michael; Schwab, C. William (2008). The Trauma Manual: Trauma and Acute Care Surgery (in ଇଂରାଜୀ). Lippincott Williams & Wilkins. p. 349. ISBN 9780781762755. Archived from the original on 2017-07-29.
  7. ୭.୦ ୭.୧ Bucholz, Robert W. (2012). Rockwood and Green's Fractures in Adults: Two Volumes Plus Integrated Content Website (Rockwood, Green, and Wilkins' Fractures) (in ଇଂରାଜୀ). Lippincott Williams & Wilkins. p. 691. ISBN 9781451161441. Archived from the original on 2017-07-29.
  8. Miller, Mark D.; Wiesel, Sam W. (2012). Operative Techniques in Sports Medicine Surgery (in ଇଂରାଜୀ). Lippincott Williams & Wilkins. p. 437. ISBN 9781451124903. Archived from the original on 2017-07-29.
  9. El-Darouti, Mohammad Ali (2013). Challenging Cases in Dermatology (in ଇଂରାଜୀ). Springer Science & Business Media. p. 145. ISBN 9781447142492. Archived from the original on 2017-07-29.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ