ଫେରି ଆସୁଥିବି କୋଳକୁ ତୋ'ର

୨୦୨୨ ଓଡ଼ିଆ କଥାଚିତ୍ର

ଫେରି ଆସୁଥିବି କୋଳକୁ ତୋ'ର ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ରବି ମିଶ୍ର । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଗୁଡ୍‌ଲୀ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

ଫେରି ଆସୁଥିବି କୋଳକୁ ତୋ'ର
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକରବି ମିଶ୍ର
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରଜ୍ୟୋତିପ୍ରକାଶ ପଣ୍ଡା
ପୁନମ ମିଶ୍ର
ବିଜୁ ବଡ଼ଜେନା
ପ୍ରେମାଞ୍ଜନ ପରିଡ଼ା
ବିରେନ ମିଶ୍ର
ସଙ୍ଗୀତଗୁଡ୍‌ଲୀ ରଥ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୮ ସେପ୍ଟେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତିପ୍ରକାଶ ପଣ୍ଡା ଓ ପୁନମ ମିଶ୍ର ।[୩] ସଲୋନି, ରବି ମିଶ୍ର, ବିରେନ ମିଶ୍ର, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ଗୁଡି, ଧିରେନ ମିଶ୍ର, ଶୈଳେନ୍ଦ୍ର, ଭିକାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ସେପ୍ଟେମ୍ବର ୧୮ ତାରିଖରେ ଜୀ ସାର୍ଥକରେ ପ୍ରସାରିତ ହୋଇଥିଲା ।[୪]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲୀ ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୩] ସ୍ୱୟମ ପାଢ଼ୀ, ନେହା ନିହାରିକା, ମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର, ସିଧିସ୍ନା ବିନ୍ଧାଣୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ୭ ସେପ୍ଟେମ୍ବର ୨୦୨୨ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."କଥା ଥିଲା"ସ୍ୱୟମ ପାଢ଼ୀ, ନେହା ନିହାରିକା 
2."ଆଖି ନାହିଁ କାନ ନାହିଁ"ମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର 
3."ଫେରି ଆସୁଥିବି କୋଳକୁ ତୋ'ର"ସିଧିସ୍ନା ବିନ୍ଧାଣୀ, ଲିପ୍ସା ମହାପାତ୍ର 

ଆଧାର ସମ୍ପାଦନା

  1. ୧.୦ ୧.୧ "ଜୀ ସାର୍ଥକର ନୂଆ ସିନେମା 'ଫେରି ଆସୁଥିବି କୋଳକୁ ତୋର'ର ଅଡିଓ ଲୋକାର୍ପିତ". News18 Odia. 7 September 2022. Archived from the original on 13 December 2022. Retrieved 13 December 2022.
  2. "ଫେରି ଆସୁଥିବି କୋଳକୁ ତୋର". ପ୍ରମେୟ. 7 September 2022. Archived from the original on 12 December 2022. Retrieved 12 December 2022.
  3. ୩.୦ ୩.୧ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫେରି ଆସୁଥିବି କୋଳକୁ ତୋର'". ସମ୍ବାଦ. sambad.in. 11 September 2021. Archived from the original on 13 December 2022. Retrieved 13 December 2022.
  4. "ଜୀ ସାର୍ଥକର ନୂଆ ସିନେମା 'ଫେରି ଆସୁଥିବି କୋଳକୁ ତୋର'ର ଅଡିଓ ଲୋକାର୍ପିତ". Argus News. 7 September 2022. Archived from the original on 13 December 2022. Retrieved 13 December 2022.

ବାହାର ଆଧାର ସମ୍ପାଦନା