ଫ୍ଲୁଟିକାସୋନ ଫୁରୋଏଟ/ଭିଲାଣ୍ଟେରୋଲ

ଏହା କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ (COPD) ଏବଂ ଆଜମା ରୋଗର ଦୀର୍ଘକାଳୀନ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଅନ୍ୟମାନଙ୍କ ମଧ୍ୟରେ ବ୍ରେଓ ଏଲିପଟା ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଫ୍ଲୁଟିକାସୋନ୍ ଫୁରୋଏଟ/ଭିଲାଣ୍ଟେରୋ ( FF / VI ) ହେଉଛି ଏକ ଔଷଧ ମିଶ୍ରଣ ଯାହା କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ (COPD) ଏବଂ ଆଜମା ରୋଗର ଦୀର୍ଘକାଳୀନ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ୟୁରୋପରେ ଏହା ଦ୍ୱିତୀୟ ଧାଡ଼ିର ଚିକିତ୍ସା ମାନ୍ୟତା ପାଇଛି ।[] ଏହା ପାଟି ବାଟେ ପ୍ରଶ୍ୱାସ ନେଇ ବ୍ୟବହୃତ ହୁଏ ।[]

ଫ୍ଲୁଟିକାସୋନ ଫୁରୋଏଟ/ଭିଲାଣ୍ଟେରୋଲ
Combination of
Fluticasone furoateCorticosteroid
VilanterolLong-acting β2 agonist
Clinical data
Trade namesBreo Ellipta, Relvar Ellipta
AHFS/Drugs.comentry
data
Routes of
administration
Inhalation
Legal status
Legal status

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବିସ୍ଫୋଟକ ଦାଗ, ମୁଣ୍ଡବିନ୍ଧା, ଉପର ଶ୍ୱାସନଳୀ ସଂକ୍ରମଣ, କାଶ ଏବଂ ଗଳା ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ବ୍ରୋଙ୍କୋସ୍ପାଜ୍ମ, ଗ୍ଲକୋମା ଏବଂ କମ୍ ପୋଟାସିୟମ୍ ଅନ୍ତର୍ଭୁକ୍ତ ହୋଇପାରେ ।[] ଏଥିରେ ଫ୍ଲୁଟିକାସୋନ ଫୁରୋଏଟ, କର୍ଟିକୋଷ୍ଟେରଏଡ୍ ଏବଂ ଭିଲାଣ୍ଟେରୋଲଯାହା ଏକ ଦୀର୍ଘକାଳୀନ କାର୍ଯ୍ୟ କରୁଥିବା β<sub>2</sub> ଆଗୋନିଷ୍ଟ (ଲାବା/ LABA) ଥାଏ | [] ବେଳେ ବେଳେ ଆଜମା ରୋଗର ଫଳାଫଳକୁ କେବଳ ଲାବା ଖରାପ କରିଦେଇପାରେ । []

ଏହି ଔଷଧ ମିଶ୍ରଣକୁ ଆମେରିକା ଏବଂ ୟୁରୋପରେ ୨୦୧୩ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[] [] ବୁଡେସୋନାଇଡ/ଫର୍ମୋଟରୋଲର ବିକଳ୍ପ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୨୦୨୩ ମସିହା ସୁଦ୍ଧା ୬୦ ମାତ୍ରା ପାଇଁ ଏହାର ମୂଲ୍ୟ ୧୬୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୪୪ ପାଉଣ୍ଡ ଥିଲା ।[] ୨୦୨୦ ରେ, ଏହା ଯୁକ୍ତରାଷ୍ଟ୍ରରେ ୧୧୫ ତମ ସାଧାରଣ ଔଷଧ ଥିଲା ଯାହାର ୫ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ଥିଲା ।[] [୧୦]

  1. "Prescription medicines: registration of new chemical entities in Australia, 2014". Therapeutic Goods Administration (TGA). 21 June 2022. Archived from the original on 10 April 2023. Retrieved 10 April 2023.
  2. ୨.୦ ୨.୧ "Relvar Ellipta EPAR". European Medicines Agency (EMA). 17 September 2018. Archived from the original on 5 February 2020. Retrieved 23 March 2021.
  3. "Relvar Ellipta 92 micrograms/22 micrograms inhalation powder, pre-dispensed - Summary of Product Characteristics (SmPC)". (emc). 7 December 2020. Archived from the original on 5 February 2020. Retrieved 23 March 2021.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Breo Ellipta- fluticasone furoate and vilanterol trifenatate powder". DailyMed. Archived from the original on 26 May 2020. Retrieved 23 March 2021.
  5. "Summary of opinion: Relvar Ellipta" (PDF). European Medicines Agency. 19 September 2013. Archived (PDF) from the original on 24 September 2015. Retrieved 28 May 2023.
  6. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  7. ୭.୦ ୭.୧ "Generic Breo Ellipta". GoodRx. Archived from the original on 25 April 2020. Retrieved 9 September 2023.
  8. "Fluticasone with vilanterol Medicinal forms". NICE. Archived from the original on 10 September 2023. Retrieved 9 September 2023.
  9. "The Top 300 of 2020". ClinCalc. Archived from the original on 12 February 2021. Retrieved 7 October 2022.
  10. "Fluticasone; Vilanterol - Drug Usage Statistics". ClinCalc. Archived from the original on 10 October 2022. Retrieved 7 October 2022.