ଫ୍ଲର୍ବିପ୍ରୋଫେନ ହେଉଛି ଏକ ନନ୍‌ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAIDs) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ପାଟିରେ ଏହା ଋତୁଶୂଳ, ରିଉମାଟଏଡ ଆର୍ଥ୍ରାଇଟିସ୍ ଏବଂ ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ ରୋଗମାନଙ୍କରେ ହେଉଥିବା କଷ୍ଟ ଲାଘବ ପାଇଁ ବ୍ୟବହୃତ ହୁଏ ।[୧] [୨] ଆଖି ବୁନ୍ଦା ଭାବରେ ଏହା ଆଖିର ଅସ୍ତ୍ରୋପଚାର ସମୟରେ ପିତୁଳା ସଙ୍କୋଚନ କମ କରିବା ନିମନ୍ତେ ଓ ଅସ୍ତ୍ରୋପଚାର ପରେ ଆଖିର ପ୍ରଦାହକୁ ହ୍ରାସ କରିବା ପାଇଁ ବ୍ୟବହୃତ ହୁଏ ।[୩]

ଫ୍ଲର୍ବିପ୍ରୋଫେନ
Clinical data
Trade namesAnsaid, Ocufen, Strepfen
Synonyms(±)-2-fluoro-α-methyl-(1,1'-biphenyl)-4-acetic acid
AHFS/Drugs.comSystemic: monograph
Eye: monograph
MedlinePlusa687005
Pregnancy
category
  • AU: B2
  • US: C (Risk not ruled out)
Routes of
administration
By mouth
Pharmacokinetic data
Protein binding> 99%
MetabolismLiver (CYP2C9)
Elimination half-life4.7-5.7 hours
ExcretionKidney
Identifiers
  • (RS)-2-(2-fluorobiphenyl-4-yl)propanoic acid
ECHA InfoCard100.023.479 Edit this at Wikidata
Chemical and physical data
FormulaC15H13FO2
Molar mass୨୪୪.୨୭ g·mol−1
3D model (JSmol)
Melting point117 °C (243 °F)
  • Fc2cc(ccc2c1ccccc1)C(C(=O)O)C
  • InChI=1S/C15H13FO2/c1-10(15(17)18)12-7-8-13(14(16)9-12)11-5-3-2-4-6-11/h2-10H,1H3,(H,17,18) checkY
  • Key:SYTBZMRGLBWNTM-UHFFFAOYSA-N checkY
  (verify)

ପାଟିଦ୍ୱାରା ଗ୍ରହଣ କରୁଥିବା ରୋଗୀଙ୍କର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ବୁକୁଜ୍ୱାଳା, ପାକଅନ୍ତନଳୀ ରକ୍ତସ୍ରାବ, ଅଇ, ଯକୃତ ସମସ୍ୟା ଏବଂ ଉଦବେଗ ହୋଇପାରେ ।[୧] ଆଖି ବୁନ୍ଦା ଭାବରେ ବ୍ୟବହୃତ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜଳୁଥିବା, ଶୁଖିଲା ଆଖି ଏବଂ ବଡ଼ ପିତୁଳା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ହୃତ୍‌ପିଣ୍ଡ ସମସ୍ୟା ହୋଇପାରେ ।[୧] ଗର୍ଭଧାରଣର ଦ୍ୱିତୀୟାର୍ଦ୍ଧରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା କ‌କ୍ସ୧ ଓ କ‌କ୍ସ୨କୁ (COX1 ଏବଂ COX2) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

ଫ୍ଲର୍ବିପ୍ରୋଫେ ୧୯୬୪ ମସିହାରେ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୮୭ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ୧୯୯୪ରେ ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ହେଲା ।[୫] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୬୬ ଡଲାର ଥିଲା ।[୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୯୨ ପାଉଣ୍ଡ ଥିଲା ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Flurbiprofen Monograph for Professionals". Drugs.com (in ଇଂରାଜୀ). Archived from the original on 28 August 2021. Retrieved 14 December 2021.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1186. ISBN 978-0857114105.
  3. ୩.୦ ୩.୧ "Flurbiprofen (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 14 December 2021.
  4. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 520. ISBN 9783527607495. Archived from the original on 2020-08-06. Retrieved 2020-10-17.
  5. Approved Drug Products with Therapeutic Equivalence Evaluations (PDF) (36th ed.). FDA. 2014. p. 158. Archived (PDF) from the original on 2016-11-15. Retrieved 2016-11-14.
  6. "Flurbiprofen Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 August 2021. Retrieved 14 December 2021.