ଖଜା

ଭାରତୀୟ ମିଠା
(ଫେଣିରୁ ଲେଉଟି ଆସିଛି)


ଖଜା ([[:Media:Or-ଖଜା.oga|kʰɵd͡ʒaː]] ), ଫେଣି [[:Media:Or-ଫେଣି.oga|pʰeɳi]]  ନାମରେ ମଧ୍ୟ ଜଣା) ମ‌ଇଦାରୁ ତିଆରି ଓଡ଼ିଶାର ଏକ ପ୍ରକାର ପିଠା [୧]। ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁରମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା । ଏହାକୁ ଅନେକ ଦିନ ଧରି ବନ୍ଦ ଡବାରେ ସାଇତି ରଖି ଖିଆଯାଇପାରେ । ଏହା ଝିଅବିଦା ବେଳେ, ପର୍ବପର୍ବାଣିରେ ଓଡ଼ିଆ ଘରେ ବେଭାର ଭାବରେ ପଠାଯାଇଥାଏ ।

ଖଜା
ଆରମ୍ଭ
ଅଲଗା ନାଆଁଫେଣି
ମୂଳ ଜାଗାଭାରତ
ଅଞ୍ଚଳପୁରୀ, ଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନମ‌ଇଦା, କଳା ଜିରା
ଖଜା

ଉପାଦାନ ସମ୍ପାଦନା

ତିଆରି ପ୍ରଣାଳୀ ସମ୍ପାଦନା

ମ‌ଇଦାରେ ପାଣି ମିଶାଇ ଗୋଳାଇ ରୁଟି ଗୁଳା ପରି ଗୁଳା ମାନ ତିଆରି କରି କେଇ ମିନିଟ ରଖାଯାଏ । ତାହାପରେ ଏହାକୁ ବେଲି ଗୋଲ ଗୋଲ ମୋଟା ରୁଟି ପରି ଗଢ଼ାଯାଇଥାଏ । ଏହାକୁ ପୁଣି ପରସ୍ତ ପରସ୍ତ କରି ବେଲାଯାଇ ଲମ୍ବା ଲମ୍ବା ଖଜା ତିଆରି କରାଯାଇ ଧିମା ଆଞ୍ଚରେ ତେଲରେ ଛଣାଯାଇଥାଏ । ଚିନିରେ ରାସେଣି ବା ସିରା ତିଆରି କରାଯାଇ ଏହି ଛଣା ଖଜାକୁ ଏଥିରେ କିଛି ସମୟ ପକାଯାଇ ବାହାରକୁ କାଢ଼ି ଆଣି ଥଣ୍ଡା କରାଯାଇଥାଏ

ଆଧାର ସମ୍ପାଦନା

ଅଧିକ ପଠନ ସମ୍ପାଦନା